ବଡ ବିଚିତ୍ର ପ୍ରଭୁ ତୁମ୍ଭର ମନ
ସଦା ଭକତ ଆହ୍ଲାଦର କାରଣ
ବଡ ବିଚିତ୍ର ପ୍ରଭୁ ତୁମ୍ଭର ମନ।
ଅଯାଚିତ କରୁଣାରେ କରି ନିଅ ଆପଣାର
ଭୃକୁଟି ଭୃଭଙ୍ଗେ ପୁଣି କରି ଦେଇପାର ଦୂର
କିଏ କରିବ ତୁମ ଭାବ କଳନ
ବଡ ଅଦ୍ଭୁତ ପ୍ରଭୁ ତୁମ୍ଭର ମନ।
ପାଶେ ପାଇ ଯେବେ ଦାସ ହୁଏ ଅତି ଉତ୍ସାହିତ
ମନେ ତାର ଦେଖ ଯେବେ ଅହମିକାରୁ କିଞ୍ଚିତ
ଦୃଶ୍ୟପଟୁ ହୋଇ ଯାଅ ଉଭାନ
ବଡ ନିର୍ମୋହୀ ପ୍ରଭୁ ତୁମ୍ଭର ମନ।
ନ ପାଇ ବାଉଳି ହୋଇ କାନ୍ଦି ଉଠିଲେ ନୟନ
ବିଚିତ୍ରକର୍ମା ହେ ତୁମେ ଉଦୟ ହୁଅ ବହନ
କେଡେ କୃପାବନ୍ତ ନାଥ ଆପଣ
ବଡ ବିଶାଳ ପ୍ରଭୁ ତୁମ୍ଭର ମନ।
ବିଷମ ବିଷୟାବିଷ କଲେ ହୃଦକୁ ଅସ୍ଥିର
ହୋଇ କିଂକର୍ତବ୍ୟବିମୁଢ ପଡିଲେ ତୁମ୍ଭ ପୟର
ଅଚିରେ କର କଷଣ ଖଣ୍ଡନ
ବଡ ଭକ୍ତବତ୍ସଳ ତୁମ୍ଭର ମନ।
ସଦା ଭକତ ଆହ୍ଲାଦର କାରଣ
ବଡ ବିଚିତ୍ର ପ୍ରଭୁ ତୁମ୍ଭର ମନ।
ଭୃକୁଟି ଭୃଭଙ୍ଗେ ପୁଣି କରି ଦେଇପାର ଦୂର
କିଏ କରିବ ତୁମ ଭାବ କଳନ
ବଡ ଅଦ୍ଭୁତ ପ୍ରଭୁ ତୁମ୍ଭର ମନ।
ପାଶେ ପାଇ ଯେବେ ଦାସ ହୁଏ ଅତି ଉତ୍ସାହିତ
ମନେ ତାର ଦେଖ ଯେବେ ଅହମିକାରୁ କିଞ୍ଚିତ
ଦୃଶ୍ୟପଟୁ ହୋଇ ଯାଅ ଉଭାନ
ବଡ ନିର୍ମୋହୀ ପ୍ରଭୁ ତୁମ୍ଭର ମନ।
ନ ପାଇ ବାଉଳି ହୋଇ କାନ୍ଦି ଉଠିଲେ ନୟନ
ବିଚିତ୍ରକର୍ମା ହେ ତୁମେ ଉଦୟ ହୁଅ ବହନ
କେଡେ କୃପାବନ୍ତ ନାଥ ଆପଣ
ବଡ ବିଶାଳ ପ୍ରଭୁ ତୁମ୍ଭର ମନ।
ବିଷମ ବିଷୟାବିଷ କଲେ ହୃଦକୁ ଅସ୍ଥିର
ହୋଇ କିଂକର୍ତବ୍ୟବିମୁଢ ପଡିଲେ ତୁମ୍ଭ ପୟର
ଅଚିରେ କର କଷଣ ଖଣ୍ଡନ
ବଡ ଭକ୍ତବତ୍ସଳ ତୁମ୍ଭର ମନ।
No comments:
Post a Comment