କୋଇଲି ଲୋ,
ଏ ତ କଳି କାଳ ରୀତି,
ସତ କହି ଦେଲେ ବାଉଳି ହୁଅନ୍ତି,
ମିଛ କୁ ତାଙ୍କର ପ୍ରୀତି।
କୋଇଲି ଲୋ,
ପଡ଼ୋଶୀ କୁ ନ ଜାଣନ୍ତି,
ବଡି ଭୋରୁ ଉଠି ଫେସବୁକ ଧରି
ବିଦେଶୀଙ୍କୁ ହାଇ, ହାଲୋ କରୁଛନ୍ତି।
କୋଇଲି ଲୋ,
ରେଳଗାଡି ଯାଏ ମାଡି,
ଦୁଧ, ଦହି, ସର ଅରୁଚି ହେଲାଣି,
ଚାଟ ପାଖେ ଭିଡା ଭିଡି ।
କୋଇଲି ଲୋ,
ସମୟ ଗଲା ବଦଳି,
ଭାଗବତ ଟୂଙ୍ଗୀ ମାଟି ରେ ମିଶିଲା,
ଚାହା ଦୋକାନ ରେ ମେଳି।
କୋଇଲି ଲୋ,
ବରଯାତ୍ରୀ ଆସିଲେଣି,
ଫୁଲ ଚନ୍ଦନ କୁ ପଛକୁ ରଖ ଲୋ,
ତାଙ୍କ ଲୋଡା ନାଲି ପାଣି ।
କୋଇଲି ଲୋ,
କି କଥା କହିବି ତତେ,
ଦୁଃଖ କହିବି କି ସୁଖ ମୁଁ କହିବି,
ଯିବୁ କି ତୁ ତା ପରତେ।
No comments:
Post a Comment