ଗୋପେ ପହଞ୍ଚି ଧେନୁ କୃଷ୍ଣଙ୍କଠୁଁ ହେବେ ବିଚ୍ଛନ୍ନ,
ଗୁହାଳେ ରହିବେ ଧେନୁଗଣ ଭୁବନେ ମୋହନ,
ଭାଳି ରଜନୀ ବିଛେଦ ମନ ତାଙ୍କ ମ୍ରିୟମାଣ,
ରହି ନ ପାରେ ଭକ୍ତ ହରିଠୁଁ ଦୂର କିଛି କ୍ଷଣ ।
ବେନି ଚକ୍ଷୁ ଆର୍ଦ୍ର ତାଙ୍କ ବୋହେ ଅଶ୍ରୁ ଧାର ଧାର,
କଳି କେ ପାରିବ ସତେ କି ଯେ କାରଣ ତାହାର,
ପ୍ରେମାଶ୍ରୁ ବା ବିରହ ଲୋତକ ତାହା କି ପ୍ରକାର,
ଆତ୍ମାର ପରମ ସହ ସେ ଯେ ବନ୍ଧନ ସୁନ୍ଦର ।
ରହି ଯାଇଁ ପଛେ ବତ୍ସା କଲେ ଅକୁଳ କ୍ରନ୍ଦନ,
ଶ୍ରୀହରିଙ୍କ ସମ୍ମୁଖେ ସମାନ ସବୁ ପ୍ରାଣୀ ଜନ
ହାଣି ବାଙ୍କ ଚାହାଣି ବତ୍ସାଙ୍କୁ ଦେଖିଲେ ମୋହନ,
ପାଇ ଧ୍ୟାନ ଉତ୍ଫୁଲ୍ଲିତ ହେଲା ବତ୍ସାଙ୍କର ମନ ।
ପରମାତ୍ମାଙ୍କ ସାନିଧ୍ୟ, ତାହାଙ୍କ ଚାହାଣି, ଧ୍ୟାନ,
କ୍ଷୁଦ୍ର ଆତ୍ମାର ଏଥୁ ଉତ୍ତାରୁ କି ବା ପ୍ରୟୋଜନ,
ସେ ଧେନୁ, ସେ ବତ୍ସାଗଣ ଅବା କଲେ କିସ ପୂଣ୍ୟ,
ଭାବି କି ପାରେ ପ୍ରଦୀପ୍ତ, ତୁଚ୍ଛ ଅଭକ୍ତ ନଗଣ୍ୟ ।

No comments:
Post a Comment