Saturday 28 September 2019

ଜୟ ମା ଦୁର୍ଗା

ଆଦ୍ୟାଶକ୍ତି ମହାମାୟା ଜଗତ ଜନନୀ,
ପୁତ୍ରେକ କରୁଛି ସ୍ନେହେ ତୋ ପଦ ବନ୍ଦନୀ। 

ବିଦ୍ୟୁତପ୍ରଭା  ତେଜମୟୀ ମାତେ ସୁଦର୍ଶନୀ,
ଅଷ୍ଟଭୁଜା ସ୍ନେହମୟୀ ମା  ସିଂହବାହିନୀ। 

ଅମିତ ବିକ୍ରମା ମା' ଲୋ ମହିଷମର୍ଦିନୀ,
ଦେବୋଦ୍ଭବ ମାତେ ଦେବ ଦୁର୍ଗତିହାରିଣୀ ।    

କର କୃପା ତା'ର ଯେ ମୋ ମିତ୍ର ଭାବେ ଅଛି,
ନ ରହୁ ତା ଜୀବନରେ ଦୁଃଖ କଷ୍ଟ କିଛି । 

ସୁଦୟା ରଖିବୁ ତାହା ଠାରେ ମାଆ ଦୁର୍ଗେ,
ଶତ୍ରୁପଣେ ଯେ ବାଧକ ପକାଏ ମୋ ମାର୍ଗେ। 

ସର୍ବ ଜନେ ସମଭାବେ ଦେଖୁଥିବି ମୁହିଁ ,
ତୋ ଚରଣେ ଧ୍ୟାନ ମୋର ଥିବ ସଦା ରହି । 

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...