ଚାଲିଗଲ ତୁମେ କିଆଁ,
କିସ ପେଇଁ କରିଦେଲ ପର,
ଲେଖିଦେଇ ମୋ କପାଳେ,
କଷଣର ମେଞ୍ଚାଏ ଅନ୍ଧାର ।
ମାଗି ତ ନ ଥିଲି ତୁମଠୁଁ,
ସଙ୍ଗସୁଖ ରାଜାର ସମ୍ପଦ
ଚନ୍ଦ୍ର ସୂର୍ଯ୍ୟ ତରାର କି,
କରିଥିଲା ମୋ ମନ ବରାଦ?
ମାଗେ କି କେବେ ଚନ୍ଦ୍ରମା,
ଧରଣୀଠୁଁ କିଛି ପ୍ରତିଦାନ,
କରି ଚାଲୁଥାଏ ସଦା,
ଶୁଭ୍ର ସ୍ଵଚ୍ଛ ଚନ୍ଦ୍ରାଲୋକ ଦାନ ।
ଅକୁଣ୍ଠିତ ଦେବା ଲୋକ,
ପ୍ରତିଦାନ ଆଶା ନ କରଇ,
ମନେ ପ୍ରାପ୍ତି କାମନା ବା,
ଅପ୍ରାପ୍ତିର ଦୁଃଖ ନ ଧରଇ।
ନିଷ୍କାମ ସେ ଚାନ୍ଦ ଚିତ୍ତ,
ନିସ୍ଵାର୍ଥ ମୋ ଭାବନାର ଧାରା,
ନିର୍ମଳ ସ୍ଵତଃ ସମ୍ଭୁତ,
ଚିରସ୍ରୋତା ମନ୍ଦାକିନୀ ପରା ।
ବହିଛି ବହି ଚାଲିବ,
ଅବାଧିତ ଅବିଚଳ ହୋଇ,
ପାଶେ ଥାଅ ଦୂରେ ଯାଅ,
ତାର କିଛି ଯାଏ ଆସେ ନାହିଁ ।
ଶୁଦ୍ଧ ଶ୍ରଦ୍ଧାର ସମ୍ପର୍କ
ଏକ ଦିବ୍ୟ ପବିତ୍ର ସମ୍ବନ୍ଧ,
ଯହିଁ ରୁହ ସୁଖି ରୁହ,
ଏତେ ମାତ୍ର ଚାହେଁ ମୋର ହୃଦ।
କିସ ପେଇଁ କରିଦେଲ ପର,
ଲେଖିଦେଇ ମୋ କପାଳେ,
କଷଣର ମେଞ୍ଚାଏ ଅନ୍ଧାର ।
ମାଗି ତ ନ ଥିଲି ତୁମଠୁଁ,
ସଙ୍ଗସୁଖ ରାଜାର ସମ୍ପଦ
ଚନ୍ଦ୍ର ସୂର୍ଯ୍ୟ ତରାର କି,
କରିଥିଲା ମୋ ମନ ବରାଦ?
ମାଗେ କି କେବେ ଚନ୍ଦ୍ରମା,
ଧରଣୀଠୁଁ କିଛି ପ୍ରତିଦାନ,
କରି ଚାଲୁଥାଏ ସଦା,
ଶୁଭ୍ର ସ୍ଵଚ୍ଛ ଚନ୍ଦ୍ରାଲୋକ ଦାନ ।
ଅକୁଣ୍ଠିତ ଦେବା ଲୋକ,
ପ୍ରତିଦାନ ଆଶା ନ କରଇ,
ମନେ ପ୍ରାପ୍ତି କାମନା ବା,
ଅପ୍ରାପ୍ତିର ଦୁଃଖ ନ ଧରଇ।
ନିଷ୍କାମ ସେ ଚାନ୍ଦ ଚିତ୍ତ,
ନିସ୍ଵାର୍ଥ ମୋ ଭାବନାର ଧାରା,
ନିର୍ମଳ ସ୍ଵତଃ ସମ୍ଭୁତ,
ଚିରସ୍ରୋତା ମନ୍ଦାକିନୀ ପରା ।
ବହିଛି ବହି ଚାଲିବ,
ଅବାଧିତ ଅବିଚଳ ହୋଇ,
ପାଶେ ଥାଅ ଦୂରେ ଯାଅ,
ତାର କିଛି ଯାଏ ଆସେ ନାହିଁ ।
ଶୁଦ୍ଧ ଶ୍ରଦ୍ଧାର ସମ୍ପର୍କ
ଏକ ଦିବ୍ୟ ପବିତ୍ର ସମ୍ବନ୍ଧ,
ଯହିଁ ରୁହ ସୁଖି ରୁହ,
ଏତେ ମାତ୍ର ଚାହେଁ ମୋର ହୃଦ।
No comments:
Post a Comment