ଦେବ ଦ୍ଵନ୍ଦ ଦିବ୍ୟ, ଦିବ୍ୟତା ସ୍ୱରୂପ ତାର ,
ଦେବେ ଗୋଚର ମୁଁ କାହୁଁ ପାଇବି ତା ଟେର।
ଦ୍ଵନ୍ଦ ମଧ୍ୟେ କଲ୍ୟାଣ କାମନା ଲୁକ୍କାୟିତ,
ଦାମ୍ପତ୍ୟେ ପରସ୍ପର ସମ୍ମାନେ ଗୃହସ୍ଥ ହିତ ।
ଧନ୍ୟ ଧନଦା ଧର୍ମାଧ୍ୟକ୍ଷଙ୍କ ବାକ ରଣ,
ଧର୍ମାର୍ଥ ମାନବଧର୍ମୀ ତାଙ୍କ ଆଚରଣ ।
ଧରା ଧାରକଙ୍କ ଅଦ୍ଭୁତ ପଥ ପ୍ରଦର୍ଶନ,
ଧୀର ଧାରଣକୁ ଦିବ୍ୟ ସୁଖଦ ମଧୁ ପାନ।
"ଧର୍ତା, କର୍ତା, କାର୍ଯ୍ୟ କାରଣ ହେ ନାରାୟଣ,
ଧର ନାହିଁ ମୋ ବାକ୍ୟ କହିଲି ଯା ଅକାରଣ।
ନାହିଁ ଜଗତ, ଜୀବନ ମୋହ ପାଇଁ ଆନ,
ନତ ମୋ ମଥା ତୋ ପଦେ ହେ ଜଗଜ୍ଜୀବନ ।
ନୁହେଁ ମୁଁ ଏକା ତୁମ ପ୍ରୀତିର ଅଧିକାରିଣୀ,
ନ୍ୟାଯ୍ୟ ପ୍ରାପ୍ୟ ସେ ତାର ଯେ ଭକ୍ତି ପଥଗାମିନୀ।
ନିଧି ଅମୂଲ୍ୟ ତା ଠାରେ ଭକ୍ତଙ୍କ ବଡ ମୋହ,
ନମିତ ଭକ୍ତ ହୃଦକୁ ସେ ଔଷଧୀ ଅମୋହ ।
ନିତ୍ୟ ନୂତନ ଯା'ର ଦିବ୍ୟ ଲୀଳା ଅଦ୍ଭୁତ,
ନାମଇଁ ମୁଁ ତା ଚରଣେ ହେ ପ୍ରଭୁ ଜଗନ୍ନାଥ ।"
ଦ୍ରଷ୍ଟବ୍ୟ... ନୀଳାଦ୍ରିବିଜେ ୧ ରୁ ୭ ପର୍ଯ୍ୟନ୍ତ ପ୍ରଭୁ ଓ ମା'ଙ୍କର ମଧୁର ଝଗଡାର ମଧୁ ପାନ କରବା ପରେ, ନୀଳାଦ୍ରିବିଜେ୮ ରେ ମା' କମଳାଙ୍କର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଭାବନା ବ୍ୟକ୍ତ ହେଲା। ଧୀର ଧାରଣ କରି ପ୍ରୀତ ହୁଅନ୍ତୁ ଏତିକି କାମନା । ଜୟ ଜଗନ୍ନାଥ।

No comments:
Post a Comment