କେହି ବେଣୁ ଦିଅ ତାକୁ ଆଣି,
ସେ ତ ଗୋବିନ୍ଦ ରାସିକ ମଣି,
ଭକ୍ତ ଗୋପାଙ୍ଗନା ମନ ରସିବାକୁ,
ଦେଖାଉଛି କେତେ ଠାଣି ।
ତାକୁ ଦଧି ନବନୀତ ଦିଅ,
ତାର ଚରଣେ ଆଶ୍ରୟ ଯାଅ,
ବଡ ଦୟାବନ୍ତ ଜଗତପତି ସେ,
ସାହା ହେବେ ତୋର ମନ ଜାଣି ।
ନନ୍ଦବଳା ସେ ଅତି ଚପଳ,
ଦେଖ କି ରଙ୍ଗେ କରୁଛି ଖେଳ,
ଲକ୍ଷ୍ମୀ ପରା ପତ୍ନୀ ମନ୍ଦୀରେ ରଖି ସେ,
ଭକ୍ତ ଭାବେ ବିହ୍ଵଳ ଇଛୁଣି ।
ଭବ ବିଭବରେ ସିଏ ରଜା,
ଦେଖ ସୁନାରେ ହୋଇଛି ସଜ୍ଜା
ପୁରୀ ବଡଦାଣ୍ଡ କରି ବୃନ୍ଦାବନ,
ବିରାଜି ଅଛି ସେ ଗୋପମଣି ।
ଘନ ବାରିଦ ନିନ୍ଦିତ କାୟା,
ବଡ ବିଚିତ୍ର ତାହାର ମାୟା,
ଉଦେ ଅନ୍ତ ନାହିଁ ଯାହାର ମହିମା
ତାହା ପ୍ରଦୀପ୍ତ କି ପରିମାଣି ।
ସେ ତ ଗୋବିନ୍ଦ ରାସିକ ମଣି,
ଭକ୍ତ ଗୋପାଙ୍ଗନା ମନ ରସିବାକୁ,
ଦେଖାଉଛି କେତେ ଠାଣି ।
ତାକୁ ଦଧି ନବନୀତ ଦିଅ,
ତାର ଚରଣେ ଆଶ୍ରୟ ଯାଅ,
ବଡ ଦୟାବନ୍ତ ଜଗତପତି ସେ,
ସାହା ହେବେ ତୋର ମନ ଜାଣି ।
ନନ୍ଦବଳା ସେ ଅତି ଚପଳ,
ଦେଖ କି ରଙ୍ଗେ କରୁଛି ଖେଳ,
ଲକ୍ଷ୍ମୀ ପରା ପତ୍ନୀ ମନ୍ଦୀରେ ରଖି ସେ,
ଭକ୍ତ ଭାବେ ବିହ୍ଵଳ ଇଛୁଣି ।
ଭବ ବିଭବରେ ସିଏ ରଜା,
ଦେଖ ସୁନାରେ ହୋଇଛି ସଜ୍ଜା
ପୁରୀ ବଡଦାଣ୍ଡ କରି ବୃନ୍ଦାବନ,
ବିରାଜି ଅଛି ସେ ଗୋପମଣି ।
ଘନ ବାରିଦ ନିନ୍ଦିତ କାୟା,
ବଡ ବିଚିତ୍ର ତାହାର ମାୟା,
ଉଦେ ଅନ୍ତ ନାହିଁ ଯାହାର ମହିମା
ତାହା ପ୍ରଦୀପ୍ତ କି ପରିମାଣି ।
ଖୁବ୍ ସୁନ୍ଦର୍ କବିତା, ଭକ୍ତ ଓ ଭଗବାନଙ୍କ ସମ୍ପର୍କ ର ଚମତ୍କାର ଅବଲୋକନ, ଧନ୍ୟବାଦ ।
ReplyDelete