ବଡପଣେ ଏ କି କଲ କୁହ ବଡଠାକୁର,
ନୋହିଲେ କନ୍ଦଳ ତୁମ୍ଭ ସଙ୍ଗେ ହୋଇବ ମୋହର।
ସତ୍ୟ ପଥରେ ଚାଲି ଖାଇଲି ମୁଁ ଯେବେ ଠୋକର,
ଝୁଣ୍ଟିପଡି ଧରିବାକୁ ଚାହିଁଲି ମୁଁ ତୁମ କର,
ବୈରୀ ହେଲା ମିଛ, ମିଥ୍ୟାଶ୍ରିତ ପାର୍ଥିବ ସଂସାର,
ସତ୍ୟସନ୍ଧ ପ୍ରଭୁ, ତୁମେ ବି ତ କରିଦେଲ ପର,
ଅରକ୍ଷ ରକ୍ଷକ ପଦୁ ପ୍ରିୟ ହେ ହୁଅ ବାହାର,
ନୋହିଲେ କନ୍ଦଳ ତୁମ୍ଭ ସଙ୍ଗେ ହୋଇବ ମୋହର।
ଯେବେ ଲହଡି ଭାଙ୍ଗିଲା ମୋ ପରେ ଦୁଃଖ ସାଗର,
ଧରିଲି ତୁମ ପୟର ଭାବି ତୁମକୁ ନିଜର,
ବାରେ ତ ନ ଦେଖିଲ ପଦାଶ୍ରିତ ଦାସକୁ ତୁମ୍ଭର,
ପିତା ହୋଇ ପୁତ୍ର ପ୍ରତି ପ୍ରଭୁ ଏ କି କାରବାର,
ଶରଣବତ୍ସଳ ନାମ ଏବେ କର ପରିହାର,
ନୋହିଲେ କନ୍ଦଳ ତୁମ୍ଭ ସଙ୍ଗେ ହୋଇବ ମୋହର।
ଶ୍ରୀହସ୍ତ ବଢାଇ ନେଲ ନାରିକେଳ ଦାସିଆର,
ବସ୍ତ୍ର ଦେଇ ଲଜ୍ୟା ରକ୍ଷା କରିଥିଲ ପାଞ୍ଚାଳୀର,
ବାଲି ରଥେ ବିଜେକଲ ହୋଇ କେଡେ ଶ୍ରଦ୍ଧାଭର
ମୋ ପୀଡା ହରଣକୁ ହରିହେ କିଆଁ ଅବିଚାର,
ଦୁଃଖନାଶନ ନାମଟି ଏବେ ଛାଡ ହେ ଈଶ୍ଵର
ନୋହିଲେ କନ୍ଦଳ ତୁମ୍ଭ ସଙ୍ଗେ ହୋଇବ ମୋହର।
ଭୋ ନାଥ, ନ କର ମୋ ପରେ ତିଳେ କୋପ ନ କର,
କି ଦେଲ, କି ବା ନ ଦେଲ ତୁଚ୍ଛ ଚିନ୍ତା ନାହିଁ ମୋର
ତୁମେ ମୋର ମୁଁ ତୁମର, ଦିବ୍ୟ ବନ୍ଧନ ଆମର,
ତୁଛା ସିନା କହିଲି, ଏ ସବୁ ମିଛ କ୍ରୋଧ ମୋର,
ତୁ ଏକା ମୋ ମନ, ମାନ,ଧନ, ଜୀବନ, ସଂସାର,
କନ୍ଦଳ ନୋହିବ କେବେହେଁ ତୋହର ମୋହର।
ନୋହିଲେ କନ୍ଦଳ ତୁମ୍ଭ ସଙ୍ଗେ ହୋଇବ ମୋହର।
ସତ୍ୟ ପଥରେ ଚାଲି ଖାଇଲି ମୁଁ ଯେବେ ଠୋକର,
ଝୁଣ୍ଟିପଡି ଧରିବାକୁ ଚାହିଁଲି ମୁଁ ତୁମ କର,
ବୈରୀ ହେଲା ମିଛ, ମିଥ୍ୟାଶ୍ରିତ ପାର୍ଥିବ ସଂସାର,
ସତ୍ୟସନ୍ଧ ପ୍ରଭୁ, ତୁମେ ବି ତ କରିଦେଲ ପର,
ଅରକ୍ଷ ରକ୍ଷକ ପଦୁ ପ୍ରିୟ ହେ ହୁଅ ବାହାର,
ନୋହିଲେ କନ୍ଦଳ ତୁମ୍ଭ ସଙ୍ଗେ ହୋଇବ ମୋହର।
ଯେବେ ଲହଡି ଭାଙ୍ଗିଲା ମୋ ପରେ ଦୁଃଖ ସାଗର,
ଧରିଲି ତୁମ ପୟର ଭାବି ତୁମକୁ ନିଜର,
ବାରେ ତ ନ ଦେଖିଲ ପଦାଶ୍ରିତ ଦାସକୁ ତୁମ୍ଭର,
ପିତା ହୋଇ ପୁତ୍ର ପ୍ରତି ପ୍ରଭୁ ଏ କି କାରବାର,
ଶରଣବତ୍ସଳ ନାମ ଏବେ କର ପରିହାର,
ନୋହିଲେ କନ୍ଦଳ ତୁମ୍ଭ ସଙ୍ଗେ ହୋଇବ ମୋହର।
ଶ୍ରୀହସ୍ତ ବଢାଇ ନେଲ ନାରିକେଳ ଦାସିଆର,
ବସ୍ତ୍ର ଦେଇ ଲଜ୍ୟା ରକ୍ଷା କରିଥିଲ ପାଞ୍ଚାଳୀର,
ବାଲି ରଥେ ବିଜେକଲ ହୋଇ କେଡେ ଶ୍ରଦ୍ଧାଭର
ମୋ ପୀଡା ହରଣକୁ ହରିହେ କିଆଁ ଅବିଚାର,
ଦୁଃଖନାଶନ ନାମଟି ଏବେ ଛାଡ ହେ ଈଶ୍ଵର
ନୋହିଲେ କନ୍ଦଳ ତୁମ୍ଭ ସଙ୍ଗେ ହୋଇବ ମୋହର।
ଭୋ ନାଥ, ନ କର ମୋ ପରେ ତିଳେ କୋପ ନ କର,
କି ଦେଲ, କି ବା ନ ଦେଲ ତୁଚ୍ଛ ଚିନ୍ତା ନାହିଁ ମୋର
ତୁମେ ମୋର ମୁଁ ତୁମର, ଦିବ୍ୟ ବନ୍ଧନ ଆମର,
ତୁଛା ସିନା କହିଲି, ଏ ସବୁ ମିଛ କ୍ରୋଧ ମୋର,
ତୁ ଏକା ମୋ ମନ, ମାନ,ଧନ, ଜୀବନ, ସଂସାର,
କନ୍ଦଳ ନୋହିବ କେବେହେଁ ତୋହର ମୋହର।
ଭାବର ଠାକୁର ସିଏ କରିବେନି ପର,, ଖୁବ୍ ସୁନ୍ଦର୍ ରଚନା,,
ReplyDeleteଭାବର ଠାକୁର ସିଏ କରିବେନି ପର,, ଖୁବ୍ ସୁନ୍ଦର୍ ରଚନା,,
ReplyDelete