ଇହଲୋକ ତ୍ରାସ ତ୍ରାତା ସେ ଶ୍ରୀହରି,
ଇଛୁଣି ସ୍ଵୟଂ ତ୍ରାସଗ୍ରସ୍ତ କାହାରି ।
ଇନ୍ଦୁବଦନା ଠାରେ ଉଦେଶ୍ୟ କରି,
ଇଛି ସାହାଯ୍ୟ ହସି ଦେଲେ ମୁରାରି ।
ଇନ୍ଦିଙ୍କ ଚିତ୍ତ ଭରା ପ୍ରେମ ପିୟୁଷ,
ଈଶାନୀ ପରାମର୍ଶ କରି ଈଶ୍ଵରୀ,
ଈଶ୍ଵରେ ଛନ୍ତି ଛଦ୍ମ କ୍ରୋଧ ଆଚରି ।
ଈଶଙ୍କୁ ଟିକେ ଦେଖି ଫେଡିଲେ ଆଖି
ଈପ୍ସିତ ଭାବ ମନ ଭିତରେ ରଖି ।
ଉଗାଳିଛନ୍ତି ଶ୍ରୀମନ୍ଦିର କବାଟ,
ଉଘେଇ ଝଗଡାର କରନ୍ତି ବାଟ ।
ଉଭା ଶକ୍ତିମାନର ସମୁଖେ ଶକ୍ତି ,
ଉଚ୍ଚାଟ ଭକ୍ତ ଚିତ୍ତ ସେ ଦୃଶ୍ୟ ଦେଖି ।
ଊର୍ଦ୍ଧ୍ଵଲୋକ ନିବାସୀ ଦେବ ସକଳେ,
ଉର୍ଦ୍ଧ୍ବରୁ ନିକ୍ଷେପିଲେ ଦୃଷ୍ଟି ଆକୁଳେ ।
ଊଣା ନୁହନ୍ତି କିଛି ପ୍ରଭୁ ଅଚ୍ୟୁତ,
ଊର୍ମିମାଳିଙ୍କ ଖୋସାମତରେ ବ୍ୟସ୍ତ ।
"ଏ ସାରା ଧରା ତୁମ କୃପାର ଋଣି,
ଏକୋନଦ୍ଵିତୀୟ ତୁମେ ଠାକୁରାଣୀ ।
ଏକତ୍ଵ ଆମ୍ଭର ଯେ ବିଶ୍ଵ ବିଦିତ,
ଏଣୁ ତୁ ଜଗନ୍ମାତା ମୁଁ ଜଗନ୍ନାଥ ।
ଏ ପରେ ହେବିନି ମନ୍ଦିରୁ ବାହାର
ଏ ବେଳେ ପଥ ଛାଡ ହେଲା ଉଛୁର ।
ଏତେ କଠୋର ହୁଅ ନାହିଁ ଇନ୍ଦିରା,
ଏତକ ଭେଟି ଦେଖ ଆଣିଛି ପରା।" କ୍ରମଶଃ
ଦ୍ରଷ୍ଟବ୍ୟ... ନୀଳାଦ୍ରିବିଜେ ପ୍ରଥମ ଭାଗରେ ରଥଯାତ୍ରାର ଅନ୍ତରେ ସିଂହଦ୍ଵାରଠାରେ, ଲକ୍ଷ୍ମୀ- ନାରାୟଣ ମୁହାଁମୁହିଁ ହୋଇଛନ୍ତି, ପ୍ରଭୁଙ୍କ ରାସ୍ତା ମା ରୋକିଛନ୍ତି ।
ଦ୍ଵିତୀୟ ଭାଗରେ ପ୍ରଭୁ ନିଜର ମଧୁର ବଚନରେ ମାଙ୍କୁ ବୁଝାଉଛନ୍ତି, ଘରେ ନ କହି ବାହାରକୁ ଯାଇଥିବା ପତିଦେବଙ୍କ ଗୃହ ପ୍ରତ୍ୟାବର୍ତନର ସ୍ଵାଭାବିକ ଦୃଶ୍ୟ।
ଇଛୁଣି ସ୍ଵୟଂ ତ୍ରାସଗ୍ରସ୍ତ କାହାରି ।
ଇନ୍ଦୁବଦନା ଠାରେ ଉଦେଶ୍ୟ କରି,
ଇଛି ସାହାଯ୍ୟ ହସି ଦେଲେ ମୁରାରି ।
ଇନ୍ଦିଙ୍କ ଚିତ୍ତ ଭରା ପ୍ରେମ ପିୟୁଷ,
ଇଷ୍ଟ ମନରେ ରଖି ଉପରେ ରୋଷ।
ଈଶାନୀ ପରାମର୍ଶ କରି ଈଶ୍ଵରୀ,
ଈଶ୍ଵରେ ଛନ୍ତି ଛଦ୍ମ କ୍ରୋଧ ଆଚରି ।
ଈଶଙ୍କୁ ଟିକେ ଦେଖି ଫେଡିଲେ ଆଖି
ଈପ୍ସିତ ଭାବ ମନ ଭିତରେ ରଖି ।
ଉଗାଳିଛନ୍ତି ଶ୍ରୀମନ୍ଦିର କବାଟ,
ଉଘେଇ ଝଗଡାର କରନ୍ତି ବାଟ ।
ଉଭା ଶକ୍ତିମାନର ସମୁଖେ ଶକ୍ତି ,
ଉଚ୍ଚାଟ ଭକ୍ତ ଚିତ୍ତ ସେ ଦୃଶ୍ୟ ଦେଖି ।
ଊର୍ଦ୍ଧ୍ଵଲୋକ ନିବାସୀ ଦେବ ସକଳେ,
ଉର୍ଦ୍ଧ୍ବରୁ ନିକ୍ଷେପିଲେ ଦୃଷ୍ଟି ଆକୁଳେ ।
ଊଣା ନୁହନ୍ତି କିଛି ପ୍ରଭୁ ଅଚ୍ୟୁତ,
ଊର୍ମିମାଳିଙ୍କ ଖୋସାମତରେ ବ୍ୟସ୍ତ ।
"ଏ ସାରା ଧରା ତୁମ କୃପାର ଋଣି,
ଏକୋନଦ୍ଵିତୀୟ ତୁମେ ଠାକୁରାଣୀ ।
ଏକତ୍ଵ ଆମ୍ଭର ଯେ ବିଶ୍ଵ ବିଦିତ,
ଏଣୁ ତୁ ଜଗନ୍ମାତା ମୁଁ ଜଗନ୍ନାଥ ।
ଏ ପରେ ହେବିନି ମନ୍ଦିରୁ ବାହାର
ଏ ବେଳେ ପଥ ଛାଡ ହେଲା ଉଛୁର ।
ଏତକ ଭେଟି ଦେଖ ଆଣିଛି ପରା।" କ୍ରମଶଃ
ଦ୍ରଷ୍ଟବ୍ୟ... ନୀଳାଦ୍ରିବିଜେ ପ୍ରଥମ ଭାଗରେ ରଥଯାତ୍ରାର ଅନ୍ତରେ ସିଂହଦ୍ଵାରଠାରେ, ଲକ୍ଷ୍ମୀ- ନାରାୟଣ ମୁହାଁମୁହିଁ ହୋଇଛନ୍ତି, ପ୍ରଭୁଙ୍କ ରାସ୍ତା ମା ରୋକିଛନ୍ତି ।
ଦ୍ଵିତୀୟ ଭାଗରେ ପ୍ରଭୁ ନିଜର ମଧୁର ବଚନରେ ମାଙ୍କୁ ବୁଝାଉଛନ୍ତି, ଘରେ ନ କହି ବାହାରକୁ ଯାଇଥିବା ପତିଦେବଙ୍କ ଗୃହ ପ୍ରତ୍ୟାବର୍ତନର ସ୍ଵାଭାବିକ ଦୃଶ୍ୟ।
ଚମତ୍କାର ରଚନା, ସୁନ୍ଦର ଶବ୍ଦ ଚାତୁର୍ୟ,ଅତି ସୁନ୍ଦର ବର୍ଣ୍ଣନା
ReplyDelete