ଖେଳିବୁ କି କହ କାହ୍ନା
ମୋ ସହ ତୁ ହୋରି,
ଭିଜାଇବୁ ମୋତେ ମାରି
ରଙ୍ଗ ପିଚକାରୀ।
ଚିତ୍ତେ ମୋ ଫୁଟି ଉଠିବ
ସନ୍ତୋଷ କୁସୁମ
ପାଇ ଧ୍ୟାନ ଧନ୍ୟ ହେବ,
ମୋର ଏ ଜନମ।
ତୋ କୃପା କାରଣକୁ ମୁଁ
ନୋହେ ଉପଯୁକ୍ତ,
ନୁହେଁ ମୁଁ ଗୋପୀଙ୍କ ସମ
ସମର୍ପିତ ଭକ୍ତ।
ଅହେତୁକ କୃପା ନୁହେଁ
ତୋ ପାଇଁ ନୂତନ,
ଜାଣିଛି ବଡ ବିଶାଳ,
ହରି ତୋର ମନ।
ଶତୃ ଭାବ ନେଇ ଯେତେ
ଆସିଲେ ଅସୁର,
ତୋ ହସ୍ତରେ ନାଶ ପାଇ,
ଗଲେ ତୋର ପୁର।
ବହପ କଲି ମୁଁ ମୋର
ଧରିବୁନି ଦୋଷ,
ତୋ ସ୍ନେହ ଉପରେ ମୋର
ଏତିକି ବିଶ୍ଵାସ।
ମୋ ସହ ତୁ ହୋରି,
ଭିଜାଇବୁ ମୋତେ ମାରି
ରଙ୍ଗ ପିଚକାରୀ।
ଚିତ୍ତେ ମୋ ଫୁଟି ଉଠିବ
ସନ୍ତୋଷ କୁସୁମ
ପାଇ ଧ୍ୟାନ ଧନ୍ୟ ହେବ,
ମୋର ଏ ଜନମ।
ତୋ କୃପା କାରଣକୁ ମୁଁ
ନୋହେ ଉପଯୁକ୍ତ,
ନୁହେଁ ମୁଁ ଗୋପୀଙ୍କ ସମ
ସମର୍ପିତ ଭକ୍ତ।
ଅହେତୁକ କୃପା ନୁହେଁ
ତୋ ପାଇଁ ନୂତନ,
ଜାଣିଛି ବଡ ବିଶାଳ,
ହରି ତୋର ମନ।
ଶତୃ ଭାବ ନେଇ ଯେତେ
ଆସିଲେ ଅସୁର,
ତୋ ହସ୍ତରେ ନାଶ ପାଇ,
ଗଲେ ତୋର ପୁର।
ବହପ କଲି ମୁଁ ମୋର
ଧରିବୁନି ଦୋଷ,
ତୋ ସ୍ନେହ ଉପରେ ମୋର
ଏତିକି ବିଶ୍ଵାସ।
No comments:
Post a Comment