ମାଆ ମୋ ଜଗତଜନନୀ,
ସ୍ନେହମୟୀ ଘଟଗାଁ ତାରିଣୀ,
ତୋ ଡାକଟି ଆଶୀର୍ବାଦ,
ପାଇ ଗଲି କୃତକୃତ୍ୟ ହୋଇ।
ମମତା ବୋଳା ତୋ ଡାକ,
ମୋ କର୍ଣରେ ଢାଳି ଦେଲା ମଧୁ,
ତୁରିତେ ଧାଇଁ ଅଇଲି,
ତୋତେ ଟିକେ ଦେଖିବାର ପାଇଁ।
ଜାଣିଥିଲି ମାଆ ତୋର,
ନଡ଼ିଆରେ ବହୁତ ଶରଧା,
ତୋଳି ଆଣିଲି ଗଛରୁ,
ତୋ ଛାମୁଁରେ ଭେଟି ଦେବା ପାଇଁ।
ଏ ଜୀବନ ତୋ ସ୍ନେହର,
ଛାୟା ତଳେ ଆନନ୍ଦେ କଟୁଛି,
ଦୁଃଖ, କଷ୍ଟ ରିପୁଙ୍କର,
ଏଠି କିଛି ଚିହ୍ନ ବର୍ଣ ନାହିଁ ।
ସବୁ ତ ଦେଇଛୁ ମାଆ,
ଆଉ କିଛି ମୋର ଲୋଡା ନାହିଁ,
ଛୁଇଁବି ଟିକେ ତୋ ପଦ,
ଯିବି ଏଠୁ ତୋ ଆଶିଷ ନେଇ।
ଦେଖୁ ଥିବୁ ମୋତେ ସଦା,
ଭୁଲ କଲେ କରିବୁ ଆକଟ,
ଦଣ୍ଡ ଦେବୁ ଇଚ୍ଛା ମତ,
ରଖିଥିବୁ ହୃଦରେ ଲଗାଇ।
ମା' ଲୋ, ତୋର ସେ ସୁନାର ଆଖି ଦୁଇଟି ସବୁ ସମୟରେ ମୋ ଉପରେ ଥାଉ। ଜୟ ମା ତାରିଣୀ ।
Copyrights 2015.
ସ୍ନେହମୟୀ ଘଟଗାଁ ତାରିଣୀ,
ତୋ ଡାକଟି ଆଶୀର୍ବାଦ,
ପାଇ ଗଲି କୃତକୃତ୍ୟ ହୋଇ।
ମମତା ବୋଳା ତୋ ଡାକ,
ମୋ କର୍ଣରେ ଢାଳି ଦେଲା ମଧୁ,
ତୁରିତେ ଧାଇଁ ଅଇଲି,
ତୋତେ ଟିକେ ଦେଖିବାର ପାଇଁ।
ଜାଣିଥିଲି ମାଆ ତୋର,
ନଡ଼ିଆରେ ବହୁତ ଶରଧା,
ତୋଳି ଆଣିଲି ଗଛରୁ,
ତୋ ଛାମୁଁରେ ଭେଟି ଦେବା ପାଇଁ।
ଏ ଜୀବନ ତୋ ସ୍ନେହର,
ଛାୟା ତଳେ ଆନନ୍ଦେ କଟୁଛି,
ଦୁଃଖ, କଷ୍ଟ ରିପୁଙ୍କର,
ଏଠି କିଛି ଚିହ୍ନ ବର୍ଣ ନାହିଁ ।
ସବୁ ତ ଦେଇଛୁ ମାଆ,
ଆଉ କିଛି ମୋର ଲୋଡା ନାହିଁ,
ଛୁଇଁବି ଟିକେ ତୋ ପଦ,
ଯିବି ଏଠୁ ତୋ ଆଶିଷ ନେଇ।
ଦେଖୁ ଥିବୁ ମୋତେ ସଦା,
ଭୁଲ କଲେ କରିବୁ ଆକଟ,
ଦଣ୍ଡ ଦେବୁ ଇଚ୍ଛା ମତ,
ରଖିଥିବୁ ହୃଦରେ ଲଗାଇ।
ମା' ଲୋ, ତୋର ସେ ସୁନାର ଆଖି ଦୁଇଟି ସବୁ ସମୟରେ ମୋ ଉପରେ ଥାଉ। ଜୟ ମା ତାରିଣୀ ।
Copyrights 2015.
No comments:
Post a Comment