ନଭରୁ ମେଘ ଅବତରି,
ନିର୍ମଳ ସ୍ଵଚ୍ଛ ସେହି ବାରି।
ଜନମ କାଳେ ଶିଶୁ ମନ,
କୋମଳ କପଟ ବିହୀନ।
ଯହୁଁ ପବନେ ପ୍ରବେଶଇ,
ଧୂଳି ତହିଁରେ ମିଶିଥାଇ।
ଅସ୍ଵଚ୍ଛ ଜଳ ତାହା ହୁଏ,
ଅପେୟ ଭାବେ ଗଣା ଯାଏ ।
ତେମନ୍ତ ବଢିଲେ ବୟସ,
ଶିଶୁକୁ ଧରେ ମାୟା ଦୋଷ ।
ପର ଆପଣାର ବିଚାର,
ମନେ ପ୍ରବେଶ ହୁଏ ତା'ର।
ଯହୁଁ ଭୂମିରେ ବହେ ଜଳ,
ମିଶଇ କଳ୍ମଷ ସକଳ ।
ଶିଶୁ କରଇ ଯେ ସଂସାର,
ବଶେ ଆସଇ ସେ ମାୟାର।
ସଂସାର କାର୍ଯ୍ୟରେ ଜଡିତ,
ହୋଇ ସେ ହୁଏ ପ୍ରଦୂଷିତ।
ସ୍ଵାର୍ଥ,ଲୋଭ,ଗର୍ବ ଓ ରୋଷ
ମିଛ କପଟର ପ୍ରବେଶ ।
ଏକଦା ସ୍ଵଚ୍ଛ ଶିଶୁ ଚିତ୍ତ,
ଧନ ନିଶାରେ ମଦମତ୍ତ।
ରୂପ ଯୌବନର ନିଶାରେ,
ଜୀବନ କାଟେ ଅବିଚାରେ।
ଦେବତ୍ଵ, ଦିବ୍ୟ ତା ସ୍ୱରୂପ,
ଅଚିରେ ହୁଅଇ କୁରୁପ ।
ଦେହ ଭାବରେ ଜୀବ ବହି
ଦେବ ଅଯୋଗ୍ୟ ହୁଏ ସେହି।
ପ୍ରଚଣ୍ଡ ରୌଦ୍ର ପରକାଶେ,
ଭୂମିରୁ ନଭ ଜଳ ଶୋଷେ।
ବାଷ୍ପ ସ୍ୱରୂପ ହୋଇ ଜଳ,
ଆକାଶେ ମେଘାକାରେ ଠୁଳ।
ତେମନ୍ତ ସମୟ ଉତ୍ତାରେ,
ଆତ୍ମା ନିୟତି ପ୍ରଭାବରେ।
ଛାଡେ ସଂସାର କ୍ରିଡାଙ୍ଗନ,
ଅର୍ଜିତ ସାରା ଧନ, ଜନ।
ଜଳ ଯେ ମିଶେ ଆକାଶରେ,
ମଳିନ ନ ଥାଏ ସେଥିରେ।
ଶୁଦ୍ଧ ସେ ଆସି ଶୁଦ୍ଧ ଯାଏ,
ଯେଣୁ ସ୍ଵେଚ୍ଛାରେ ସେ ନ ଥାଏ।
ଆତ୍ମା ଯେ କର୍ମ ମାନ କରେ,
ସ୍ଵେଚ୍ଛାରେ, ବୁଦ୍ଧି ବିବେକରେ।
କର୍ମେ ସଂଶ୍ଳିଷ୍ଟ ଆତ୍ମା ରୁହେ,
ସ୍ଵ କର୍ମ ପାଇଁ ଦାୟୀ ରହେ।
ତହିଁରୁ ହୁଏ ତା ପ୍ରାରବ୍ଧ,
ଏହା ହିଁ ନିଗମର ଶବ୍ଦ ।
ନୁହେଁ ଏ ଶାସ୍ତ୍ର ତୁମ ପାଇଁ,
ପାଗଳ ଏହା ବିଚାରଇ।
ନିର୍ମଳ ସ୍ଵଚ୍ଛ ସେହି ବାରି।
ଜନମ କାଳେ ଶିଶୁ ମନ,
କୋମଳ କପଟ ବିହୀନ।
ଯହୁଁ ପବନେ ପ୍ରବେଶଇ,
ଧୂଳି ତହିଁରେ ମିଶିଥାଇ।
ଅସ୍ଵଚ୍ଛ ଜଳ ତାହା ହୁଏ,
ଅପେୟ ଭାବେ ଗଣା ଯାଏ ।
ତେମନ୍ତ ବଢିଲେ ବୟସ,
ଶିଶୁକୁ ଧରେ ମାୟା ଦୋଷ ।
ପର ଆପଣାର ବିଚାର,
ମନେ ପ୍ରବେଶ ହୁଏ ତା'ର।
ଯହୁଁ ଭୂମିରେ ବହେ ଜଳ,
ମିଶଇ କଳ୍ମଷ ସକଳ ।
ଶିଶୁ କରଇ ଯେ ସଂସାର,
ବଶେ ଆସଇ ସେ ମାୟାର।
ସଂସାର କାର୍ଯ୍ୟରେ ଜଡିତ,
ହୋଇ ସେ ହୁଏ ପ୍ରଦୂଷିତ।
ସ୍ଵାର୍ଥ,ଲୋଭ,ଗର୍ବ ଓ ରୋଷ
ମିଛ କପଟର ପ୍ରବେଶ ।
ଏକଦା ସ୍ଵଚ୍ଛ ଶିଶୁ ଚିତ୍ତ,
ଧନ ନିଶାରେ ମଦମତ୍ତ।
ରୂପ ଯୌବନର ନିଶାରେ,
ଜୀବନ କାଟେ ଅବିଚାରେ।
ଦେବତ୍ଵ, ଦିବ୍ୟ ତା ସ୍ୱରୂପ,
ଅଚିରେ ହୁଅଇ କୁରୁପ ।
ଦେହ ଭାବରେ ଜୀବ ବହି
ଦେବ ଅଯୋଗ୍ୟ ହୁଏ ସେହି।
ପ୍ରଚଣ୍ଡ ରୌଦ୍ର ପରକାଶେ,
ଭୂମିରୁ ନଭ ଜଳ ଶୋଷେ।
ବାଷ୍ପ ସ୍ୱରୂପ ହୋଇ ଜଳ,
ଆକାଶେ ମେଘାକାରେ ଠୁଳ।
ତେମନ୍ତ ସମୟ ଉତ୍ତାରେ,
ଆତ୍ମା ନିୟତି ପ୍ରଭାବରେ।
ଛାଡେ ସଂସାର କ୍ରିଡାଙ୍ଗନ,
ଅର୍ଜିତ ସାରା ଧନ, ଜନ।
ଜଳ ଯେ ମିଶେ ଆକାଶରେ,
ମଳିନ ନ ଥାଏ ସେଥିରେ।
ଶୁଦ୍ଧ ସେ ଆସି ଶୁଦ୍ଧ ଯାଏ,
ଯେଣୁ ସ୍ଵେଚ୍ଛାରେ ସେ ନ ଥାଏ।
ଆତ୍ମା ଯେ କର୍ମ ମାନ କରେ,
ସ୍ଵେଚ୍ଛାରେ, ବୁଦ୍ଧି ବିବେକରେ।
କର୍ମେ ସଂଶ୍ଳିଷ୍ଟ ଆତ୍ମା ରୁହେ,
ସ୍ଵ କର୍ମ ପାଇଁ ଦାୟୀ ରହେ।
ତହିଁରୁ ହୁଏ ତା ପ୍ରାରବ୍ଧ,
ଏହା ହିଁ ନିଗମର ଶବ୍ଦ ।
ନୁହେଁ ଏ ଶାସ୍ତ୍ର ତୁମ ପାଇଁ,
ପାଗଳ ଏହା ବିଚାରଇ।