ତୁମେ ସୁରୁପ ଚନ୍ଦ୍ରମା ମୁଁ ଯେ ବାମନ ନଗଣ୍ଯ,
ଛୁଇଁବି ତୁମକୁ ବାରେ କରିଅଛି ମନ।
ଯହିଁ ହେଉଥିବ ତୁମ ନାମ ଉଚାରଣ,
ଚାଲିଥିବ ଯେ ଠାବରେ ଭଜନ କିର୍ତନ,
ତହିଁ ରହି ସେ ରସ ମୁଁ କରୁଥିବି ପାନ,
ପବିତ୍ର ହୋଇବ ମୋର ଦୁଇ ପାପୀ କର୍ଣ।
ଯହିଁ ଥିବ ତୁମ ମୂର୍ତି ପ୍ରଭୁ ଚକ୍ରଧର,
ନୂଆଁଇବି ମଥା ମୋର ହୋଇ ଶ୍ରଦ୍ଧାଭର,
ତୁମ ଚରଣ ଯୁଗଳ ଦେଖିବ ନୟନ,
ତୃଷାର୍ତ ହୃଦୟ ମୋର ହୋଇଯିବ ଧନ୍ଯ।
ଯେ ପୁସ୍ତକେ ଥିବ ତୁମ ଲୀଳାର ବର୍ଣନ,
ଦିବାରାତ୍ର କରିବି ମୁଁ ତାହାର ପଠନ,
କୃପା ଯେବେ ହେବ ତୋର ଆହେ ଶ୍ୟାମଘନ,
କଲମ ମୋ କରିଯିବ ତୁମ ଗୁଣ ଗାନ।
ଛୁଇଁବି ତୁମକୁ ବାରେ କରିଅଛି ମନ।
ଯହିଁ ହେଉଥିବ ତୁମ ନାମ ଉଚାରଣ,
ଚାଲିଥିବ ଯେ ଠାବରେ ଭଜନ କିର୍ତନ,
ତହିଁ ରହି ସେ ରସ ମୁଁ କରୁଥିବି ପାନ,
ପବିତ୍ର ହୋଇବ ମୋର ଦୁଇ ପାପୀ କର୍ଣ।
ଯହିଁ ଥିବ ତୁମ ମୂର୍ତି ପ୍ରଭୁ ଚକ୍ରଧର,
ନୂଆଁଇବି ମଥା ମୋର ହୋଇ ଶ୍ରଦ୍ଧାଭର,
ତୁମ ଚରଣ ଯୁଗଳ ଦେଖିବ ନୟନ,
ତୃଷାର୍ତ ହୃଦୟ ମୋର ହୋଇଯିବ ଧନ୍ଯ।
ଯେ ପୁସ୍ତକେ ଥିବ ତୁମ ଲୀଳାର ବର୍ଣନ,
ଦିବାରାତ୍ର କରିବି ମୁଁ ତାହାର ପଠନ,
କୃପା ଯେବେ ହେବ ତୋର ଆହେ ଶ୍ୟାମଘନ,
କଲମ ମୋ କରିଯିବ ତୁମ ଗୁଣ ଗାନ।
No comments:
Post a Comment