ଉଡି ଯାଉଥିଲେ ଆମ ମନ ପକ୍ଷୀ,
ଆନନ୍ଦେ ପ୍ରେମର ଆକାଶରେ,
ତୁମେ ଉଡିଗଲ ଦୂରରୁ ଦୂରକୁ,
ମନ ପକ୍ଷୀ ମୋର ଝୁରି ମରେ।
ତୁମ ପାଇଁ ଆଜି ପର ହୋଇଗଲି,
ଚାଲିଗଲ ଛାଡି ଅକ୍ଲେଶରେ,
ଶୂନ୍ୟ କରି ମୋର ଜୀବନ ଆକାଶ
ଲୁଚି ଗଲ କେଉଁ ରାଇଜରେ।
ମୋ ପ୍ରେମ ପକ୍ଷୀର ସବୁ ରକ୍ତକଣା,
ଲୁହ ବୁନ୍ଦ ହୋଇ ବୋହିଗଲା,
ଦିନେ ମୁଁ ଦେଖିଲି ଶବପ୍ରାୟ ହୋଇ,
ଅମାଚ୍ଛନ୍ନ ଦୃଦେ ପଡିଥିଲା।
ବଡ ସରାଗରେ ପାଳିଚାଲିଥିଲି,
ତୁମକୁ ମୁଁ ପ୍ରୀତି ମଧୁ ଦେଇ,
ଆଜି ଏ ପକ୍ଷୀଟି ଅବଶ ପଡିଛି
କୁହ ତୁମେ ବନ୍ଧୁ କାହିଁ ପାଇଁ ।
କହିବିନି ତୁମକୁ ମୁଁ ହତ୍ୟାକାରୀ,
ଦେଇ ପରିବିନି ମୁଁ ଲାଞ୍ଛନ,
ପାଳିଛି ପାଳିବି ତୁମକୁ ମୁଁ ମନେ,
ବଡ ଅମୂଲ୍ୟ ଏ ପ୍ରୀତି ଧନ।
No comments:
Post a Comment