Wednesday, 31 July 2019

ସାଗର କୂଳିଆ, ମୋ ଜଗା କାଳିଆ

ସାଗର କୂଳିଆ, ମୋ ଜଗା କାଳିଆ,
ଏତେ କିଆଁ ମନେ ପଡ଼ୁଛ,
ହୃଦୟେ ବିରାଜ, ହୋଇ ଦେବରାଜ
ନୟାନରୁ  ବୋହି ଚାଲିଛ। 

ଭଲ ପାଇବାର, ଅଶ୍ରୁ ଉପହାର,
କିଆଁ ତୁମେ  ମୋତେ ଦେଇଛ,
ମୁଁ ଜାଣିବି କେହ୍ନେ, ଅଳପ ଅକଲ
ତୁମେ ସିନା ଏକା ଜାଣିଛ।

ବିଚିତ୍ର କର୍ମା ହେ, ମୋ ମନଟି କୁହେ,
ଯାହା ବି ଭିଆଣ କରିଛ,
ସବୁଥିରେ ମୋର, କଲ୍ୟାଣ କାମନା,
ଲୁକାୟିତ କରି  ରଖିଛ ।












ପ୍ରୀତି ଅଭେଦ୍ୟ ଆମର

ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ,
ପାପୀ ହୋଇ ଗଲେ ଯିବି, ପଛେ ନର୍କ ପୁରକୁ। 

ବନ୍ଧୁ ମହାନ୍ତିର କ୍ଷୁଧା, ତୋ ଚିତ୍ତକୁ ଛୁଇଁଲା,
ତୁଚ୍ଛ ନକ୍ରର କ୍ରନ୍ଦନ, ତୋ କର୍ଣରେ ପଡିଲା,
କି ପାପ ମୁଁ କରିଥିଲି, ଠେଲି ଦେଲୁ ଦୂରକୁ,
ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ। 

କେଡେ ଭରସାରେ ତୋର, ଧରିଥିଲି ଚରଣ,
ବଡଠାକୁର ଜାଣି ମୁଁ ଯାଇଥିଲି ଶରଣ,
ଧ୍ୟାନ ନ ଦେଲୁ ତିଳେ ତୁ, ମୋ ଦୁଃଖ ନିସ୍ତାରକୁ,
ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ।

ଧରିବୁନି ଜଗନ୍ନାଥ, ବାଚଳର ଗିରକୁ,
କ୍ଷମା କରିଦେବୁ ବାରେ, ତୋ ପଦ ଚାକରକୁ,
ପ୍ରୀତି ଅଭେଦ୍ୟ ଆମର, ଏ ପୁର ସେ ପୁରକୁ,
ରହି ପରିବିନି ଛାଡି, ତୋ ମନ୍ଦିର ଦ୍ଵାରକୁ।  

( ଅଭିମାନ, ଝଗଡା ପୁଣି ସମର୍ପଣ,
 ଏ ରୀତି ଦାସ-ହରିଙ୍କ ସମ୍ବନ୍ଧର ଜାଣ)
(ମୋ ହରି ଭଜନ ଭିଡିଓ ଆଲବମର ଅନ୍ୟ ଏକ ନିବେଦନ )

Monday, 29 July 2019

କୁହ ଜଗନ୍ନାଥ ତୁମେ କଳା ହେଲ କାହିଁକି ?

କୁହ ଜଗନ୍ନାଥ ତୁମେ କଳା ହେଲ କାହିଁକି ?
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ?

ତୁମେ ବିଧି, ତୁମେ ଶିଳ୍ପୀ, ତୁମେ ସେ ଯାଦୁକର,
ଏ ବିଶାଳ ରୂପମୟ ସୃଜନଟି ଯାହାର,
ନିଜ ପାଇଁ ଜଗଦୀଶ ଏ ବିଚାର କାହିଁକି ?
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ? 

ଗୋରା ବଳଦେବ ଭାଇ, ଗୋରା ତୁମ ଭଉଣୀ,
ଶୁଭ୍ର ତନୁଧାରିଣୀ ତୁମ୍ଭର ସହଧର୍ମିଣୀ,
ଗୌରବର୍ନା ଗୋପ ନାରୀ, ରାଧା ଗୋରୀ ନୁହେଁ କି ? 
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ? 

କଳା ରାତ୍ରି ରାଣୀ, କଳା ଅପରାଜିତା ଫୁଲ,
ଅନେକଙ୍କ କାୟା କୃଷ୍ଣ, କୃଷ୍ଣବର୍ନା କଜ୍ଜଳ,
କେହି ନ ଭାବୁ ନିଉନ ସତେ ସେଥିପାଇଁ କି,
ବୁଝିଲି ବୁଝିଲି ତୁମେ କଳା ହେଲ କାହିଁକି । 

ପରମ ବିଚାରବନ୍ତ ହେ କାଳିଆ ଠାକୁର,
ବଡ ଦିଅଁ ଯେଣୁ ତୋର ଏ ମହତ ବେଭାର,
ପଚାରିବିନି ତୁମକୁ  କଳା ହେଲ କାହିଁକି,
ଜଗତର ନାଥ ତୁମେ, ସଭିଙ୍କର ପାଇଁ କି ।   

(ମୋ ପ୍ରଥମ ଭଜନ ଭିଡିଓ ଆଲବମର ଏକ  ଚୟନୀତ ଭଜନ )
copyright 2015

Sunday, 28 July 2019

ଛତିଆବଟ

ଇଏ କେଉଁ ରୂପ କୁହ ପ୍ରଭୁ ଜଗନ୍ନାଥ,
କିଆଁ ଛତିଆବଟରେ ହେଲ ଖଡ୍ଗହସ୍ତ । 

ଏଠି ତୁମେ ରୋଷ ବେଶ କୁହ କାହା ପାଇଁ 
କୃପାସିନ୍ଧୁ ରୂପ ପ୍ରଭୁ କିଆଁ ଏଠି ନାହିଁ । 
କାହା ବିନାଶକୁ ତୁମେ ଏତେ ବ୍ୟତିବ୍ୟସ୍ତ,
ତୁମ ଇଚ୍ଛାଧୀନ ପରା ଏ ସାରା ଜଗତ। 

ଯେଉଁ ଦିନ ତୋ ଶ୍ରୀକ୍ଷେତ୍ର  ହେବ ଜଳମଗ୍ନ,
ହୋଇଯିବ ପାପୀଙ୍କ ପାପଘଡା ପୂର୍ଣ, 
ସେ ଦିନ ଆସିବ ତୁମେ ଏ ଛଟିଆବଟ,
କରିବାକୁ ସ୍ଵହସ୍ତରେ କଳି କାଳ ଅନ୍ତ। 

ସତ୍ୟ ଯୁଗ ଏହି ଠାରୁ ହେବ ପ୍ରତିଷ୍ଠିତ,
ତୁମ ଆଗମନ ପାଇଁ ଭକ୍ତେ ଉତ୍କଣ୍ଠିତ,
ହେଲେ ହରି ତୁମର ଏ ରୂପଟି  ଅଦ୍ଭୁତ,
କୋମଳ ମନ ମୋହର ହୁଏ ଭିତତ୍ରସ୍ତ। 

मेरी बात और है,

ज़रूरत  भर की दोस्ती,
मुझको  को  न आया। 
मतलब  की रिस्तेदारी,
मुझको  न भाया। 

मैं  तो साफ़ था  दिल से,
सो सब साफ़ कह दिआ,
फ़िर  कोई कुछ भी सोचें,
मुझे   कुछ आया न गया। 

मैंने तो दे दिआ  उन्हें वो,
जो कभी अपना हुआ करता  था,
फिर ये न देखा पलट कर,
सब कुछ खो कर मैंने  क्या पाया। 

तुम्हें  मुबारक़, हे अजीज़ मेरी,
तुमने सबकुछ पा लिया,
मेरी बात और है,
मैंने तो मुहब्बत की है।    
  

Friday, 26 July 2019

ତୁମେ ଯାହା ସାହା ଠାକୁର

ତୁମେ ଯାହା ସାହା ଠାକୁର

ଚିତ୍ତ ପଦମ୍ବୁଜେ ଦେଇ, ଚରଣେ ଶରଣ ଯାଇ,
ଛାଡି ଦେଇଛି ମୁଁ ତୁଚ୍ଛ ଜୀବନ ଚିନ୍ତା।
ଏତିକି ତୋର ଭରସା, ଆହେ କୃଷ୍ଣ ମହାଯଶା,
ତୁମେ ଭାଳିବ ମୋ ଭବ ଦାୟିତ୍ଵ କଥା।
ଆହେ ପ୍ରଭୁ ଜଗଦୀଶ୍ଵର,
କିବା ଚିନ୍ତା ଯେ ବସିଛି ତୋହ ପୟର।

ମୋ ନାବର ତୁ ନାଉରି,
ନିଶ୍ବାସର ଅଧିକାରୀ,
କର୍ତା, ଭର୍ତା, ତୁହି ସବୁ କାର୍ଯ୍ୟ କାରଣ।
ତୋ ଛାଡି ଏ ଭବ ଶୂନ୍ୟ,
ଶୂନ୍ୟ ତୋ ଦାସ ନଗଣ୍ୟ,
ତୋ ପାଇଁ ସବୁ ଏ ଭବରେ ବିଦ୍ୟମାନ।
ହେ କରୁଣାମୟ ଠାକୁର,
ତୁମ ବିନା ସ୍ଥିତି ହୀନ ଏହି ସଂସାର।

କି ଦେଲ ବା କି ନ ଦେଲ,
ଦାସକୁ ହେ ଆଦିମୂଳ,
ଏ ଚିତ୍ତେ ମୋ ସେ ବିଷୟେ ଭାବନା ନାହିଁ ।
ବଡ ଆଶ୍ଵସ୍ତ ମୋ ପ୍ରାଣ,
ଧରି ତୁମର ଚରଣ,
ଅହର୍ନିଶି ତୋ ଭାବରେ ତଲ୍ଲିନ ରହି।
ତୁମେ ଯାହା ସାହା ଠାକୁର,

ନା ଭବ ନା ଚିତା ଚିନ୍ତା କିଛି ତାହାର ।
(ମୋର ପ୍ରଥମ ଓଡିଆ ଭଜନ ଆଲବମର ଦ୍ଵିତୀୟ ନିବେଦନ)

Thursday, 25 July 2019

ଆଉ କିଛି ମାଗୁନାହିଁ

ତୁମ କରୁଣାରେ, ଲାଗିଛି ପଦରେ,
ଧୂଳିକଣାଟିଏ ମୁଁହିଁ,
ଅକାରଣ ଭାବି, କେଉଁ ଅବେଳରେ,
ମୋତେ ଝାଡି ଦେବ ନାହିଁ । 

କୋଟି କୋଟି ଜନ୍ମ, ସାଧନା ସଘନ,
ପରେ ସାଧୁ ରହେ ଯହିଁ,
ବିନା ଭକତିରେ, ବିନା ସୁକୃତରେ,
ରହିଛି ସେଠାରେ ମୁଁହିଁ । 

ବିଶାଳ ତୋ ଚିତ୍ତ, ଆହେ ଜଗନ୍ନାଥ,
ତୋ କରମ ତୋତେ ଜଣା,
ପତିତ ଉଦ୍ଧାର, ପାଇଁ କର୍ମ ତୋର,
ତୋ ଅହେତୁକୀ କରୁଣା । 

ମୁଁ ନିଉନ ପ୍ରାଣ, ସାର୍ଥକ ଜୀବନ,
ସେ ବୈକୁଣ୍ଠେ ସ୍ଥାନ ପାଇ । 
ସନ୍ତୁଷ୍ଟ ମୋ ମନ, ତୋ ଧ୍ୟାନେ ମଗନ,
ଆଉ କିଛି ମାଗୁନାହିଁ । 
      

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...