ଭକ୍ତ ହୃଦ ଚାତକକୁ କଳା ମେଘ କି ସେ,
ଉଦୟ ହୋଇଛି ନୀଳାଚଳର ଆକାଶେ।
ଦୂର କରିବାକୁ ନିଆଶ୍ରୀ ପ୍ରାଣୀଙ୍କ ଦୁଃଖ,
କୃପାକୁ ଇଚ୍ଛୁକ ଆଜି ଅଛନ୍ତି ଶ୍ରୀମୁଖ।
ଭାଇ ଭଉଣୀଙ୍କ ସହ ରଥାରୂଢ ହୋଇ,
ବଡ ଦାଣ୍ଡର ଶୋଭାକୁ ଅଛନ୍ତି ବଢାଇ।
ଭକତେ ବିଭୋର ଦେଖି ସେ ଚକାନୟନ,
ଅଶ୍ରୁ ନେତ୍ରେ କରୁଛନ୍ତି ନର୍ତନ କିର୍ତନ।
ଦୃଷ୍ଟି ଫେରି ପାଇଛି କି କେହି ନେତ୍ରହୀନ,
ସ୍ଵର୍ଗ ସମ୍ପଦ କି ପାଇ ଗଲା କେ ନିର୍ଦ୍ଧନ।
ଘରହୁଡା ପୁତ୍ର କାର ଘରକୁ ଫେରିଲା,
ଶୁଷ୍କ ଭୂମି ପରେ ଅବା ବୃଷ୍ଟି ବର୍ଷି ଗଲା।
ଭିଡା ଭିଡି ଚଢା ଚଢି ନିକଟତା ପାଇଁ,
ଭକତେ ଆତୁର ଟିକେ ତାକୁ ଦେବେ ଛୁଇଁ।
ଛୁଇଁ ବାର ଇଚ୍ଛା କା'ର ପୂର୍ଣ ହେବା ପରେ,
ଆଲିଙ୍ଗନ ଉଦ୍ୟମ ସେ ବଡ ଆଶେ କରେ।
କେ ଅବା ନ ପାରି ପ୍ରଭୁଙ୍କର କାୟା ଛୁଇଁ,
ରଥ ଦଉଡିକୁ ମାଥେ ଦେଉଛି ଲଗାଇ।
ରଥ ଯାତ ଦେଖିବାକୁ ମନ ହାଇଁପାଇଁ,
ହେଲେ ସେ ସୌଭାଗ୍ୟ ପ୍ରଭୁ ତୋ ଦାସର ନାହିଁ ।
କରବଦ୍ଧ ହୋଇ କହେ ଜଗନ୍ନାଥ ରଖ,
ଶରଣରକ୍ଷଣ ନାମ ହେଉ ତୋ ସାର୍ଥକ ।
ଉଦୟ ହୋଇଛି ନୀଳାଚଳର ଆକାଶେ।
ଦୂର କରିବାକୁ ନିଆଶ୍ରୀ ପ୍ରାଣୀଙ୍କ ଦୁଃଖ,
କୃପାକୁ ଇଚ୍ଛୁକ ଆଜି ଅଛନ୍ତି ଶ୍ରୀମୁଖ।
ଭାଇ ଭଉଣୀଙ୍କ ସହ ରଥାରୂଢ ହୋଇ,
ବଡ ଦାଣ୍ଡର ଶୋଭାକୁ ଅଛନ୍ତି ବଢାଇ।
ଭକତେ ବିଭୋର ଦେଖି ସେ ଚକାନୟନ,
ଅଶ୍ରୁ ନେତ୍ରେ କରୁଛନ୍ତି ନର୍ତନ କିର୍ତନ।
ଦୃଷ୍ଟି ଫେରି ପାଇଛି କି କେହି ନେତ୍ରହୀନ,
ସ୍ଵର୍ଗ ସମ୍ପଦ କି ପାଇ ଗଲା କେ ନିର୍ଦ୍ଧନ।
ଘରହୁଡା ପୁତ୍ର କାର ଘରକୁ ଫେରିଲା,
ଶୁଷ୍କ ଭୂମି ପରେ ଅବା ବୃଷ୍ଟି ବର୍ଷି ଗଲା।
ଭିଡା ଭିଡି ଚଢା ଚଢି ନିକଟତା ପାଇଁ,
ଭକତେ ଆତୁର ଟିକେ ତାକୁ ଦେବେ ଛୁଇଁ।
ଛୁଇଁ ବାର ଇଚ୍ଛା କା'ର ପୂର୍ଣ ହେବା ପରେ,
ଆଲିଙ୍ଗନ ଉଦ୍ୟମ ସେ ବଡ ଆଶେ କରେ।
କେ ଅବା ନ ପାରି ପ୍ରଭୁଙ୍କର କାୟା ଛୁଇଁ,
ରଥ ଦଉଡିକୁ ମାଥେ ଦେଉଛି ଲଗାଇ।
ରଥ ଯାତ ଦେଖିବାକୁ ମନ ହାଇଁପାଇଁ,
ହେଲେ ସେ ସୌଭାଗ୍ୟ ପ୍ରଭୁ ତୋ ଦାସର ନାହିଁ ।
କରବଦ୍ଧ ହୋଇ କହେ ଜଗନ୍ନାଥ ରଖ,
ଶରଣରକ୍ଷଣ ନାମ ହେଉ ତୋ ସାର୍ଥକ ।
No comments:
Post a Comment