ଚୂତ ପାଦପର ଶାଖା ଉହାଡ଼ରୁ
କୋକିଳ ତୋଳିଛି ତାନ,
ଅଚ୍ୟୁତଙ୍କ ଦତ୍ତ କଳାକୁ ଶୁଣାଇ
କରୁଛି ତାଙ୍କ ସମ୍ମାନ ।
କୃପାନିଧାନଙ୍କ କୃପାକୁ ଭକତ
କରେ ଅଚିରେ ସ୍ଵୀକାର,
ଉଣ୍ଡୁଥାଏ ସଦା ସୁଝିବାକୁ ଋଣ,
ଯଥା କ୍ଷମତା ତାହାର ।
ପକ୍ଷୀମାତାମାନେ ନୀଡର କ୍ରୋଡରୁ
ଶାବକଙ୍କୁ କରି ଆଗ,
ହୋଇ ଶ୍ରଦ୍ଧାଭର ଶାବକଙ୍କୁ ଦ୍ୟନ୍ତି
ହରି ଦର୍ଶନ ସୌଭାଗ୍ୟ।
ପ୍ରମୁଖ କାରକ ହରିଙ୍କ ସୃଷ୍ଟିର
ଜଗତର ମାତୃ ଜାତି,
ସନ୍ତାନମାନଙ୍କ କଲ୍ୟାଣ କାରଣେ,
ସଦା ମାତେ ରହିଥାନ୍ତି ।
ନ ଦେଖି ନିଜକୁ ଗୋପ ପଥ ପରେ
ପ୍ରଦୀପ୍ତ ଚିତ୍ତ ବିଷର୍ଣ,
ହରିକୃପା ଅବା କାହୁଁ ପାଇଥାନ୍ତି
ମୁଁ ଯେ ପ୍ରାଣୀ ପାପାଚ୍ଛନ୍ନ।
ଯାହା ସେ ଦେଲେ ତା କର୍ମ ଫଳ ଥିଲା
ନ ଦେଲେ ନ ଥିଲା କର୍ମ,
ସନ୍ତୋଷ ତା ଠାରେ ସଦା ଭକ୍ତ ହୃଦ
ଏହି ଭକତିର ମର୍ମ ।
ଦେହଧାରୀ ପାଇଁ ଜୀବନର ଲକ୍ଷ୍ୟ
ଶ୍ରୀହରିଙ୍କର ପୂଜନ,
ସାବ୍ୟସ୍ତ କରନ୍ତି ଗୋପରେ ସକଳ
ପ୍ରଣିଏଁ ଯେ ବିଦ୍ୟମାନ।
ମତି ଯେବେ ବୁଝେ ହରିଙ୍କ ସତ୍ୟକୁ
ସବୁ ଭାବ ହୁଏ ପଛ,
ଆତ୍ମା ଚାଲି ଯାଏ ହରିଭାବ ପଥେ,
ଜଗତକୁ ମଣି ତୁଚ୍ଛ ।
ଦ୍ରଷ୍ଟବ୍ୟ... ଏହା ଭଗବତ ଉଲ୍ଲିଖିତ ତଥ୍ୟ ଯେ ଶ୍ରୀକୃଷ୍ଣଙ୍କ ସମସାମୟିକ ଗୋପରେ ବିଦ୍ୟମାନ ପ୍ରତ୍ୟେକ ପ୍ରାଣୀ ନିଜ ସୁକୃତରୁ ହରିଙ୍କ ସମସାମୟିକ ଭାବେ ଜନ୍ମ ନେଇଥିଲେ। ତେଣୁ ସେମାନେ ନିଜର ଓ ଶ୍ରୀହରିଙ୍କର ଅବସ୍ଥିତି ପ୍ରତି ସଚେତନ ରହିବା ସ୍ଵାଭାବିକ।
କୋଇଲିଟିଏ ବୃକ୍ଷ ଡାଳରୁ ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵନକୁ ଅଧିକ ଆକର୍ଷଣୀୟ କରିବାକୁ ସ୍ଵର ତୋଳି ଚାଲିଛି। ମାତା ପକ୍ଷୀମାନେ ବସା କ୍ରୋଡରୁ ଶାବକମାନଙ୍କୁ ପ୍ରଭୁଙ୍କ ଦର୍ଶନ କରାଇ ଦେଉଛନ୍ତି। ମାତାମାନେ ସର୍ବଦା ସନ୍ତାନଙ୍କର କଲ୍ୟାଣ କାମନା କରୁଥାନ୍ତି ଏବଂ ଏହା ଇତର ପ୍ରାଣୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ, ଏହା ମାତା ପକ୍ଷୀମାନେ ସାବ୍ୟସ୍ତ କରୁଛନ୍ତି। ହରି ଆରାଧନା ଯେ ଶରୀରଧାରୀ ଆତ୍ମା ମାନଙ୍କର ଲକ୍ଷ୍ୟ ହେବା ଉଚିତ, ସେଠାରେ ଉପସ୍ଥିତ ସମସ୍ତ ପ୍ରାଣୀ ସ୍ପଷ୍ଟ ରୂପେ ବୁଝୁଥିବା ଭଳି ମନେ ହେଉଛି ।
ସେହି ବୃକ୍ଷ, ବାନର ଓ ପକ୍ଷୀ ମାନଙ୍କ ଭିତରେ ମୁଁ ନିଜର ଉପସ୍ଥିତିକୁ ନ ଦେଖିପାରି ଦୁଖିତ ହୋଇଯାଉଛି । ଏତଦ ସୌଭାଗ୍ୟ କେବଳ ପ୍ରଭୁ କୃପାରୁ ମିଳିଥାଏ ସିନା, ମୋ ଭଳି ପାପଚ୍ଛନ୍ନ ସେ କୃପା ବା କାହୁଁ ପାଇଥାନ୍ତା। ଜୟ ଶ୍ରୀକୃଷ୍ଣ।

No comments:
Post a Comment