କ୍ଷଣିକ ପ୍ରାପ୍ତିରେ ଖୋଜିଲି ମୁଁ ଖୁସି
ଭୁଲି ଆନନ୍ଦ ଅନନ୍ତ,
ଏକ ପ୍ରାପ୍ତି ପରେ ଆରେକ ଉଦୟ
ତୃଷ୍ଣାର ନ ହେଲା ଅନ୍ତ ।
ନିବୃତି ହେଲାନି ଯାଚନାରୁ ମନ
ପ୍ରବୃତି କଲା ଶିକାର
ଅପୂର୍ଣ କାମନା ଦୁଃଖରେ ଜୀବନ
ଘାଣ୍ଟି
ହେବା ହେଲା ସାର ।
କର୍ମ ଅକର୍ମ ମୁଁ ଯେତକ କରିଲି
ସ୍ଵାର୍ଥ କୁ କରି ସର୍ବସ୍ଵ,
ପାପ ପୂଣ୍ୟ ଭାବ ମନେ ନ ଧରିଲି
ତତେ ନ କଲି ବିଶ୍ଵାସ ।
ଶରୀର ସେବାରେ ଜୀବନ କାଟିଲି
ଲୋଭ ମୋହ
କରି ସାଥି,
ପାପୀ ମନକୁ ମୋ ଛନକା ପସୁଛି
ଦେଖି କାଳ ଉପସ୍ଥିତି ।
ପାପ ଭାର ମୋର ବଢି ଯେ ଗଲାଣି
କହ ହରି କିସ ଗତି,
ତରି ପାରିବି କି ଭବ ବୈତରଣୀ
ତତେ
ଦେଇ ଆଖି ମୋତି ?
ତୁ ହେଲେ ଭରଷା ଅଛି ମୋର ଆଶା,
ନିସ୍ତରିବି ଭବ ଜଳୁ,
ପାତିଛି ପତିତ ପ୍ରଦୀପ୍ତ ତା ମଥା,
ଉଠାଅ ଚରଣ ତଳୁ ।
No comments:
Post a Comment