ସେ ଆମ ସ୍ନେହର ମୂକ ସାକ୍ଷୀ ।
ସେ ଏକ ଦୃଢ ବିଶାଳ ପ୍ରତିଶୃତି,
ବିଶ୍ଵାସ ଯାହାର ପବିତ୍ର ପ୍ରକୃତି ।
ସେ ଏକ ଦୃଢ ବିଶାଳ ପ୍ରତିଶୃତି,
ବିଶ୍ଵାସ ଯାହାର ପବିତ୍ର ପ୍ରକୃତି ।
ବାଲ୍ୟ ମନର ଅବୁଝା ଖେଳ,
ପୋଗଣ୍ଡର ସେ ଆତୁର ବେଳ ।
ଯୁବାବୟଃର ଦମ୍ଭୋଦୀପ୍ତ ଉଦ୍-ବେଗ,
ପ୍ରୌଢାବସ୍ଥାର ମୌନ ଆବେଗ।
ସତେ କଣ ତୁମେ ବି ଆଜି ଖୋଜୁଛ?
ନ ପାଇ ଛଟପଟ ହେଉଛ ?
ସେ ହଜିଲା ଦିନର ମଧୁର ସ୍ମୃତିକୁ,
ସେ ଅଦ୍ଭୁତ ଉତ୍କଣ୍ଠା, ସେ ଅନୁଭୂତିକୁ।
ପାର୍ଥିବ ଜୀବନର ଶୁଷ୍କ ସଞ୍ଜରେ,
ଦୂର ଦୁନିଆର ରଙ୍ଗମଞ୍ଚରେ ।
ବ୍ୟସ୍ତ ଆଜି ଆମ ଦୁହିଙ୍କ ସମୟଟା ସିନା,
ମନରେ ଭଉଣୀଲୋ କିନ୍ତୁ ସେଇ ଉଦ୍ଦୀପନା ।
ସେଇ ସ୍ନେହ, ରାଖୀ ଯାର ମୁକ ସାକ୍ଷୀ,
ତୋ ପାଇଁ ମୋ ଭଉଣୀଲୋ ସୁନାନାକୀ ।
No comments:
Post a Comment