କହିଦେଲି ମନଖୋଲି,
ତୁମ ପାଇଁ ହୃଦ ଶ୍ରଦ୍ଧା ଭରା
ରଖିବି ସାଇତି ତୁମକୁ,
ମନେ ମୋର ଏ ଜୀବନ ସାରା ।
ରହିବି ନିସ୍ଵାର୍ଥ ସଦା
ତୁମ ଭଲ ସାଥୀଟିଏ ହୋଇ,
ଗାଇ ଚାଲିବି କବିତା,
ତୁମ ମୁଖେ ହସ ଦେବା ପାଇଁ ।
ମନେ ତୁମ ଶହେ ପ୍ରଶ୍ନ,
କାହିଁକି ଓ କେମିତି ଏ କଥା,
କି କାରଣେ ଏତେ ଶ୍ରଦ୍ଧା,
ଭାବନାର ଏ ଅଡୁଆ ସୂତା।
ପ୍ରୀତି ମତି କିଆଁ ହେଲା,
କିଆଁ ମନ ହେଲା ସ୍ନେହ ବୋଳା,
କୁହ ବାରେ ମନ ଖୋଲି,
କିଆଁ ସ୍ନେହ ନିର୍ଝର ବହିଲା।
ନିରୁତ୍ତର ମୁହିଁ ଆଜି,
ଭାବନାର କାରଣ ଖୋଜୁଛି,
ହୃଦୟର କାର୍ଯ୍ୟ ପେଇଁ,
ବୁଦ୍ଧିକୁ ମୁଁ ପଚାରି ଚାଲିଛି।
No comments:
Post a Comment