Thursday, 15 November 2018

କଥା ସରେନା

ସରିଯାଏ ଦିନ, ସରେ ଏ ଜୀବନ,
ସରେନା ତୁମର ମୋର କଥା।
ଫିକା ପଡି ଯାଏ ପୁନେଇଁର ଜହ୍ନ,
ବାକି ରହିଯାଏ ମନର ବ୍ୟଥା ।

ଥଳ କୁଳ ନାହିଁ ଆଦି ମୂଳ ନାହିଁ,
କିନ୍ତୁ ବଢି ଚାଲେ ପୀରତି ଗାଥା,
ମିଛ ରାଗ ରୁଷା, ତୁଛା ଅଭିମାନ,
ବଢାଏ ସମ୍ବନ୍ଧର ଗଭୀରତା।

ଖିଅ ଖିଅ ହୋଇ ଖୋଲି ଖୋଲି ଚାଲେ,
ବନ୍ଧା ଛନ୍ଦା ଯେତେ ଭାବନା ସୂତା,
ଲାଜ ଲାଜ ହୋଇ ପାରେନା ମୁଁ କହି,
 ଅନେକ ଅକୁହା ଅଶୁଣା କଥା ।

ତୁମେ ତ ପୁରୁଷ ବୁଝିକି ପାରନା, 
ତୁମ ପ୍ରିୟତମା ମନର କଥା
ବୁଝିକି ଅବୁଝା ଜାଣିକି ଅଜଣା,
ହେଲେ ଲେଖିବିନି ଆଉ କବିତା।



No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...