କଥା ଥିଲା ମୋ ଘରର ଏରୁଣ୍ଢୀ ବନ୍ଧ
ଡେଇଁ,
ତୁମେ ଆସିବ ଧାନ କଳସୀ କୁ ଗଡେଇ ଦେଇ
।
କାନ୍ଥରେ ଝୋଟିଟାଏ ପଡିବ ତୁମ ମୋ
ନାଁ ନେଇ,
ମୋ ହାଣ୍ଡିରେ ଦି ମୁଠା ଚାଉଳ ପଡିବ
ତୁମ ପାଇଁ ।
ଶିତୁଆ ସକାଳରେ ଉଷୁମ ଚା’ କପ ଟିଏ ନେଇ,
ତୁମେ ମୋ ପାଖକୁ ଆସିବ ଲାଜେଇ ଲାଜେଇ
।
ମୋ ନିଦକୁ ଭାଙ୍ଗିଦବ ଚୁଡିର ଝଙ୍କାର
ଶୁଣେଇ ଶୁଣେଇ
‘ରାତି ପହିଲା ଉଠ’ କହିବ ଅଧର ରେ ହସ ଖେଳେଇ।
କିନ୍ତୁ ତୁମେ ନିଜର କଥା ରଖିପାରିଲନି
ପ୍ରିୟତମା,
ଉଡିଗଲ କେଉଁ ଅଜଣା ରାଇଜକୁ ଆସିଲନି ଜମା
।
ମୁଁ ଏବେ ବି ଆଁ କରି ଚାହିଁ ରହିଛି
ବୋକାଟିଏ ଭଳି,
ତୁମେ କାଳେ କେବେ ମୋ ନୀଡ ମୁଁହାଁ
ହବ ବୋଲି ।
No comments:
Post a Comment