କୋଇଲି ଲୋ,
ଏ ତ ଜୀବନର ରୀତି,
ସୁଖ ପରେ ଦୁଃଖ, ହସ ପରେ ଲୁହ,
ଦିନ ପରେ ଆସେ ରାତି।
କୋଇଲି ଲୋ,
ଜଗତେ ଜନମ ପାଇ,
ବ୍ରହ୍ମାଣ୍ଡ ଈଶ୍ଵର, ଶରୀର ନଶ୍ଵର,
କାଳ କବଳିତ ହୋଇ।
କୋଇଲି ଲୋ,
ନ ହୁଅ ନିଶାରେ ବାୟା,
ପଦର ଗାରିମା, ଧନର ବଡିମା,
ଯେତେ ସବୁ, ମିଛ ମାୟା।
କୋଇଲି ଲୋ,
ସମୟ ଯାଉଛି ଗଡି,
ତୁମେ କିଆଁ ଭୁଲ, ଭକତିର ମୁଲ,
ଶେଷ ବେଳ ଆସେ ମାଡି।
କୋଇଲି ଲୋ,
ତୁଛା ହୁଅ ହନ୍ତସନ୍ତ,
ଛାଡି ଦେହ ମୋହ, ଶତ୍ରୁତା କଳହ,
ହରି ନାମ କର ପନ୍ଥ।
No comments:
Post a Comment