Monday, 12 November 2018

वो तुम हो कृष्ण

किस चीज़ से रखूँ  लगाव ,
किस  शख्स से रखूँ  जुड़ाव,
क्यूँ  कर बनाउँ जहाँ में रिश्ते,
क्यों रोऊँ किसी चीज़ के वास्ते,
जब सब कुछ एक दिन छूट जाना है,
जब हाथ कुछ भी नहीं आना है। 

सारे अनित्य के बीच  एक सत्य को मैंने देखा है,
उसके  अद्भुत ओज  को मैंने परखा है,
जो की था, है और रहेगा अबश्य ,
अनुभूत,असरदार पर अप्रकट, अदृश्य
जब  तक है जान, धरती और आसमान,,
और फिर उसके बाद भी यक़ीनन।  

वो तुम हो कृष्ण और तुम्हारे प्रीति  का  मोल,
तुम्हारी   लीलाएँ  अद्भुत अनमोल।  

Saturday, 10 November 2018

ମୋ ପ୍ରୀତି ଉପରେ ତୁମର ଏକାଧିକାର

ମୋ ପ୍ରୀତି ଉପରେ ତୁମର ଏକାଧିକାର,
ହେ ପରମପ୍ରିୟ କୃଷ୍ଣ ମୋ ଜୀବନାଧାର ।
କେବଳ ତୁମେ ସତ୍ୟ, ନିତ୍ୟ, ଯଥାର୍ଥ, ସମର୍ଥ,
ଶେଷ ସବୁ ଛାୟା, ମାୟା, ଧୋକା, ଅସମର୍ଥ,
ତେଣୁ ମୋ ପ୍ରୀତି ଉପରେ ତୁମର ଏକାଧିକାର,
ହେ ମୁରଲିପାଣି, ମୋ ଜୀବନାଧାର ।


ଯେବେଠୁଁ ଜନ୍ମିଛି ମୁଁ ଏ ଧରାଧାମେ,
ଜାଣିଛି ପାଳିଛ ପ୍ରଭୁ ହେ ମୋତେ ତୁମେ,
ତେଣୁ ମୋ ମନ, ମୋ ତନ, ମୋ ଜୀବନ,
ସବୁ ତୁମର ମୋ ପ୍ରତି କୃପାର ନିଦର୍ଶନ
ମୋ ପ୍ରୀତି ଉପରେ ତୁମର ଏକାଧିକାର,
ହେ ମନମୋହନ, ମୋ ଜୀବନ ସମ୍ଭାର।

ମାଗି ନାହିଁ ତୁମକୁ ମୁଁ କେବେ କିଛି,
କିନ୍ତୁ ତୁମେ ଊଣା ତ ରଖିନ ମୋ ଜୀବନେ କିଛି,
କାହିଁକି ହାତ ପାତିବି ଆଉ  କାହା ପାଶେ,
ତୋ ଭିନ୍ନ କିଏ ବା ସମର୍ଥ, ମାଗିବି କେଉଁ ଅଶେ।
ମୋ ପ୍ରୀତି ଉପରେ ତୁମର ଏକାଧିକାର,
ହେ କୃଷ୍ଣ ପ୍ରିୟତମ,ଜୀବନାଧିପ ମୋର।

मेरी प्रीति की तू ही है अधिकारी,

हे कृष्ण, चरम, परम, करम, धरम धारी ,
केवल तू  ही है मेरी पूजा की अधिकारी। 

केवल तू ही है सत्य, नित्य, यथार्थ, समर्थ,
बाकी सब है छाया, माया, धोखा, अनर्थ। 
मेरी प्रीति की तू  ही है एक मात्र अधिकारी,
हे मुरलीमनोहर जीवनाधार चमत्कारी । 

जब से मैंने होश संभाला है,
तेरे  प्रीत का उपहार मुझे मिला है,
फिर क्यों दूँ मैं इस मन को,
किसी जड़ बुद्धि* तन** को,
मेरी चित्त का तू  ही है एक मात्र अधिकारी 
हे श्यामसुंदर जीवनसांभर चक्रधारी । 

माँगा  नहीं है मैंने तुझे कभी कुछ,
मगर तुमने कमी भी न रखा है कभी कुछ,
फिर क्यूँ  मैं हाथ  फैलाऊँ  कहीं और,
क्यूँ  मैं हृदय बिछाऊँ कोई और ठौर,
मेरी प्रीति का तू  ही है एक मात्र अधिकारी,
हे कृष्ण प्रियतम जीवनाधिप गिरिधारी । 

*जड़ बुद्धि ... पार्थिव सर्वस्व। 
**तनको। .... जिसके लिए देह ही  सबकुछ। 

Sunday, 4 November 2018

मुरलीवाले प्रियतम

हे श्याम मुरलीवाले प्रियतम  मेरे 
दरस दो न तरसाओ नयनन को मेरे।

दुःख  आग में तपा है जीवन बहुतेरा ,
तो  पिघला है स्वतः मन कंचन मेरा,
भाव का पावन बहाव उंकेरा है  मूरत तेरी,
उभरा है निखरकर उनमें सूरत हरि।

वह मूरत  वह सूरत अब इस निर्धन की है निधि,
एक अकिंचन पर तेरी असीम कृपा बारिधि ,
भीगनें  दो बहनें  दो आजीवन ये नयनन मेरे,
करो इतनी की मन रहे सदा स्थिर चरनन में तेरे। 

भर चुकी  है लौकिक प्राप्तिओं की कटोरी,
फिर भी आत्मा में एक प्यास रह गयी है अधूरी,
अब इस दिव्य कमी  को भी कर दो पूरी,
बस एक  बार दर्शन दे दो मेरे कृष्ण मुरारी।





THE TRUTH

The Pandavas were  feeble few,
Away from power, position and wealth,
Whereas the Kauravas were  formidable many,
With the power and likes of Vishma, Drona, Karna etc.

Still the Pandavas won the Mahabharata war,
Just because they were among the truths and truthfulness,
For which they got the wise counsel and support of  Krishna,
The incarnation of Vishnu, the supreme soul.

Hence power, position, wealth ,I, you, he, she,
Our relationships our lifetime achievements, reputations,
Our ego, anger, concerns, devotions,loss, gain being temporary
Are insignificant comparing with the vitality of truth.

The things we often and by mistake count as something,
And evade truth, truthfulness  to get that something,
Are real nothings, non-permanent and insignificant,
Like the water bubbles in the vast river of time.

I, you, he, she or they having a concern for this day only,
Having a wish to achieve that something,  the real-nothing
During this temporary tenure of our stay on the earth
Become selfish, biased while adjudicating things.

We begin believing as we wish to believe, as things suits us,
Then and there the truth becomes insignificant us
 We shelter under the falsehood, love lie and desert the truth.
But practically  we desert Krishna and His affection. 


Friday, 2 November 2018

ନୀଳାଦ୍ରିବିଜେ ୬

"ଚାଣ୍ଡାଳୀ ଶ୍ରିୟାର ଘରେ ବିଜେ କଲ,
ଚାତୁରୀ କରି ଶ୍ରୀମନ୍ଦୀରେ ଫେରିଲ ।

ଚିନ୍ତା ନ କଲ ବାରେ ପତ୍ନୀ ଧରମ, 
ଚକ୍ରାନ୍ତ କରି ରଖିଲ ନିଜ ଢମ । 

ଚପଳା ସଦା ତୁମ ମତି ଅସ୍ଥିର, 
ଚନ୍ଦ୍ରିମ କ୍ଷଣେ, କ୍ଷଣେ ଅମା ପ୍ରକାର ।

ଛଛନ୍ଦ ନୁହେଁ ତୁମେ ଆଡନୟନା,
ଛଟା ଦେଖାଇ ମୋର ହୋଇଲ ବାମା।

ଛାଡ ତୁମ ପିତାଙ୍କ ଗରଜ କଥା,
ଛଟ ପଟ କୂଳରେ ପିଟନ୍ତି ମଥା ।"

"ଛିଗୁଲିର ପ୍ରଭୁହେ ରହିଛି ସୀମା,
ଛାଡ ଛଳି ଗୋବିନ୍ଦ ଛିଦ୍ର ଖୋଜିମା ।
                    
ଜଗନ୍ନାଥ ମୋ ପିତୃ ନିନ୍ଦା ନ କର,
ଜାଣ ସେ ସମ୍ବନ୍ଧରେ ତୁମ ଶ୍ଵଶୂର।

ଜଣା ଆମ୍ଭଙ୍କୁ ତୁମ୍ଭର ମହାରଥ
ଜଳ ପରି ତରଳ ତୁମ୍ଭ ଶପଥ ।

ଜଳକା ଦେବାସୁରେ ତୁମେ କରିଲ,
ଜାଣି ସୁନ୍ଦରୀ ମୋର ହାତ ଧରିଲ ।"
                     
"ଝଗଡା ଛାଡ ମଣୋହି ବେଳ ହେଲା,
ଝାଉଁବଣ ଉହାଡେ ଜହ୍ନ ଉଠିଲା ।

ଝଙ୍କୃତ ଘଣ୍ଟ ଘଣ୍ଟା ହେଲା ମନ୍ଦୀରେ,
ଝୁଙ୍କ ନୁହେଁ ଉଚିତ ତୁମ ପାଶରେ।

ଟଙ୍କ ହୋଇବ ରସଗୋଲା ସକଳ,
ଟକ ଟକିଆ ମୋ ମନ ହେଲା ବିକଳ।

ଟସର ଶାଢୀ ଦେଖ କେଡେ ସୁନ୍ଦର
ଟହକହାସୀ ତୁମେ ମୋ ଗଳାହାର।

ଠୁଳ କରି ଆଣିଛି ସୁନାଗହଣା,
ଠାକୁରାଣୀ ହେଉ ଗୁହାରୀ ଶୁଣିମା।

ଠକିବିନି ତୁମକୁ ମୁଁ ଆଉ କେବେ,
ଠିକିଲି ବହୁତ ରହି ଦୂର ଠାବେ।

ଠିକ କରି କହୁଛି ସତ୍ୟ ବଚନ,
ଠାକୁରାଣୀ ତୁମେ ମୋ ମନ ଜୀବନ ।

ଡମରୁମଧ୍ୟା ଘେନ ବଚନ ମମ,
ଡେରା ଛାଡିବିନି ମୁଁ ବର୍ଷ ତମାମ ।"

ଦ୍ରଷ୍ଟବ୍ୟ... ନୀଳାଦ୍ରିବିଜେ ୧,୨,୩,୪,୫ ଆଦ୍ୟ ଅକ୍ଷର ଅ ଠାରୁ ଅଂ ପର୍ଯ୍ୟନ୍ତ ଯାଇଥିଲା। ନୀଳାଦ୍ରିବିଜେ୬ ଆଦ୍ୟ ଅକ୍ଷର ଚ ଠାରୁ ଆରମ୍ଭ ହୋଇ ଆଦ୍ୟ ଅକ୍ଷର ଡ ଠାରେ ଶେଷ ହେଲା। ଲକ୍ଷ୍ମୀ-ଜଗନ୍ନାଥଙ୍କ ଝଗଡା ମୀମାଂସା ଆଡକୁ ଗତି କଲା ପରେ ଏବେ ମିଳନ ଆଡକୁ ଗତି କରିବ। ସବୁ ମୋ ପ୍ରଭୁ-ମାଙ୍କ ଇଚ୍ଛା।

Wednesday, 31 October 2018

ସେ ଘର

ଭାବିବନି ବନ୍ଧୁ ଏକାକୀ ନିଜକୁ,
                ପ୍ରଭୁ ଛନ୍ତି ତୋର ସାହା,
ଆଦେଖା ସିନା ସେ ଉପସ୍ଥିତ ସଦା,
                  ଦେଖାଉଅଛନ୍ତି ରାହା।

ରଖି ତୋର ଚିତ୍ତ ତାଙ୍କ ଚରଣରେ,
                   କାର୍ଯ୍ୟ କରୁଥାଅ ନିତ୍ୟ,
ପିତା ସେ ତୋହର ସଦା ହିତକାମୀ,
                ହୁଅ  ତାଙ୍କ ପ୍ରତି ସତ୍ୟ ।

ଯୋଡି ଚାଲୁ ଇଟା ଅସ୍ଥାୟୀ ବାସରେ,
                  ଲଗାଇ ବୁଦ୍ଧି କୌଶଳ,
ସେ ଘରକୁ ଖଣ୍ଡେ ଇଟା ଯୋଡିବାକୁ,
            ନାହିଁ ତୋ ପାଖରେ ବେଳ ।

ଚାରିଦିନ ପରେ ଘରକୁ ଫେରିବୁ,
                 ଚିନ୍ତ ସେ ଘରର କଥା
ପଡି ରହିଯିବ ପାର୍ଥିବ ସମ୍ପଦ,
             ସମ୍ବନ୍ଧ, ସୁଖ ଓ ବ୍ୟଥା ।

ମାଟି ସବୁ ଦିନେ ମାଟିରେ ମିଶିବ,
               ଛାଡ଼ିବୁ ଯେବେ ତୁ ଦେହ,
କର୍ମ ଏକା ଆତ୍ମା ସଙ୍ଗତରେ ଯିବ
                 ସେଥିକୁ ସତର୍କ ରହ। 

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...