ନମସ୍ତେ ଶ୍ରୀ ତ୍ରିଲୋଚନ, କୃପାଳୁ, ତ୍ରିଶୂଳହସ୍ତ,
ରୁଦ୍ର,ମହାଶକ୍ତିମୟ,ନୃତ୍ୟପ୍ରିୟ,ଗୌରୀନାଥ,
ଯୋଗେଶ,ଚନ୍ଦ୍ରପ୍ରକାଶ, ଈଶାନ, କପାଳଭୃତ,
ନମସ୍ତେ ରାବଣେଶ୍ଵର,ମୃତ୍ୟୁଞ୍ଜୟ ,ଭୁତନାଥ ।
ଲଙ୍କେଶ ସ୍ମରଣ କଲା ଧୂର୍ଜ୍ଜଟିଙ୍କ ପଣ କଥା,
ରଖିଲେ କେଉଁଠି ପଥେ ସ୍ଥାପିତ ହେବେ ଦେବତା,
ଆଉ ନ ଯିବେ ସେ ସାଥେ, ଏଥୁ ନୋହିବ ଅନ୍ୟଥା
ଦେବ ବଚନ ବା କାହୁଁ ହୋଇ ପାରିଥାନ୍ତା ମିଥ୍ୟା।
ଦାନବ ହେଲେ ବି ଭକ୍ତ, ଜ୍ଞାନୀ, ବେଦଜ୍ଞ ରାବଣ,
ଅଚିରେ ବୁଝିଲା ସବୁ ଦେବଙ୍କ ଛଳ ଭିଆଣ,
ସବୁ କ୍ରିୟା କୃତି ମୂଳ, ଆଦିମୂଳ ନାରାୟଣ,
ଅସୁରଙ୍କ ଦ୍ରୋହ କାର୍ଯ୍ୟ, ଦେବ ସନ୍ତୋଷ କାରଣ।
ଅଭିଷ୍ଟ ନୋହିଲା ପୂର୍ଣ ସଙ୍ଗେ ନ ଗଲେ ଆରାଧ୍ୟ,
ତପ ଫଳ ହେଲା ନଷ୍ଟ, ଶ୍ରୀହରି ସାଧିଲେ ବାଦ,
ଓଂକାର ନ ଦେଲେ ସାଥି, ଚିତ୍ତେ ଆସିଲା ବିଷାଦ
ଠକିଗଲା ମନେ ଭାଳି,ଦୈତ୍ୟକୁ ଆସିଲା କ୍ରୋଧ ।
ଓପାଡିଲା କ୍ଷୁଦ୍ର ବୃକ୍ଷ କ୍ରୋଧେ ହୋଇ ଜରଜର,
ସ୍ଵପୀଡା ଲାଘବ ପାଇଁ ଲିଙ୍ଗଙ୍କୁ କଲା ପ୍ରହାର,
ମାଟିରେ ଦବାଇ ଦେଲା ଦେଇ ଅଙ୍ଗୁଷ୍ଠର ଜୋର,
ସହିଗଲେ ମହାମନା ନିରବେ ଶାସ୍ତି ଭକ୍ତର ।
ଭକ୍ତ ପ୍ରଭୁଙ୍କ ସମ୍ବନ୍ଧ ବୁଦ୍ଧି ପାହୁଞ୍ଚ ବାହାର,
ଅଜ୍ଞେୟ ବିଷୟବସ୍ତୁ ଅମାପ ଭାବସାଗର,
ବୁଡି ନ ମଲେ ବୁଝିବା ନୁହେଁ ସହଜ ବ୍ୟାପାର,
କଳି କି ପାରେ ପ୍ରଦୀପ୍ତ ମୂଢ ପାପଚ୍ଛନ୍ନ ଛାର।
ରୁଦ୍ର,ମହାଶକ୍ତିମୟ,ନୃତ୍ୟପ୍ରିୟ,ଗୌରୀନାଥ,
ଯୋଗେଶ,ଚନ୍ଦ୍ରପ୍ରକାଶ, ଈଶାନ, କପାଳଭୃତ,
ନମସ୍ତେ ରାବଣେଶ୍ଵର,ମୃତ୍ୟୁଞ୍ଜୟ ,ଭୁତନାଥ ।
ଲଙ୍କେଶ ସ୍ମରଣ କଲା ଧୂର୍ଜ୍ଜଟିଙ୍କ ପଣ କଥା,
ରଖିଲେ କେଉଁଠି ପଥେ ସ୍ଥାପିତ ହେବେ ଦେବତା,
ଆଉ ନ ଯିବେ ସେ ସାଥେ, ଏଥୁ ନୋହିବ ଅନ୍ୟଥା
ଦେବ ବଚନ ବା କାହୁଁ ହୋଇ ପାରିଥାନ୍ତା ମିଥ୍ୟା।
ଦାନବ ହେଲେ ବି ଭକ୍ତ, ଜ୍ଞାନୀ, ବେଦଜ୍ଞ ରାବଣ,
ଅଚିରେ ବୁଝିଲା ସବୁ ଦେବଙ୍କ ଛଳ ଭିଆଣ,
ସବୁ କ୍ରିୟା କୃତି ମୂଳ, ଆଦିମୂଳ ନାରାୟଣ,
ଅସୁରଙ୍କ ଦ୍ରୋହ କାର୍ଯ୍ୟ, ଦେବ ସନ୍ତୋଷ କାରଣ।
ଅଭିଷ୍ଟ ନୋହିଲା ପୂର୍ଣ ସଙ୍ଗେ ନ ଗଲେ ଆରାଧ୍ୟ,
ତପ ଫଳ ହେଲା ନଷ୍ଟ, ଶ୍ରୀହରି ସାଧିଲେ ବାଦ,
ଓଂକାର ନ ଦେଲେ ସାଥି, ଚିତ୍ତେ ଆସିଲା ବିଷାଦ
ଠକିଗଲା ମନେ ଭାଳି,ଦୈତ୍ୟକୁ ଆସିଲା କ୍ରୋଧ ।
ଓପାଡିଲା କ୍ଷୁଦ୍ର ବୃକ୍ଷ କ୍ରୋଧେ ହୋଇ ଜରଜର,
ସ୍ଵପୀଡା ଲାଘବ ପାଇଁ ଲିଙ୍ଗଙ୍କୁ କଲା ପ୍ରହାର,
ମାଟିରେ ଦବାଇ ଦେଲା ଦେଇ ଅଙ୍ଗୁଷ୍ଠର ଜୋର,
ସହିଗଲେ ମହାମନା ନିରବେ ଶାସ୍ତି ଭକ୍ତର ।
ଭକ୍ତ ପ୍ରଭୁଙ୍କ ସମ୍ବନ୍ଧ ବୁଦ୍ଧି ପାହୁଞ୍ଚ ବାହାର,
ଅଜ୍ଞେୟ ବିଷୟବସ୍ତୁ ଅମାପ ଭାବସାଗର,
ବୁଡି ନ ମଲେ ବୁଝିବା ନୁହେଁ ସହଜ ବ୍ୟାପାର,
କଳି କି ପାରେ ପ୍ରଦୀପ୍ତ ମୂଢ ପାପଚ୍ଛନ୍ନ ଛାର।
No comments:
Post a Comment