ସ୍ଵଚ୍ଛ, ସ୍ଥିର ଜଳ ବକ୍ଷେ,
ଜହ୍ନ ଛବି ହୁଏ ପ୍ରତିଫଳିତ,
ଅସ୍ଥିର, ଗୋଳିଆ ଜଳେ,
ଆସେ ସିନା ତା ଅସ୍ପଷ୍ଟ ଚିତ୍ର,
ଶୁଦ୍ଧ ପୂତ ଦୃଦାମ୍ବୁଜେ
ହୋଇଥାନ୍ତି ମାଧବ ଉଦିତ।
ଯଶୋଦା ବାନ୍ଧିଲେ ତାଙ୍କୁ,
ମାତୃ ପଣେ ହୋଇ ଗର୍ବୋନ୍ମତ୍ତ,
ଛୋଟ ପଡିଲା ଦଉଡି,
କଲେ ଯେତେ ବାର ମାତା ଯତ୍ନ,
ବାନ୍ଧିହେଲେ ଛାଏଁ ଛାଏଁ
ହାରି ଯେବେ ଯୋଡି ଦେଲେ ହାତ।
ମନ କରି ବୃନ୍ଦାବନ,
ହରି ମୂର୍ତି କରିଲେ ସ୍ଥାପନ,
ହୃଦ ଗତେ ଭକ୍ତି ଅର୍ଘ୍ୟ,
ନିଷ୍କାମରେ କରିଲେ ଅର୍ପଣ,
ଆସିବେ ନିଶ୍ଚିନ୍ତ ପାଶେ,
କୃପାସିନ୍ଦୁ କମଳଲୋଚନ ।
ହେବ ଚିତ୍ତ ଦୀପ୍ତିମନ୍ତ,
ଜୀବନକୁ ମିଳିଯିବ ପଥ,
ହଟିବ ଅଜ୍ଞାନ ଅମା,
ପୂର୍ଣ ହେବ ତୁମ ମନୋରଥ,
ପ୍ରାପ୍ତ ହେବ ତାଙ୍କ ସ୍ନେହ,
ଜନମ ତୋ ହୋଇବ କୃତାର୍ଥ ।
ଜହ୍ନ ଛବି ହୁଏ ପ୍ରତିଫଳିତ,
ଅସ୍ଥିର, ଗୋଳିଆ ଜଳେ,
ଆସେ ସିନା ତା ଅସ୍ପଷ୍ଟ ଚିତ୍ର,
ଶୁଦ୍ଧ ପୂତ ଦୃଦାମ୍ବୁଜେ
ହୋଇଥାନ୍ତି ମାଧବ ଉଦିତ।
ଯଶୋଦା ବାନ୍ଧିଲେ ତାଙ୍କୁ,
ମାତୃ ପଣେ ହୋଇ ଗର୍ବୋନ୍ମତ୍ତ,
ଛୋଟ ପଡିଲା ଦଉଡି,
କଲେ ଯେତେ ବାର ମାତା ଯତ୍ନ,
ବାନ୍ଧିହେଲେ ଛାଏଁ ଛାଏଁ
ହାରି ଯେବେ ଯୋଡି ଦେଲେ ହାତ।
ମନ କରି ବୃନ୍ଦାବନ,
ହରି ମୂର୍ତି କରିଲେ ସ୍ଥାପନ,
ହୃଦ ଗତେ ଭକ୍ତି ଅର୍ଘ୍ୟ,
ନିଷ୍କାମରେ କରିଲେ ଅର୍ପଣ,
ଆସିବେ ନିଶ୍ଚିନ୍ତ ପାଶେ,
କୃପାସିନ୍ଦୁ କମଳଲୋଚନ ।
ହେବ ଚିତ୍ତ ଦୀପ୍ତିମନ୍ତ,
ଜୀବନକୁ ମିଳିଯିବ ପଥ,
ହଟିବ ଅଜ୍ଞାନ ଅମା,
ପୂର୍ଣ ହେବ ତୁମ ମନୋରଥ,
ପ୍ରାପ୍ତ ହେବ ତାଙ୍କ ସ୍ନେହ,
ଜନମ ତୋ ହୋଇବ କୃତାର୍ଥ ।
No comments:
Post a Comment