ଲାଜକୁଳୀ ଲତା ସିଏ
ସ୍ପନ୍ଦନ ମୋ ହୃଦର
ଫୁଙ୍କିଲେ ମଉଳି ଯାଏ
ବଡ ସ୍ପର୍ଶକାତର ।
କହୁ କହୁ ରହି ଯାଏ,
ଅଧେ କଥା ମନର
ଅଧା ଗଢା ରହିଯାଏ
ସୌଧ ଆମ ପ୍ରୀତିର।
କାନ ପାତି ଚାହିଁ ଥାଏ,
ଶୁଣିବାକୁ ମୋ ଗିର
ତା ଆଖିରୁ ବୁଝି ଯାଏ,
ବ୍ୟଥା ମୁଁ ତା ହୃଦର ।
କିଛି ଦ୍ଵିଧା କିଛି ଦ୍ଵନ୍ଦ,
ପ୍ରୀତି ପ୍ରତି ତାହାର,
ଜୁଆର ଓ ଭଟ୍ଟା ଭରା,
ତା ଭାବନା ସାଗର।
ଅପ୍ରାକୃତ ଶରଧାର
ଦେବୀ ସେ ନାରୀବର,
ସ୍ନେହାଧିନ ପ୍ରେମାଛନ୍ନ
ପୂଜକ ମୁଁ ତାହାର ।
No comments:
Post a Comment