ପ୍ରଣ କରି ଲୁଚିଛ ଶ୍ରୀହରି,
ଶୁଣି ନ ଶୁଣ ମୋର ଗୁହାରି,
କୁହ କେଉଁ ଦୋଷ ଦେଖି ଏତେ ରୋଷ,
ନିଶ୍ଚେ ନେବି ନିଜକୁ ସୁଧାରି ।
ମୂଢ ଅଜ୍ଞାନ ତୁମ କିଙ୍କର,
ମାୟା କାୟା ତାକୁ ଅଗୋଚର,
ଜାଣି ନାହିଁ ପାପ ପୂଣ୍ୟ ଭେଦାଭେଦ,
ନ ଜାଣେ ସେ ଭକତି ତୋହରି ।
ବଡ ଟାଣ ଭବମାୟା ପାଶ,
ତୁମେ କାଟିବ ବାନ୍ଧିଛି ଆଶ,
ବାନ୍ଧି ରଖିବ ମୋ ମନ ତୁମପଦେ,
ଦାସ ରହିଲା ବିଶ୍ଵାସ କରି।
ଭୁଜ ବିସ୍ତାରି ନେଲ ତାର ଅର୍ପଣ,
ପ୍ରଭୁପଣ କୁ ସାର୍ଥକ କରି ।
ମୋତେ ସେ ନିରୀହ ଭାବ ଦିଅ,
ମୋର ଅନ୍ତରେ ବିରାଜ ହୁଅ,
ଭବ ବିଭବରେ କାର୍ଯ୍ୟ ନାହିଁ ମୋର,
ପଦ ଆଶ୍ରା ଯିବି ତରି ।
ଯେବେ ନ ଭଙ୍ଗିବ ତୁମ ପଣ,
ତେବେ ଶୁଣ ଦାସର ବଚନ,
ନ ହଟିବି ତୁମ ଶରଧା ପଥରୁ,
ଯାଉ ପଛେ ଏ ଜୀବ ବାହାରି ।
ଶୁଣି ନ ଶୁଣ ମୋର ଗୁହାରି,
କୁହ କେଉଁ ଦୋଷ ଦେଖି ଏତେ ରୋଷ,
ନିଶ୍ଚେ ନେବି ନିଜକୁ ସୁଧାରି ।
ମୂଢ ଅଜ୍ଞାନ ତୁମ କିଙ୍କର,
ମାୟା କାୟା ତାକୁ ଅଗୋଚର,
ଜାଣି ନାହିଁ ପାପ ପୂଣ୍ୟ ଭେଦାଭେଦ,
ନ ଜାଣେ ସେ ଭକତି ତୋହରି ।
ବଡ ଟାଣ ଭବମାୟା ପାଶ,
ତୁମେ କାଟିବ ବାନ୍ଧିଛି ଆଶ,
ବାନ୍ଧି ରଖିବ ମୋ ମନ ତୁମପଦେ,
ଦାସ ରହିଲା ବିଶ୍ଵାସ କରି।
ଡାକି ଥିଲା ଦାସିଆ ବାଉରି,
ତୋତେ ହସ୍ତେ ଶ୍ରୀଫଳକୁ ଧରି,ଭୁଜ ବିସ୍ତାରି ନେଲ ତାର ଅର୍ପଣ,
ପ୍ରଭୁପଣ କୁ ସାର୍ଥକ କରି ।
ମୋତେ ସେ ନିରୀହ ଭାବ ଦିଅ,
ମୋର ଅନ୍ତରେ ବିରାଜ ହୁଅ,
ଭବ ବିଭବରେ କାର୍ଯ୍ୟ ନାହିଁ ମୋର,
ପଦ ଆଶ୍ରା ଯିବି ତରି ।
ଯେବେ ନ ଭଙ୍ଗିବ ତୁମ ପଣ,
ତେବେ ଶୁଣ ଦାସର ବଚନ,
ନ ହଟିବି ତୁମ ଶରଧା ପଥରୁ,
ଯାଉ ପଛେ ଏ ଜୀବ ବାହାରି ।
No comments:
Post a Comment