ଜାଣିଛି କାହ୍ନା ମୁଁ ତୋହର ଯାହା ପୀରତି ରୀତି,
ପୀଡା ଦେଇ ବାନ୍ଧି ରଖୁ ତୁ ସଦା ଭକତ ମତି ।
ସେ ପୀଡା ସେ ରୀତି ପ୍ରଭୁହେ ମୋହର ବଡ ପ୍ରିୟ,
ରଖେ ଯେ ତୋ ଛନ୍ଦା ଚରଣେ ଦାସର ମନ ଥୟ ।
ବଡ ପବିତ୍ର ସେ କଷଣ ଯେ ତୋ ପ୍ରୀତିରେ ବନ୍ଧା,
ବଡ ଭାଗ୍ୟଶାଳୀ ସେ ମନ ଯେ ତୋ ଚରଣେ ଛନ୍ଦା ।
ଶତ ନରକର ଯାତନା ଯେ ଶରଣରୁ ତୁଚ୍ଛ,
ସହସ୍ର ପାର୍ଥିବ ଆନନ୍ଦ ସେହି ସ୍ଵର୍ଗରୁ ପଛ ।
ଆକର୍ଷୀ ରଖିବୁ ମୋ ଚିତ୍ତ ଏହି ମିନତୀ ହରି,
ତୋ ପବିତ୍ର କୃଷ୍ଣ ନାମକୁ ତୁହି ସାର୍ଥକ କରି ।
କାନ୍ଦିଲେ କାନ୍ଦିବି ପଛେ ମୁଁ ହରି ଯାବଜ୍ଜୀବନ
ତୋ ପ୍ରୀତିରେ ପଡିରହିବି ପ୍ରଭୁ ତୋର ଚରଣ।
କାନ୍ଦୁଥିବି ପଡିଥିବି ମୁଁ ତୋର ପୟର ଧରି,
ସେହି ବେଳେ ଏ ଦେହୁ ମୋ ପ୍ରାଣ ଯିବ ଅପସରି ।
ପୀଡା ଦେଇ ବାନ୍ଧି ରଖୁ ତୁ ସଦା ଭକତ ମତି ।
ସେ ପୀଡା ସେ ରୀତି ପ୍ରଭୁହେ ମୋହର ବଡ ପ୍ରିୟ,
ରଖେ ଯେ ତୋ ଛନ୍ଦା ଚରଣେ ଦାସର ମନ ଥୟ ।
ବଡ ପବିତ୍ର ସେ କଷଣ ଯେ ତୋ ପ୍ରୀତିରେ ବନ୍ଧା,
ବଡ ଭାଗ୍ୟଶାଳୀ ସେ ମନ ଯେ ତୋ ଚରଣେ ଛନ୍ଦା ।
ସହସ୍ର ପାର୍ଥିବ ଆନନ୍ଦ ସେହି ସ୍ଵର୍ଗରୁ ପଛ ।
ଆକର୍ଷୀ ରଖିବୁ ମୋ ଚିତ୍ତ ଏହି ମିନତୀ ହରି,
ତୋ ପବିତ୍ର କୃଷ୍ଣ ନାମକୁ ତୁହି ସାର୍ଥକ କରି ।
କାନ୍ଦିଲେ କାନ୍ଦିବି ପଛେ ମୁଁ ହରି ଯାବଜ୍ଜୀବନ
ତୋ ପ୍ରୀତିରେ ପଡିରହିବି ପ୍ରଭୁ ତୋର ଚରଣ।
କାନ୍ଦୁଥିବି ପଡିଥିବି ମୁଁ ତୋର ପୟର ଧରି,
ସେହି ବେଳେ ଏ ଦେହୁ ମୋ ପ୍ରାଣ ଯିବ ଅପସରି ।
No comments:
Post a Comment