ବଇଁଶୀ ଟିକେ ତୁ ବଜେଇ ଦେଏ ରେ
ମନ ମୋର ତୃପ୍ତ ହେଉ,
ଜନ୍ମଜନ୍ମାନ୍ତର ବନ୍ଧନରୁ କାହ୍ନା
ଆତ୍ମା ମୋର ମୁକ୍ତି
ପାଉ ।
ଓଂକାର ଶବଦ, ତାଣ୍ଡବ ନିନାଦ
ସିନା ଯାର ସମତୁଲ,
ଗାୟତ୍ରୀର ସୁର, ମୃତ୍ୟୁଞ୍ଜୟ ଧୀର
ପରି ଯେ ଅମୂଲ୍ୟ ମୂଲ୍ୟ ।
ଯେ ମଧୁର ସ୍ଵନ ଶୁଣି ଛନ ଛନ
ଶ୍ରୀରାଧା ମାଆଙ୍କ ମନ,
ବାଇ ବୃନ୍ଦାବନ, ଅଥୟ ଯମୁନା,
ପୂଣ୍ୟ ସେ ବଇଁଶୀ ସ୍ଵନ।
କାହୁଁ ପାଇବି ମୁଁ ସର ଓ ଲବଣୀ
ଗୋପିକା ଦେଲେ ଯା ଆଣି,
ସେ ଉତ୍ସର୍ଗ ଭାବ, ପୀରତି ବୈଭବ
ଶୁଣିବାକୁ ବଂଶୀ ଧ୍ୱନି ।
କି କରି ଦେବି ମୁଁ ତୋର ଶ୍ରମ ମୁଲ
ପ୍ରଦୀପ୍ତ କି ତାହା ଜାଣି,
ବାଇବୁ କି ହରି କହ ସତ୍ୟ କରି
ଦେବି ମୁଁ ନୟନ ପାଣି ।
No comments:
Post a Comment