ଶୁଣି ମୋର ପ୍ରୀତିପୂର୍ଣ ମଧୁର ବଚନ,
ମୋ ଦିଗରୁ ଦୃଷ୍ଟି ଫେରି ନିଅ
ତତକ୍ଷଣ,
ଫୁଲ ଠାରୁ ଦୂରେ ଯାଏ ମଧୁପ ଯେସନ,
କରୁ କରୁ ଅତି ପ୍ରିୟ ମଧୁ ଆହରଣ ।
ପୁଷ୍ପଠୁଁ ତାହାର ସେ ଦୂର ଚାଲିଯିବା,
ତୁମର ମୋହ ଉପରେ କ୍ରୋଧିତ ହୋଇବା,
ତାର ସେ କ୍ରୋଧଭର ରେ ପକ୍ଷ ହଲାଇବା,
ତୁମର କ୍ରୋଧରେ ଚକ୍ଷୁ ମୁଦ୍ରିତ କରିବା।
ମିଛ ବାହାନା ହିଁ ସିନା
ତୁଛା ପ୍ରଦର୍ଶନ,
ପ୍ରେମୀଙ୍କ ନାଖରା ସେତ ଅତି ପୁରାତନ,
ନା ତୁମେ କରି ପାର ମୋହ ପରେ କୋପ,
ନା ମଧୁ ପାନରୁ କ୍ଷାନ୍ତ ହେବ ସେ ମଧୁପ।
ପ୍ରୀତି-ମଧୁ ରସର ସେ ସୁମଧୁର ଘୋଳ,
ତୁମ ଦୁହିଙ୍କର ପାଇଁ ପ୍ରିୟ ଓ ଅମୂଲ୍ୟ,
ତୁମେ ଜଣେ ନାରୀ ସିନା ସେ ଏକ ପୁରୁଷ,
ପ୍ରେମ-ମଧୁ ପାଇଁ ତୁମ ଚିତ୍ତ ହିଁ ବିବଶ।
No comments:
Post a Comment