ଆ' ଲୋ ବଉଳ ରଙ୍ଗ ଲଗେଇବା,
ଆଜି ପରା ସଜବାଜ,
ସାଥି ହୋଇ ଆମେ ଗାଁ ବୁଲି ଯିବା,
କାଲିକି କରିବା ରଜ ।
ବୋଉ କୁଟିଲାଣି ଅରୁଆ ଚାଉଳ,
ଦୁଲୁକି ଯାଉଛି ଢିଙ୍କି,
ପୋଡପିଠା କଥା ଭାବି ଭାବି ମୋର,
ମନ ଉଠୁଛି ମହକି ।
ବାପାଙ୍କୁ କହିବି ଘର ଅଗଣାରେ
ବାନ୍ଧି ଦେବେ ମୋର ଦୋଳି,
ନୂଆ ଜାମା ପିନ୍ଧି, ରଜ ପାନ ଖାଇ,
ସେଥିରେ ଯିବି ମୁଁ ଝୁଲି ।
ଝିପି ଝିପି ବରଷାରେ ଯେବେ
ବହୁଥିବ ମିଠା ବାଆ,
ଦୋଳି ଉଡେଇବି ବିହଙ୍ଗମ ପରି,
କରି ବିହାୟସ ଛୁଆଁ ।
ଗାଧୋଇ ପାଧୋଇ ସଜବାଜ ହେବି
ସକାଳୁ ଉଠି ସଅଳ
ବଉଳଙ୍କ ମେଳେ ଖେଳି ବସିବିମୁଁ
ଲୁଚକାଳି ପୁଚି ଖେଳ ।
ପୋଡପିଠା ସାଥେ ଚକୁଳି ଆରିସା,
ପାଚିଲା ଆମ୍ବ, ପଣସ
ଆମ ବୋଉ ହାତ ବଡ ସୁଆଦିଆ,
ଖାଇବ କାଇଁଚ ଆସ ।
ହସି ଖେଳି ଆମେ ସମୟ କାଟିବା,
ତିନୋଟି ଦିନ ଏ ରଜ,
ବାଣ୍ଟିଲେ ବଢିବ ଏକା ଏକା ଫିକା,
ଆମ ଏ ରଜମଉଜ ।
ଆଜି ପରା ସଜବାଜ,
ସାଥି ହୋଇ ଆମେ ଗାଁ ବୁଲି ଯିବା,
କାଲିକି କରିବା ରଜ ।
ବୋଉ କୁଟିଲାଣି ଅରୁଆ ଚାଉଳ,
ଦୁଲୁକି ଯାଉଛି ଢିଙ୍କି,
ପୋଡପିଠା କଥା ଭାବି ଭାବି ମୋର,
ମନ ଉଠୁଛି ମହକି ।
ବାପାଙ୍କୁ କହିବି ଘର ଅଗଣାରେ
ବାନ୍ଧି ଦେବେ ମୋର ଦୋଳି,
ନୂଆ ଜାମା ପିନ୍ଧି, ରଜ ପାନ ଖାଇ,
ସେଥିରେ ଯିବି ମୁଁ ଝୁଲି ।
ଝିପି ଝିପି ବରଷାରେ ଯେବେ
ବହୁଥିବ ମିଠା ବାଆ,
ଦୋଳି ଉଡେଇବି ବିହଙ୍ଗମ ପରି,
କରି ବିହାୟସ ଛୁଆଁ ।
ଗାଧୋଇ ପାଧୋଇ ସଜବାଜ ହେବି
ସକାଳୁ ଉଠି ସଅଳ
ବଉଳଙ୍କ ମେଳେ ଖେଳି ବସିବିମୁଁ
ଲୁଚକାଳି ପୁଚି ଖେଳ ।
ପୋଡପିଠା ସାଥେ ଚକୁଳି ଆରିସା,
ପାଚିଲା ଆମ୍ବ, ପଣସ
ଆମ ବୋଉ ହାତ ବଡ ସୁଆଦିଆ,
ଖାଇବ କାଇଁଚ ଆସ ।
ହସି ଖେଳି ଆମେ ସମୟ କାଟିବା,
ତିନୋଟି ଦିନ ଏ ରଜ,
ବାଣ୍ଟିଲେ ବଢିବ ଏକା ଏକା ଫିକା,
ଆମ ଏ ରଜମଉଜ ।
ବହୁତ୍ ସୁନ୍ଦର୍ କବିତା, ରଜ ର ବର୍ଣ୍ଣନା ଅତି ଚମତ୍କାର ।
ReplyDelete