ତୋ ପବିତ୍ର ବାହୁଡା ଦିନରେ
ହେଜିବୁ ତୁ ମୋତେ ତୋ ମନରେ,
ବାହୁଡାଇ ନେବୁ ଭବ ଜଞ୍ଜାଳରୁ,
କୃପା ବହି ଏ ପତିତ ଠାରେ ।
ପାଶେ ନାହିଁ ମୋର କର୍ମ ବଳ,
ସାଥେ ନାହିଁ କିଛି ପୂଣ୍ୟ ଫଳ,
କିନ୍ତୁ ତୁ କାଳିଆ ସାହା ହେଲେ ମୋତେ,
ମନୋବାଞ୍ଛା ହେବ ମୋ ସଫଳ ।
ମରା ମରା ଶବ୍ଦ ଗାଉ ଥିଲା,
ଉଚ୍ଚାରିତ ରାମ ନାମ ହେଲା
ତୋ କରୁଣା ବଳେ ଦସ୍ୟୁ ରତ୍ନାକର,
ଗ୍ରନ୍ଥ ରାମାୟଣ ରଚିଗଲା ।
ବିପ୍ର ଅଜାମିଳ ପାପ କୃତ,
ଦେଖି ଜୀବନାନ୍ତେ ଯମ ଦୂତ,
ଭୟେ ନାରାୟଣ ପୁତ୍ରକୁ ଡାକିଲା,
କୃପା କରି ତାରିଲୁ ତୁରିତ ।
ତୁ କରୁଣା ସାଗର ଶ୍ରୀହରି,
ମୁଁହିଁ ତୁଚ୍ଛ ଦାସଟି ତୋହରି,
ବୁନ୍ଦେ ସେ ସାଗରୁ ତୋର ଦୟା ହେଲେ,
ଏ କଷ୍ଟରୁ ହେବି ପ୍ରଭୁ ପାରି ।
ହେଜିବୁ ତୁ ମୋତେ ତୋ ମନରେ,
ବାହୁଡାଇ ନେବୁ ଭବ ଜଞ୍ଜାଳରୁ,
କୃପା ବହି ଏ ପତିତ ଠାରେ ।
ପାଶେ ନାହିଁ ମୋର କର୍ମ ବଳ,
ସାଥେ ନାହିଁ କିଛି ପୂଣ୍ୟ ଫଳ,
କିନ୍ତୁ ତୁ କାଳିଆ ସାହା ହେଲେ ମୋତେ,
ମନୋବାଞ୍ଛା ହେବ ମୋ ସଫଳ ।
ମରା ମରା ଶବ୍ଦ ଗାଉ ଥିଲା,
ଉଚ୍ଚାରିତ ରାମ ନାମ ହେଲା
ତୋ କରୁଣା ବଳେ ଦସ୍ୟୁ ରତ୍ନାକର,
ଗ୍ରନ୍ଥ ରାମାୟଣ ରଚିଗଲା ।
ବିପ୍ର ଅଜାମିଳ ପାପ କୃତ,
ଦେଖି ଜୀବନାନ୍ତେ ଯମ ଦୂତ,
ଭୟେ ନାରାୟଣ ପୁତ୍ରକୁ ଡାକିଲା,
କୃପା କରି ତାରିଲୁ ତୁରିତ ।
ତୁ କରୁଣା ସାଗର ଶ୍ରୀହରି,
ମୁଁହିଁ ତୁଚ୍ଛ ଦାସଟି ତୋହରି,
ବୁନ୍ଦେ ସେ ସାଗରୁ ତୋର ଦୟା ହେଲେ,
ଏ କଷ୍ଟରୁ ହେବି ପ୍ରଭୁ ପାରି ।
No comments:
Post a Comment