ହରି କଥା ବିନୁ ଗୀତ,
ତୁଛା ମନୋରଞ୍ଜନ,
କ୍ଷଣିକ ଆବେଗ ସିନା,
ସେ ସବୁ ରଙ୍ଗହୀନ।
ପତ୍ର, ବୃନ୍ତ, ପୁଷ୍ପ ନୁହେଁ,
କେଭେ ମୂଳ ସମାନ,
କାକର ବୁନ୍ଦ ନୋହିବ,
ସାଗର ସମ ମାନ।
ଦେବାଳୟ ସଙ୍ଗେ ନାହିଁ,
ଅଟ୍ଟାଳିକା ତୁଳନ,
ସୁଉଚ୍ଚ, ସୁରମ୍ୟ ହେଲେ,
ତା ପାଶେ ମୂଲ୍ୟହୀନ।
କୋଟି ଖଦ୍ୟୋତ ମିଶିଲେ,
ନୋହିବେ ଖଦ୍ୟୋତନ,
ପକ୍ଷ ଲାଗି ପିପିଳିକା,
ନ ହେବ ବିହଙ୍ଗ ପ୍ରମାଣ।
ସାରା ସୃଷ୍ଟି, ତୁମେ ମୁଁ ,
ନୋହିବା ଚିରନ୍ତନ,
ଗାଇବା ଆବର ଗାଥା,
କାହିଁକି ଅକାରଣ ।
ମାଧବ ନାମ ମଧୁର,
ସ୍ଵାଦ ତୁମେ ତ ଜାଣ,
ଲୀଳା ଶ୍ରେଷ୍ଠ, ଖେଳା ଶ୍ରେଷ୍ଠ,
ଶ୍ରେଷ୍ଠ ସେ ମଧୁ ଗୁଣ।
ଯା ପିଇ ନ ଯାଏ ତୃଷ୍ଣା,
ନ କମେ ଆକର୍ଷଣ,
ଚାଲ ସାଥି ହୋଇ ତାକୁ
ପିଇବା ପୁନଃ ପୁନଃ।
ଅନୁସରି ଯିବା ତାର,
ପଦ ସାରା ଜୀବନ,
ଗାଇବା ତା କୀର୍ତି,
କୃପା କଲେ ମଧୁସୂଦନ ।
ତୁଛା ମନୋରଞ୍ଜନ,
କ୍ଷଣିକ ଆବେଗ ସିନା,
ସେ ସବୁ ରଙ୍ଗହୀନ।
ପତ୍ର, ବୃନ୍ତ, ପୁଷ୍ପ ନୁହେଁ,
କେଭେ ମୂଳ ସମାନ,
କାକର ବୁନ୍ଦ ନୋହିବ,
ସାଗର ସମ ମାନ।
ଦେବାଳୟ ସଙ୍ଗେ ନାହିଁ,
ଅଟ୍ଟାଳିକା ତୁଳନ,
ସୁଉଚ୍ଚ, ସୁରମ୍ୟ ହେଲେ,
ତା ପାଶେ ମୂଲ୍ୟହୀନ।
କୋଟି ଖଦ୍ୟୋତ ମିଶିଲେ,
ନୋହିବେ ଖଦ୍ୟୋତନ,
ପକ୍ଷ ଲାଗି ପିପିଳିକା,
ନ ହେବ ବିହଙ୍ଗ ପ୍ରମାଣ।
ସାରା ସୃଷ୍ଟି, ତୁମେ ମୁଁ ,
ନୋହିବା ଚିରନ୍ତନ,
ଗାଇବା ଆବର ଗାଥା,
କାହିଁକି ଅକାରଣ ।
ମାଧବ ନାମ ମଧୁର,
ସ୍ଵାଦ ତୁମେ ତ ଜାଣ,
ଲୀଳା ଶ୍ରେଷ୍ଠ, ଖେଳା ଶ୍ରେଷ୍ଠ,
ଶ୍ରେଷ୍ଠ ସେ ମଧୁ ଗୁଣ।
ଯା ପିଇ ନ ଯାଏ ତୃଷ୍ଣା,
ନ କମେ ଆକର୍ଷଣ,
ଚାଲ ସାଥି ହୋଇ ତାକୁ
ପିଇବା ପୁନଃ ପୁନଃ।
ଅନୁସରି ଯିବା ତାର,
ପଦ ସାରା ଜୀବନ,
ଗାଇବା ତା କୀର୍ତି,
କୃପା କଲେ ମଧୁସୂଦନ ।
No comments:
Post a Comment