ଆହେ ଜଗନ୍ନାଥ, କୁହ ମୁଁ କିସ କରିବି
ମୋର ଏ ଜୀବନ, ତୋ ପ୍ରଦତ୍ତ ଋଣ, କିପରି ତାହା ସୁଝିବି।
ଜୀବନ କଟିଲା, ଅସାର କାର୍ଯ୍ୟରେ,
ଦଉଡି ଚାଲିଲି, ମୁଁ ମାୟା ପଛରେ,
ତୋତେ ନ ଭାଳିଲି, ସୁଖେ ହୋଇ ଭୋଳ,
ଦେଖି ସାୟଂ କାଳ, ଲାଗୁଛି ବ୍ୟାକୁଳ,
ହୋଇଲା ଉଛୁର, କେତେ ଦିନ ବା ବଞ୍ଚିବି।
ଦିଅ ମୋତେ ଜ୍ଞାନ, ଆହେ ଦାତା ମୋର, କି ବୁଦ୍ଧି ଏବେ କରିବି।
କିପରି ତାହା ସୁଝିବି।
ତୁମ ପାଦ ତଳ, ଧୁଳିକଣା ମୁହିଁ,
ବଡ ବିଶ୍ଵାସରେ, ତୋତେ ଅଛି ଚାହିଁ,
ତୁମ ସାହା ବିନା, ନିଆଶ୍ରୀ ମୁଁ ସିନା,
କରି ପାରେ ନାହିଁ, ନିଜର କଳନା,
ନ ରଖିଲେ ମୋତେ, ଏ ଜୀବନ ମୁଁ ହାରିବି।
ଆହେ ପରମେଷ୍ଟୀ, ଏ ଅନ୍ଧର ଯଷ୍ଟି, କି ଭାବେ ତୋତେ ପୂଜିବି।
କିପରି ତାହା ସୁଝିବି।
copyrights pradiptapanda2015
ମୋର ଏ ଜୀବନ, ତୋ ପ୍ରଦତ୍ତ ଋଣ, କିପରି ତାହା ସୁଝିବି।
ଜୀବନ କଟିଲା, ଅସାର କାର୍ଯ୍ୟରେ,
ଦଉଡି ଚାଲିଲି, ମୁଁ ମାୟା ପଛରେ,
ତୋତେ ନ ଭାଳିଲି, ସୁଖେ ହୋଇ ଭୋଳ,
ଦେଖି ସାୟଂ କାଳ, ଲାଗୁଛି ବ୍ୟାକୁଳ,
ହୋଇଲା ଉଛୁର, କେତେ ଦିନ ବା ବଞ୍ଚିବି।
ଦିଅ ମୋତେ ଜ୍ଞାନ, ଆହେ ଦାତା ମୋର, କି ବୁଦ୍ଧି ଏବେ କରିବି।
କିପରି ତାହା ସୁଝିବି।
ତୁମ ପାଦ ତଳ, ଧୁଳିକଣା ମୁହିଁ,
ବଡ ବିଶ୍ଵାସରେ, ତୋତେ ଅଛି ଚାହିଁ,
ତୁମ ସାହା ବିନା, ନିଆଶ୍ରୀ ମୁଁ ସିନା,
କରି ପାରେ ନାହିଁ, ନିଜର କଳନା,
ନ ରଖିଲେ ମୋତେ, ଏ ଜୀବନ ମୁଁ ହାରିବି।
ଆହେ ପରମେଷ୍ଟୀ, ଏ ଅନ୍ଧର ଯଷ୍ଟି, କି ଭାବେ ତୋତେ ପୂଜିବି।
କିପରି ତାହା ସୁଝିବି।
copyrights pradiptapanda2015

No comments:
Post a Comment