ତୁମେ ଯାହା ସାହା ଠାକୁର
ଚିତ୍ତ ପଦମ୍ବୁଜେ ଦେଇ, ଚରଣେ ଶରଣ ଯାଇ,
ଛାଡି ଦେଇଛି ମୁଁ ତୁଚ୍ଛ ଜୀବନ ଚିନ୍ତା।
ଛାଡି ଦେଇଛି ମୁଁ ତୁଚ୍ଛ ଜୀବନ ଚିନ୍ତା।
ଏତିକି ତୋର ଭରସା, ଆହେ କୃଷ୍ଣ ମହାଯଶା,
ତୁମେ ଭାଳିବ ମୋ ଭବ ଦାୟିତ୍ଵ କଥା।
ଆହେ ପ୍ରଭୁ ଜଗଦୀଶ୍ଵର,
କିବା ଚିନ୍ତା ଯେ ବସିଛି ତୋହ ପୟର।
ମୋ ନାବର ତୁ ନାଉରି,
ନିଶ୍ବାସର ଅଧିକାରୀ,
କର୍ତା, ଭର୍ତା, ତୁହି ସବୁ କାର୍ଯ୍ୟ କାରଣ।
ତୋ ଛାଡି ଏ ଭବ ଶୂନ୍ୟ,
ଶୂନ୍ୟ ତୋ ଦାସ ନଗଣ୍ୟ,
ତୋ ପାଇଁ ସବୁ ଏ ଭବରେ ବିଦ୍ୟମାନ।
ହେ କରୁଣାମୟ ଠାକୁର,
ତୁମ ବିନା ସ୍ଥିତି ହୀନ ଏହି ସଂସାର।
କି ଦେଲ ବା କି ନ ଦେଲ,
ଦାସକୁ ହେ ଆଦିମୂଳ,
ଏ ଚିତ୍ତେ ମୋ ସେ ବିଷୟେ ଭାବନା ନାହିଁ ।
ବଡ ଆଶ୍ଵସ୍ତ ମୋ ପ୍ରାଣ,
ଧରି ତୁମର ଚରଣ,
ଅହର୍ନିଶି ତୋ ଭାବରେ ତଲ୍ଲିନ ରହି।
ତୁମେ ଯାହା ସାହା ଠାକୁର,
ନା ଭବ ନା ଚିତା ଚିନ୍ତା କିଛି ତାହାର ।
(ମୋର ପ୍ରଥମ ଓଡିଆ ଭଜନ ଆଲବମର ଦ୍ଵିତୀୟ ନିବେଦନ)
No comments:
Post a Comment