ଘେରିଛି ଅଜ୍ଞାନ ଅମା
ପଥହୀନ ନାହିଁ ମୋ ଆଶ୍ରୟ,
ମଡିଚାଲିଛି ଅମଡା,
ବୁଦ୍ଧିହୀନ ବାତୁଳର ପ୍ରାୟ।
ନୁଆଁଇ ଚାଲିଛି ମୁଣ୍ଡ,
ସତ ମିଛ କରିନି ମୁଁ ଥୟ,
ଯିଏ ଯାହା କହିଦେଲା,
ମାନି ନିଏ ସମସ୍ତଙ୍କ ରାୟ ।
ହେ ପ୍ରଭୁ ମୁରଲିପାଣି,
ଏ ସମୟେ ହୁଅ ମୋ ସହାୟ,
ହୋଇ ଉଦୟ ମୋ ଚିତ୍ତେ,
କର ମୋର ଚୈତନ୍ୟ ଉଦୟ।
ନାହିଁ କେହି ତୁମବିନୁ,
ହୋଇବ ଯେ ମୋଠାରେ ସଦୟ,
ରାସ୍ତା ଦେଖାଇବ ମୋତେ,
ହୋଇ ଅକପଟ ପ୍ରେମମୟ ।
No comments:
Post a Comment