ଶୁଣି
କି ଶୁଣନା ପ୍ରିୟା ତୁମେ,
ମୋ
ମନ ବୀଣାର ଝଙ୍କାର ।
ବୁଝି
କି ବୁଝନା ପ୍ରଣୟିନୀ,
ଅକୁହା
ଭାଷା ମୋ ପ୍ରେମର।
ବୁଜି ଯାଏ ମୋର ଦୁଇ ଆଖି,
ତୁମ ଅପରୂପ ମୁଖ ଦେଖି ।
କଥା କହୁ କହୁ ଶୁଖି ଯାଏ କଣ୍ଠ,
ହୋଇ ଯାଏ ବାଣୀ ମୋ ଅସ୍ପଷ୍ଟ ।
ପଡି ଯାଏ ମୋ ଚେହେରା ଫିକା,
ଦିନଟିଏ ନ ହୋଇଲେ ଦେଖା।
ଦେଖି ପାରେନା ତୁମ ମୁଖ,
ଆସ ଯେବେ ତୁମେ ମୋ ସମୁଖ।
ଶବ୍ଦ
ଜରୁରୀ ତ ନୁହେଁ କେବେ,
ଜଣାଇବାକୁ
ପ୍ରୀତିର ଉତ୍ଶ୍ଵାସ।
ଆଖି, ଓଠ, ରୂପ, ରଙ୍ଗ, ଠାଣି,
ରଖିନି ତ କହିବାକୁ କିଛି ଶେଷ ।
No comments:
Post a Comment