କେଉଁ ଅଜ୍ଞାନୀ ବା କହି
ତାର ହସ୍ତ,ପଦ ନାହିଁ,
ନାହିଁ ତାର ଶୁଣିବାକୁ କର୍ଣ,
ଦେଖୁ ସିଏ ନେତ୍ର ଫେଇ
ମୋ ଜଗାର କିବା ନାହିଁ
ଅଛି ସବୁ ସମ୍ପୂର୍ଣ ସୁବର୍ଣ ।
ଆଖି ଖୋଲି ଦେଖ ଭକ୍ତ,
ତା ବୈଭବ କି ଅଦ୍ଭୁତ,
ଅଦ୍ଵିତୀୟ ସେ ଜଗତରଜା।
ମାଥେ ସୁବର୍ଣ କିରୀଟ
କର୍ଣେ କୁଣ୍ଡଳ ଶୋଭିତ,
କଟିତଟେ ତ୍ରିଖଣ୍ଡିକା ସଜା ।
ଶ୍ରୀପଦ, ଶ୍ରୀଭୁଜ, ଚକ୍ର,
ଚିତା, ଚନ୍ଦ୍ରିକା, ତିଳକ
ନେତ୍ର ପଟେ ରବି, ଚନ୍ଦ୍ର ଶୋଭା।
ଦେଖ ତା ବିଚିତ୍ର ଠାଣି
ଓଡିଶାର ମଥା ମଣି
ରଥେ ଆଜି କି ରଙ୍ଗରେ ଉଭା।
ଦେଖି ତାକୁ ସୁଶୋଭିତ
ବସ୍ତ୍ର ପୁଷ୍ପେ ବିଭୂଷିତ
ତାହାର ସେ ବିଳାସ କାମନା।
ମନେହୁଏ ରାସ ପ୍ରିୟ
ପ୍ରେମୀଙ୍କୁ ହୋଇ ସଦୟ
ରଥାରୂଢ ହୋଇଅଛି କାହ୍ନା ।
ଗୋପୀ ଏ ଦଇତାପତି
ହୋଇ ସଜ୍ଜା କରୁଛନ୍ତି
କିଏ ଜାଣେ କେଉଁ ପୂଣ୍ୟ ଫଳେ।
ଦ୍ଵାପରରୁ କଳି ଯାକେ
କିବା ଯାବତ ଚନ୍ଦ୍ରାର୍କେ
ଏହି ଲୀଳା ହେବ ଭୂମଣ୍ଡଳେ।
କି ଅବା ଲକ୍ଷ୍ମୀଙ୍କ ମାନ
ଖଣ୍ଡିବାକୁ ଜନାର୍ଦନ
ସଜବାଜେ କରିଛନ୍ତି ମନ।
କି ଯେ ମାୟା ତା ମନରେ
କବି କି ତା କଳି ପାରେ
ମୁଁ ଯେ ଛାର ମୂଢ ପାପାଛନ।
ତାର ହସ୍ତ,ପଦ ନାହିଁ,
ନାହିଁ ତାର ଶୁଣିବାକୁ କର୍ଣ,
ଦେଖୁ ସିଏ ନେତ୍ର ଫେଇ
ମୋ ଜଗାର କିବା ନାହିଁ
ଅଛି ସବୁ ସମ୍ପୂର୍ଣ ସୁବର୍ଣ ।
ଆଖି ଖୋଲି ଦେଖ ଭକ୍ତ,
ତା ବୈଭବ କି ଅଦ୍ଭୁତ,
ଅଦ୍ଵିତୀୟ ସେ ଜଗତରଜା।
ମାଥେ ସୁବର୍ଣ କିରୀଟ
କର୍ଣେ କୁଣ୍ଡଳ ଶୋଭିତ,
କଟିତଟେ ତ୍ରିଖଣ୍ଡିକା ସଜା ।
ଶ୍ରୀପଦ, ଶ୍ରୀଭୁଜ, ଚକ୍ର,
ଚିତା, ଚନ୍ଦ୍ରିକା, ତିଳକ
ନେତ୍ର ପଟେ ରବି, ଚନ୍ଦ୍ର ଶୋଭା।
ଦେଖ ତା ବିଚିତ୍ର ଠାଣି
ଓଡିଶାର ମଥା ମଣି
ରଥେ ଆଜି କି ରଙ୍ଗରେ ଉଭା।
ଦେଖି ତାକୁ ସୁଶୋଭିତ
ବସ୍ତ୍ର ପୁଷ୍ପେ ବିଭୂଷିତ
ତାହାର ସେ ବିଳାସ କାମନା।
ମନେହୁଏ ରାସ ପ୍ରିୟ
ପ୍ରେମୀଙ୍କୁ ହୋଇ ସଦୟ
ରଥାରୂଢ ହୋଇଅଛି କାହ୍ନା ।
ଗୋପୀ ଏ ଦଇତାପତି
ହୋଇ ସଜ୍ଜା କରୁଛନ୍ତି
କିଏ ଜାଣେ କେଉଁ ପୂଣ୍ୟ ଫଳେ।
ଦ୍ଵାପରରୁ କଳି ଯାକେ
କିବା ଯାବତ ଚନ୍ଦ୍ରାର୍କେ
ଏହି ଲୀଳା ହେବ ଭୂମଣ୍ଡଳେ।
ଖଣ୍ଡିବାକୁ ଜନାର୍ଦନ
ସଜବାଜେ କରିଛନ୍ତି ମନ।
କି ଯେ ମାୟା ତା ମନରେ
କବି କି ତା କଳି ପାରେ
ମୁଁ ଯେ ଛାର ମୂଢ ପାପାଛନ।
ସୁନ୍ଦର ଜଣାଣ, ଜୟ ଜଗନ୍ନାଥ
ReplyDelete