ଜଳାଇ ପାରୁନି ତୋ ଦ୍ଵାରେ ପ୍ରଦୀପ ନବରାତ୍ର ଅବସରେ,
ମା ସିଂହବାହିନୀ ଧରିବୁନି ତ୍ରୁଟି ପୁତ୍ରର ତିଳେ ଅନ୍ତରେ।
କିଏ ବା ବୁଝିବ ଏ ବେଦନା ମାଆ ଯାହା ପାଉଛି ପ୍ରାଣରେ,
ଜାଣୁ ତୁହି ସିନା କେତେ ସୁଖ ପାଏ ମୋ ମନ ତୋର ସେବାରେ ।
ପୁଅ ପାଇଁ ଆଜି ମାଆର କପାଟ ଅବରୁଦ୍ଧ ଏ ବେଳରେ
ବିଧିର ଭିଆଣ ଭୋଗିବାକୁ ହେବ ଯା' ଅଛି ମୋ କପାଳରେ।
ଅନ୍ତରେ ଶରଧା ଦୀପଟି ରଖି ମୁଁ ବସିଛି ମା ତୋ ପୟରେ,
ଲୁହ ତୈଳ ଦେଇ ସମର୍ପଣ ବତୀ ଜଳାଇ ତୋ ସମୀପରେ।
ରହିଥିଲେ ଜୀବ ଜାଲିବି ମୁଁ ଦୀପ ପର ବର୍ଷ ତୋ ମନ୍ଦିରେ,
ସେ ଯାଏଁ ମୋ ମନ ରହିଥିବ ବ୍ଯଗ୍ର କଟିବ ଦିନ ଦୁଃଖରେ ।

No comments:
Post a Comment