ଫେରିବା ହୁଅନ୍ତୁ ମଣିମା,
କମ୍ଭୂକଟକ ରାଜା,
ନନ୍ଦିଘୋଷ ତୁମ ସେବାରେ,
ହୋଇ ରହିଛି ସଜା। 
ମନ୍ଦିରେ ଅଛନ୍ତି ଲକ୍ଷ୍ମୀମା,
ତୁମ ପଥକୁ ଚାହିଁ,
ଭକତେ ତୁମ ଦରଶକୁ,
ଛନ୍ତି ଆତୁର ହୋଇ । 
ବଡଦାଣ୍ଡ ମାଡି ପଡୁଛି,
ଲାଗିଛି ଭାବ ମେଳା,
ରଥ ଦଉଡି ଟାଣିବାକୁ,
ଭକ୍ତଙ୍କ ଠେଲାପେଲା। 
ଆକାଶ ଘୋଡାଇ ବସିଛି
ଇନ୍ଦ୍ର ମେଘ ବାହାନେ,
ଅଦୃଶ୍ୟରେ ରହି ଦେଖନ୍ତି
ତୋତେ ଦେବତା ମାନେ। 
ତୋର ଏହି ଲୀଳା ଅଦ୍ଭୁତ,
କଳି କାଳର ସାର,
ପତିତ ତାରଣ କାରଣେ,
ଏ ରଥ ଯାତ୍ରା ତୋର।
ନମସ୍ତେ ଗରୁଡାରୁଢେ, ଧର୍ମାଧକ୍ଷ ଜଗନ୍ନାଥ,
ସର୍ବ ପାପ କ୍ଷୟ ହରି ପୂର୍ଣ କର ମନୋରଥ,
ନମସ୍ତେ ଜଗଦାଡିଜ ସୁରାରିହ ଅନ୍ତର୍ଯ୍ୟାମି,
ଶରଣରକ୍ଷଣ ହରି, କୃପାଳୁ, ଭକ୍ତଙ୍କ ସ୍ଵାମୀ । 

No comments:
Post a Comment