Wednesday 31 July 2019

ସାଗର କୂଳିଆ, ମୋ ଜଗା କାଳିଆ

ସାଗର କୂଳିଆ, ମୋ ଜଗା କାଳିଆ,
ଏତେ କିଆଁ ମନେ ପଡ଼ୁଛ,
ହୃଦୟେ ବିରାଜ, ହୋଇ ଦେବରାଜ
ନୟାନରୁ  ବୋହି ଚାଲିଛ। 

ଭଲ ପାଇବାର, ଅଶ୍ରୁ ଉପହାର,
କିଆଁ ତୁମେ  ମୋତେ ଦେଇଛ,
ମୁଁ ଜାଣିବି କେହ୍ନେ, ଅଳପ ଅକଲ
ତୁମେ ସିନା ଏକା ଜାଣିଛ।

ବିଚିତ୍ର କର୍ମା ହେ, ମୋ ମନଟି କୁହେ,
ଯାହା ବି ଭିଆଣ କରିଛ,
ସବୁଥିରେ ମୋର, କଲ୍ୟାଣ କାମନା,
ଲୁକାୟିତ କରି  ରଖିଛ ।












ପ୍ରୀତି ଅଭେଦ୍ୟ ଆମର

ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ,
ପାପୀ ହୋଇ ଗଲେ ଯିବି, ପଛେ ନର୍କ ପୁରକୁ। 

ବନ୍ଧୁ ମହାନ୍ତିର କ୍ଷୁଧା, ତୋ ଚିତ୍ତକୁ ଛୁଇଁଲା,
ତୁଚ୍ଛ ନକ୍ରର କ୍ରନ୍ଦନ, ତୋ କର୍ଣରେ ପଡିଲା,
କି ପାପ ମୁଁ କରିଥିଲି, ଠେଲି ଦେଲୁ ଦୂରକୁ,
ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ। 

କେଡେ ଭରସାରେ ତୋର, ଧରିଥିଲି ଚରଣ,
ବଡଠାକୁର ଜାଣି ମୁଁ ଯାଇଥିଲି ଶରଣ,
ଧ୍ୟାନ ନ ଦେଲୁ ତିଳେ ତୁ, ମୋ ଦୁଃଖ ନିସ୍ତାରକୁ,
ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ।

ଧରିବୁନି ଜଗନ୍ନାଥ, ବାଚଳର ଗିରକୁ,
କ୍ଷମା କରିଦେବୁ ବାରେ, ତୋ ପଦ ଚାକରକୁ,
ପ୍ରୀତି ଅଭେଦ୍ୟ ଆମର, ଏ ପୁର ସେ ପୁରକୁ,
ରହି ପରିବିନି ଛାଡି, ତୋ ମନ୍ଦିର ଦ୍ଵାରକୁ।  

( ଅଭିମାନ, ଝଗଡା ପୁଣି ସମର୍ପଣ,
 ଏ ରୀତି ଦାସ-ହରିଙ୍କ ସମ୍ବନ୍ଧର ଜାଣ)
(ମୋ ହରି ଭଜନ ଭିଡିଓ ଆଲବମର ଅନ୍ୟ ଏକ ନିବେଦନ )

Monday 29 July 2019

କୁହ ଜଗନ୍ନାଥ ତୁମେ କଳା ହେଲ କାହିଁକି ?

କୁହ ଜଗନ୍ନାଥ ତୁମେ କଳା ହେଲ କାହିଁକି ?
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ?

ତୁମେ ବିଧି, ତୁମେ ଶିଳ୍ପୀ, ତୁମେ ସେ ଯାଦୁକର,
ଏ ବିଶାଳ ରୂପମୟ ସୃଜନଟି ଯାହାର,
ନିଜ ପାଇଁ ଜଗଦୀଶ ଏ ବିଚାର କାହିଁକି ?
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ? 

ଗୋରା ବଳଦେବ ଭାଇ, ଗୋରା ତୁମ ଭଉଣୀ,
ଶୁଭ୍ର ତନୁଧାରିଣୀ ତୁମ୍ଭର ସହଧର୍ମିଣୀ,
ଗୌରବର୍ନା ଗୋପ ନାରୀ, ରାଧା ଗୋରୀ ନୁହେଁ କି ? 
ଗୋରା ହେବା ପାଇଁ ତୁମ ମନ ହେଲା ନାହିଁ କି ? 

କଳା ରାତ୍ରି ରାଣୀ, କଳା ଅପରାଜିତା ଫୁଲ,
ଅନେକଙ୍କ କାୟା କୃଷ୍ଣ, କୃଷ୍ଣବର୍ନା କଜ୍ଜଳ,
କେହି ନ ଭାବୁ ନିଉନ ସତେ ସେଥିପାଇଁ କି,
ବୁଝିଲି ବୁଝିଲି ତୁମେ କଳା ହେଲ କାହିଁକି । 

ପରମ ବିଚାରବନ୍ତ ହେ କାଳିଆ ଠାକୁର,
ବଡ ଦିଅଁ ଯେଣୁ ତୋର ଏ ମହତ ବେଭାର,
ପଚାରିବିନି ତୁମକୁ  କଳା ହେଲ କାହିଁକି,
ଜଗତର ନାଥ ତୁମେ, ସଭିଙ୍କର ପାଇଁ କି ।   

(ମୋ ପ୍ରଥମ ଭଜନ ଭିଡିଓ ଆଲବମର ଏକ  ଚୟନୀତ ଭଜନ )
copyright 2015

Sunday 28 July 2019

ଛତିଆବଟ

ଇଏ କେଉଁ ରୂପ କୁହ ପ୍ରଭୁ ଜଗନ୍ନାଥ,
କିଆଁ ଛତିଆବଟରେ ହେଲ ଖଡ୍ଗହସ୍ତ । 

ଏଠି ତୁମେ ରୋଷ ବେଶ କୁହ କାହା ପାଇଁ 
କୃପାସିନ୍ଧୁ ରୂପ ପ୍ରଭୁ କିଆଁ ଏଠି ନାହିଁ । 
କାହା ବିନାଶକୁ ତୁମେ ଏତେ ବ୍ୟତିବ୍ୟସ୍ତ,
ତୁମ ଇଚ୍ଛାଧୀନ ପରା ଏ ସାରା ଜଗତ। 

ଯେଉଁ ଦିନ ତୋ ଶ୍ରୀକ୍ଷେତ୍ର  ହେବ ଜଳମଗ୍ନ,
ହୋଇଯିବ ପାପୀଙ୍କ ପାପଘଡା ପୂର୍ଣ, 
ସେ ଦିନ ଆସିବ ତୁମେ ଏ ଛଟିଆବଟ,
କରିବାକୁ ସ୍ଵହସ୍ତରେ କଳି କାଳ ଅନ୍ତ। 

ସତ୍ୟ ଯୁଗ ଏହି ଠାରୁ ହେବ ପ୍ରତିଷ୍ଠିତ,
ତୁମ ଆଗମନ ପାଇଁ ଭକ୍ତେ ଉତ୍କଣ୍ଠିତ,
ହେଲେ ହରି ତୁମର ଏ ରୂପଟି  ଅଦ୍ଭୁତ,
କୋମଳ ମନ ମୋହର ହୁଏ ଭିତତ୍ରସ୍ତ। 

मेरी बात और है,

ज़रूरत  भर की दोस्ती,
मुझको  को  न आया। 
मतलब  की रिस्तेदारी,
मुझको  न भाया। 

मैं  तो साफ़ था  दिल से,
सो सब साफ़ कह दिआ,
फ़िर  कोई कुछ भी सोचें,
मुझे   कुछ आया न गया। 

मैंने तो दे दिआ  उन्हें वो,
जो कभी अपना हुआ करता  था,
फिर ये न देखा पलट कर,
सब कुछ खो कर मैंने  क्या पाया। 

तुम्हें  मुबारक़, हे अजीज़ मेरी,
तुमने सबकुछ पा लिया,
मेरी बात और है,
मैंने तो मुहब्बत की है।    
  

Friday 26 July 2019

ତୁମେ ଯାହା ସାହା ଠାକୁର

ତୁମେ ଯାହା ସାହା ଠାକୁର

ଚିତ୍ତ ପଦମ୍ବୁଜେ ଦେଇ, ଚରଣେ ଶରଣ ଯାଇ,
ଛାଡି ଦେଇଛି ମୁଁ ତୁଚ୍ଛ ଜୀବନ ଚିନ୍ତା।
ଏତିକି ତୋର ଭରସା, ଆହେ କୃଷ୍ଣ ମହାଯଶା,
ତୁମେ ଭାଳିବ ମୋ ଭବ ଦାୟିତ୍ଵ କଥା।
ଆହେ ପ୍ରଭୁ ଜଗଦୀଶ୍ଵର,
କିବା ଚିନ୍ତା ଯେ ବସିଛି ତୋହ ପୟର।

ମୋ ନାବର ତୁ ନାଉରି,
ନିଶ୍ବାସର ଅଧିକାରୀ,
କର୍ତା, ଭର୍ତା, ତୁହି ସବୁ କାର୍ଯ୍ୟ କାରଣ।
ତୋ ଛାଡି ଏ ଭବ ଶୂନ୍ୟ,
ଶୂନ୍ୟ ତୋ ଦାସ ନଗଣ୍ୟ,
ତୋ ପାଇଁ ସବୁ ଏ ଭବରେ ବିଦ୍ୟମାନ।
ହେ କରୁଣାମୟ ଠାକୁର,
ତୁମ ବିନା ସ୍ଥିତି ହୀନ ଏହି ସଂସାର।

କି ଦେଲ ବା କି ନ ଦେଲ,
ଦାସକୁ ହେ ଆଦିମୂଳ,
ଏ ଚିତ୍ତେ ମୋ ସେ ବିଷୟେ ଭାବନା ନାହିଁ ।
ବଡ ଆଶ୍ଵସ୍ତ ମୋ ପ୍ରାଣ,
ଧରି ତୁମର ଚରଣ,
ଅହର୍ନିଶି ତୋ ଭାବରେ ତଲ୍ଲିନ ରହି।
ତୁମେ ଯାହା ସାହା ଠାକୁର,

ନା ଭବ ନା ଚିତା ଚିନ୍ତା କିଛି ତାହାର ।
(ମୋର ପ୍ରଥମ ଓଡିଆ ଭଜନ ଆଲବମର ଦ୍ଵିତୀୟ ନିବେଦନ)

Thursday 25 July 2019

ଆଉ କିଛି ମାଗୁନାହିଁ

ତୁମ କରୁଣାରେ, ଲାଗିଛି ପଦରେ,
ଧୂଳିକଣାଟିଏ ମୁଁହିଁ,
ଅକାରଣ ଭାବି, କେଉଁ ଅବେଳରେ,
ମୋତେ ଝାଡି ଦେବ ନାହିଁ । 

କୋଟି କୋଟି ଜନ୍ମ, ସାଧନା ସଘନ,
ପରେ ସାଧୁ ରହେ ଯହିଁ,
ବିନା ଭକତିରେ, ବିନା ସୁକୃତରେ,
ରହିଛି ସେଠାରେ ମୁଁହିଁ । 

ବିଶାଳ ତୋ ଚିତ୍ତ, ଆହେ ଜଗନ୍ନାଥ,
ତୋ କରମ ତୋତେ ଜଣା,
ପତିତ ଉଦ୍ଧାର, ପାଇଁ କର୍ମ ତୋର,
ତୋ ଅହେତୁକୀ କରୁଣା । 

ମୁଁ ନିଉନ ପ୍ରାଣ, ସାର୍ଥକ ଜୀବନ,
ସେ ବୈକୁଣ୍ଠେ ସ୍ଥାନ ପାଇ । 
ସନ୍ତୁଷ୍ଟ ମୋ ମନ, ତୋ ଧ୍ୟାନେ ମଗନ,
ଆଉ କିଛି ମାଗୁନାହିଁ । 
      

Tuesday 23 July 2019

ଶେଷ ବେଳ

ଛାଡିଗଲା ବେଳେ ତନୁ  ପ୍ରାଣ 
ତୋ ଚରଣେ ଲାଗିରହୁ ଧ୍ୟାନ,
କର୍ମ ଫଳରୁ ମୁଁ ରିହାତି ଚାହୁଁନି,
ଭରସିଛି ତୋତେ ନାରାୟଣ। 

ଶେଷ ଶବ୍ଦ ହେଉ ତୋର ନାମ,
ମନୁ ପାସୋରେ ମୁଁ ମାୟା ଭ୍ରମ,
ମନ ଭ୍ରମର ଭକତି ମଧୁ ପିଇ,
ସେ ବେଳେ ଭ୍ରମୁ  ତୋ ଦିବ୍ୟ ଧାମ। 

ତୋ କରୁଣା ବିନୁ ନାହିଁ ଆନ,
ଆନ ଆନନ୍ଦରେ ନାହିଁ  ମନ,
ତୋ ଇନ୍ଦୁ ଆନନ ଛବି ଦେଖାଇବୁ,
ହେବୁ ନାହିଁ  କରୁଣା କୃପଣ ।  

Friday 19 July 2019

At times I smile, at times I cry, 1

At times I smile, at times I cry,
Do you know why?

People spend all their life,
Use all their intelligence,
To pile wealth,
By hook or by crook.

This is not just about you or me,
So far as money is concern,
We all are on one boat,
Everybody is of the same religion.

Gradually he becomes proud,
For whatsoever he piled,
"Hmm, I have this, I have that,
I am an important man."

Then comes the day,
His children,
For who we use to say he did,
Such deeds and misdeeds,
Fly away, build their nest,
On a branch of a far off tree.
Certainly, he becomes happy,
Seeing them live happily.

Then comes old age, ailments,
And the series of medication,
Baskets of medicine begins.

The once, "Hmm I have this, I have that,"
Becomes sad, restless,
Begins visiting religious places,
His dawn and dusk passes in shrines,
Time passes with the mercy of the society.

I wonder does he know this day,
When it was his heyday?
I smile, yes he knows,
I cry, he didn't bother
To respect the Almighty,
When he was in his heyday.

At times I smile, at times I cry

At times I smile, at times I cry,
Do you wonder why?

I smile, over my silliness,
I cry over my expectations,
From the world around me.

I smile, as I expect,
Total truthfulness and transparency,
In words and deeds from people.

The I cry,
The world has lost all these,
To selfishness, ego and anger.

I smile and I cry,
Just because I am a fool.

 

What you are to me

You are not,
Simply a woman,
From whom,
I wish something.

For me,
You are an exemplary,
An ideology,
Of my choice.

You are impressive,
With your words,
And even in your silence,
With your friendship,
And even without it.

No, no, don't mistaken me,
That I love thee.

I simply love to appreciate you,
And like to follow you,
All my life, with all my heart,
With full of trust and respect,
From my interior.




Wednesday 17 July 2019

ପଦ ବୈକୁଣ୍ଠ

ସ୍ଵଳ୍ପାୟୁ ପୁଷ୍ପ ମୁଁ,
        କିଛି କାଳ ପରେ, 
               ହୋଇ ଯିବି ବୃନ୍ତଚ୍ୟୁତ ।
 ନିରୀହ ବିଶ୍ଵାସେ
             ମନ ବଳାଇଛି, 
              ତୋ ପଦେ ଆଶ୍ରା ଅଚ୍ୟୁତ। 


ଜାଣେନା ମୋ ପାଶେ,
            ଅଛି କି ସେ କର୍ମ, 
               କଢାଇ ନେବ ମୋ ପଥ। 
ବାହିନେବ ମୋତେ,
              ତୋ ଦିଗେ ଅଚିରେ,
                   ପୂର୍ଣ ହେବ ମନୋରଥ ।

ତୁ ହିଁ ବିଚାରକ,
             ମୋ କଲା କର୍ମର, 
                     ମୋ ମାଲିକ ଜଗନ୍ନାଥ ।
କୃପା ତୋର ହେଲେ, 
                   କରୁଣାବତାର,
                         ଲଭିବି ପଦ ବୈକୁଣ୍ଠ। 

ବିଦ୍ୟମାନ ସୃଷ୍ଟି, 
           ଯାହାର ଅଧୀନ
                   ତୁ ହିଁ ସେହି ପୂର୍ଣ ସତ୍ୟ ।
ସକଳ ଆତ୍ମାର,
              ଆକାଙ୍ଖିତ ଲକ୍ଷ୍ୟ,
                   ତୋ କରୁଣାର ଅମୃତ। 

Tuesday 16 July 2019

Truth,without any alteration

You can be-fool the world,
With your spectacular words,
Mesmerize people,
With your splendid expression,
But how long, not far I trust.
Time would come,
The cloud over untruth would remove,
The sun light of truth,
Would drench the nook and corner,
Of the minds.

Sakuni won some battles,
Sent the Kauravas into exile ,
But how long did his excitement exist?
Not far you know,
The innocent Kauravas had the last laugh,
The corrupt souls,
Reached the place they most deserve.

What is it to me ?
I am a worshiper of truth,
Truth,without any alteration,
Divinity  in every condition,
I know my  destination,
So I had chosen my path,
Silence and praying. 

Saturday 13 July 2019

ରାଜାଧିରାଜ ବେଶ(ସୁନା ବେଶ)

ଦେଖ ସେ କାଳିଆ ରାଜାଧିରାଜ,
ରଥର  ଉପରେ ହୋଇ ବିରାଜ,
ଭକତ ହୃଦୟ ରାଜ୍ୟ ଜିଣିବାକୁ,
ଆଜ କି ରଙ୍ଗେ ହୋଇଛି ସଜ ।

ରମ୍ୟ ବଡଦାଣ୍ଡର ସାଜସଜ୍ଜା,
ଠୁଳ ହୋଇଛନ୍ତି ଭକତ ପ୍ରଜା,
ପ୍ରଭୁଙ୍କ ସାନିଧ୍ୟ ପାଇବାକୁ ଟିକେ,
ନାଚୁଛନ୍ତି ଏଠି ବଜାଇ ବାଜା।

ନିର୍ଦ୍ଧନର ଧନ ଜଗତ ନାଥ,
ବୈଭବରେ ଶ୍ରେଷ୍ଠ କମଳାକାନ୍ତ,
ଦର୍ଶନ ଆନନ୍ଦ ଧନ ପ୍ରଦାନରେ,
ତୋଷନ୍ତି ପ୍ରଜାଙ୍କର ମନୋରଥ। 

ତା ଭାବ କୈବଲ୍ୟ  ଜୀବନ ମୂଳ,
ତା କୃପା କଟାକ୍ଷେ ଜନ୍ମ ସଫଳ,
ଆସ ସମର୍ପିବା ଏ ଜୀବନ ତାକୁ,
ସେହି ଏ ଜଗତର ଆଦିମୂଳ। 

ସୁନାବେଶ ୨

ବଡ ଦାଣ୍ଡେ ବଡ ଗହଳି,
ବିଜେ ତିନି ଠାକୁର,
ଦରଶ ସକାଶେ ବୁଲନ୍ତି 
ହୋଇ ଭକ୍ତ ଆତୁର । 

କିରୀଟ, କୁଣ୍ଡଳ, ଶ୍ରୀଭୁଜ,
ନାନା ମାଳ ସୁନ୍ଦର,
ସବୁ ଏଠି ସ୍ଵର୍ଣରେ ଗଢା
ସୁନାର ଶ୍ରୀପୟର  ।

ବୁଝାଅନ୍ତି ଅବା ଶ୍ରୀହରି
ଏଠି ତତ୍ଵ ସୃଷ୍ଟିର,
ଯିଏ ଜଗତର ନିୟନ୍ତା
ସେହି ସ୍ରଷ୍ଟା ମାୟାର। 

ଯାହାର ଯେଉଁଠି ଆଗ୍ରହ
ସେଠି ମତି ତାହାର,
ବଦ୍ଧ ବୁଦ୍ଧି ଦେଖେ ସୁବର୍ଣ,
ଭକ୍ତ ଦେଖେ ଠାକୁର। 

ଭକ୍ତିରେ ଶୁଦ୍ଧତା, ଦୃଢତା
ଦେଖନ୍ତି ମାୟାଧର,
ପରଖି ନିଅନ୍ତି ଭକ୍ତକୁ
ବୁଣି ଜାଲ ମାୟାର । 



Friday 12 July 2019

ଫେରିବା ହୁଅନ୍ତୁ ମଣିମା

ଫେରିବା ହୁଅନ୍ତୁ ମଣିମା,
କମ୍ଭୂକଟକ ରାଜା,
ନନ୍ଦିଘୋଷ ତୁମ ସେବାରେ,
ହୋଇ ରହିଛି ସଜା। 

ମନ୍ଦିରେ ଅଛନ୍ତି ଲକ୍ଷ୍ମୀମା,
ତୁମ ପଥକୁ ଚାହିଁ,
ଭକତେ ତୁମ ଦରଶକୁ,
ଛନ୍ତି ଆତୁର ହୋଇ । 

ବଡଦାଣ୍ଡ ମାଡି ପଡୁଛି,
ଲାଗିଛି ଭାବ ମେଳା,
ରଥ ଦଉଡି ଟାଣିବାକୁ,
ଭକ୍ତଙ୍କ ଠେଲାପେଲା। 

ଆକାଶ ଘୋଡାଇ ବସିଛି
ଇନ୍ଦ୍ର ମେଘ ବାହାନେ,
ଅଦୃଶ୍ୟରେ ରହି ଦେଖନ୍ତି
ତୋତେ ଦେବତା ମାନେ। 

ତୋର ଏହି ଲୀଳା ଅଦ୍ଭୁତ,
କଳି କାଳର ସାର,
ପତିତ ତାରଣ କାରଣେ,
ଏ ରଥ ଯାତ୍ରା ତୋର।

ନମସ୍ତେ ଗରୁଡାରୁଢେ, ଧର୍ମାଧକ୍ଷ ଜଗନ୍ନାଥ,
ସର୍ବ ପାପ କ୍ଷୟ ହରି ପୂର୍ଣ କର ମନୋରଥ,
ନମସ୍ତେ ଜଗଦାଡିଜ ସୁରାରିହ ଅନ୍ତର୍ଯ୍ୟାମି,
ଶରଣରକ୍ଷଣ ହରି, କୃପାଳୁ, ଭକ୍ତଙ୍କ ସ୍ଵାମୀ । 

ବାହୁଡା ଯାତ୍ରା

ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ
ଚାଲିଲେ ବଡଠାକୁର,
ନଅ ଦିନ ଧରି ଦୂରରେ ରହି ସେ 
ଝୁରୁଛନ୍ତି ଶ୍ରୀମନ୍ଦିର। 

ଲକ୍ଷ୍ମୀ ଠାକୁରାଣୀ ମାନ କରିଛନ୍ତି
ଜାଣିଛନ୍ତି ଜଗନ୍ନାଥ,
ଘରଣୀଙ୍କ କ୍ରୋଧ ପାଇଁ ଆଶଙ୍କିତ,
ଧରାଆଧାରଙ୍କ ଚିତ୍ତ।   

ଭଳି ଚାଲୁଛନ୍ତି କିପରି କରିବେ
ପତ୍ନୀଙ୍କ ମାନଭଞ୍ଜନ, 
କି କି ଦେଇ ତୋଷ  କରିବେ ଦେବେଶ
ଦେବୀଙ୍କ ବିଷର୍ଣ ମନ।


କମଳାଙ୍କ ପ୍ରତି ଅସୀମ ବିଶ୍ଵାସେ
ରଥାରୂଢ ଜନାର୍ଦନ,
ଅପ୍ରକଟ ରଖି ହୃଦୟ ଭାବ ସେ
ଭକ୍ତଙ୍କୁ ଦ୍ୟନ୍ତି ଦର୍ଶନ। 

ରଥପରେ ଦେଖି ବିଶ୍ଵନିୟନ୍ତାଙ୍କୁ 
ଭକ୍ତ ହୁଏ  ଆତ୍ମହରା,
ଆଖି କୋଣୁ ତାର ବହି ଆସୁଅଛି,
ଭାବ  ଅମୃତର ଧାରା । 

ନୃତ୍ୟ କଳା, ଲୟ ତାନରୁ ବାହାରେ 
ନାଚି ନାଚି ଚାଲେ ଭକ୍ତ,
କିଏ ବା ପଚାରେ କେ କେଉଁ ବିଧିରେ, 
ପ୍ରଭୁ  ସନ୍ତୋଷରେ ରତ ।

ଯେ ଯେଉଁ ପ୍ରକାରେ କରୁ ତୋର ପୂଜା
ଭକତି ତୋହର ମୂଳ,
ସନ୍ତୁଷ୍ଟ, ବରଦ ଭକ୍ତଠାରେ ସଦା,
ତୁମେ ଥାଅ ଆଦିମୂଳ।

ନମସ୍ତେ ଶ୍ରୀ ଜଗନ୍ନାଥ ପୂର୍ଣ ପୂଣ୍ୟମୟ,
ସର୍ବ କଲ୍ୟାଣ କାରଣ ସଦୟ ହୃଦୟ।
କମଳାପତି ଗୋବିନ୍ଦ ଭକତଙ୍କ ପ୍ରାଣ,
ଚରଣ ସ୍ମରଣ ଦାସ କରେ ପୁନଃ ପୁନଃ।
ଜୟ ଜଗନ୍ନାଥ। 




Thursday 11 July 2019

ଗୋଷ୍ଠ ବାହୁଡା ୬

ଧେନୁ ଖୁରାଘାତ ଜନିତ ଶବଦ,
                      ଶୁଣି ଏହା ମନେ ହୁଏ,
ସମର ଉଦ୍ଦେଶ୍ୟେ ଅଶ୍ଵାରୋହୀ ସେନା,
                   ଅବା କେଉଁ ଦିଗେ ଯାଏ।
ଉତ୍ତୋଳିତ ତୀକ୍ଷ୍ନ  ଗୋବୃନ୍ଦଙ୍କ ଶିଙ୍ଘ,
                         ତା ଶାଣିତ ତରବାରୀ
ଗୋକୁଳର ରଡି ସାଥେ ବଂଶୀ ଧ୍ୱନି,
                        ବାଜୁଛି କି ଭେରୀତୁରୀ ।
ଦିଗନ୍ତ ଘୋଡାଇ ଧୂଳିକୁ ଉଡାଇ,
                      ମାଡି ଆସେ ଗୋପପୁର
 ବୀର ଦର୍ପେ କୃଷ୍ଣ ମାଡି ଚାଲିଛନ୍ତି,
                     ନାୟକ ହୋଇ ସେନାର ।

କୁହ ଆହେ କୃଷ୍ଣ, ପ୍ରିୟ ପ୍ରଭୁ ମୋର,
                      ଦୂର କର ମୋ ସଂଶୟ,
କିସ ଅବା ଅଛି ତୋ ଠାରେ ଅଜେୟ,
                          ଆସିଛ କରିବ ଜୟ ।
ବଂଶୀ ଧ୍ୱନି ଦେଇ ଜିଣିଛ ହୃଦୟ,
                      ତୁମେ ଗୋପ ନାରୀଙ୍କର,
ଲହୁଣୀ ଖୁଆଇ ବଶରେ  କରିଛ,
                        ଯେତେ ବୃନ୍ଦର କୁମର।
ଗୋପପୁରେ ଯେତେ ଆସିଲେ ଅସୁର,
                        ଅଘା, ବକା ଓ ପୁତନା,
ଖେଳରେ ଖେଳରେ ବାଳୁତ ବୟସେ,
                     ତୁମେ ନାଶ କରିଛ ନା।
ଇନ୍ଦ୍ରଙ୍କ କୋପରୁ ରଖିଲ ଗୋପାକୁ
                    ଧରି ଗିରି ଗୋବର୍ଦ୍ଧନ,
ଯମୁନାର ଜଳ କଲ ବିଷ ଶୂନ୍ୟ
                       କରି କାଳୀୟ ଦଳନ ।
ତୁମରି ଶାଶନ ଅଧିନେ ଅଛନ୍ତି,
                      ଗୋପର ପ୍ରତିଟି ହୃଦ,
ସ୍ମରଣ କରନ୍ତି ତୋତେ ଆଦରରେ,
                    ତୁ ତାଙ୍କ ପ୍ରିୟ ଗୋବିନ୍ଦ ।


Tuesday 9 July 2019

ତାରିଣୀ ମାଆ

ବିପଦ ହାରିଣୀ ତାରିଣୀ ମାଆ ଲୋ,
କୃପା ଦୃଷ୍ଟି ରଖି ଥାଆ,
ବଡ ଅସହାୟ ତୋ କରୁଣା ବିନୁ,
ତୋର ଏ ସନ୍ତାନ ମାଆ । 

ପୂଜା ଅର୍ଚ୍ଚନା ମା' କିଛି ମୁଁ ଜାଣିନି,
ଜାଣିନି ମୁଁ ଜପି ମନ୍ତ୍ର,
ସରଳ ସ୍ନେହରେ ତୋ ପୂଣ୍ୟ ପୟରେ,
ବସିଛି ତୋହର ପୁତ୍ର। 

ହୃଦ ମନ୍ଦିରରେ ସଯତ୍ନେ ରଖିଛି
ପ୍ରଦୀପଟିଏ ତୋ ପାଇଁ 
ଶରଧା ସଳିତା ଜଳାଇ ଦେଇଛି
ଅଶ୍ରୁର ତୈଳ ଦେଇ ।

ତୋ ପଣତ କାନି ଘୋଡାଇ ରଖିବୁ,
ଯେ ଯାକେ ମହିରେ ଥିବି,
ବଡ ଆନନ୍ଦରେ ଶ୍ରଦ୍ଧା ସୁମନରେ,
ତୋ ପଦ ମୁଁ ପୂଜୁ ଥିବି। 


Monday 8 July 2019

ତ୍ରିଶଙ୍କୁ

ଭବ ଓ ହରିଭାବର ମଧ୍ୟରେ,
ମାଟି ଓ ଆକାଶର ମଝି ସ୍ଥାନରେ,
ମୁଁ  ଓଲଟା ଲଟକି ରହିଛି,ଠିକ ତ୍ରିଶଙ୍କୁଙ୍କ ଭଳି।

ମନରେ ମୋର ଏବେ ବି,
ମୋହ ମାୟାର ଧୁଳି ଲାଗି ରହିଛି,
ଭବପ୍ରୀତିର ନିଦର୍ଶନ ସ୍ୱରୂପ ।

ଦୃଶ୍ୟ ଦୁନିଆର ଗୁରୁତ୍ବାକର୍ଷଣ ବଳ,
ମୋତେ ନିମ୍ନଗ ପ୍ରଚେଷ୍ଟ ରହିଛି,
ଯଦିଓ ଦିବ୍ୟଜ୍ଞାନ ଊର୍ଦ୍ଧ୍ଵଗ ପ୍ରୟାସ ତତ୍ପର।

ବୁଦ୍ଧି କୁହେ, ହେ ତ୍ରିଶଙ୍କୁ ସଚେତ ରୁହ,
କେହି ବିଶ୍ଵାମିତ୍ର ଏଠି ମଝିସ୍ଥାନରେ,
ତୁମ ପାଇଁ ସ୍ଵର୍ଗଟିଏ ଗଢି ଦେବେନି।

ନାସ୍ତିକତା ବା ଆସ୍ତିକତା ,ଆନନ୍ଦ ବା ଅଧ୍ୟାତ୍ମ,
ଭୋଗ ବା ବୈରାଗ୍ୟ , ଭବ ବା ଭାବ,
ଯାହା ଇଚ୍ଛା, ଗୋଟିଏ ବାଛି ନିଅ ।

ବିଶ୍ଵାସ କରୁଛ, ଦୃଷ୍ଟି ଲକ୍ଷ୍ୟ ଉପରେ ରଖ ,
ଅବିଶ୍ଵାସ କରୁଛ, ଆନନ୍ଦ କର,
ଅର୍ଦ୍ଧ ନୁହେଁ, ଯାହା କର ପୂର୍ଣତାର ସହ କର।

ମାଟିରେ ପାଦେ, ଆକାଶରେ ପାଦେ ନୁହେଁ,
ବାଛି ନିଅ, ଯାହା  ତୁମର ପସନ୍ଦ,
କିନ୍ତୁ,  ତୁମେ ତ୍ରିଶଙ୍କୁ ହୁଅନା ।








Saturday 6 July 2019

ରହି ନ ଯୋଗାଇ,ଛାଡି ନ ଯୋଗାଇ

ତୁମେ....
ଛାଡିଲି ତୁମକୁ ନୀଳ ଆକାଶକୁ
ଯାଅ ଉଡି ଯାଅ ଦୂରେ,
ଶ୍ରଦ୍ଧା, ସାଧନାର ପକ୍ଷ ଲଗାଇ,
ଅତିମାନସିୟ ସ୍ତରେ।

ତୁମ ନୀଳମଣି ପ୍ରତୀକ୍ଷା କରିଛି,
ତୁମକୁ ଭକତି ପୁରେ,
ରହିଯିବ କାହିଁ ତୁମେ ମୋ ପାଇଁ
କି ଅବା ଅଛି ମୋ ଠାରେ।

ମୁଁ....
ମିଛ ଦୁନିଆରେ ତୁମେ ଏକା ସତ୍ୟ,
କର୍ଦମେ ତୁମେ କମଳ,
କେମିତି ମୁର୍ଚ୍ଛିବି ତୁମକୁ ହେ ସାଥି,
ତୁମେ ଏ ବୃନ୍ତର ଫୁଲ।

ତୁମ ସାଥେ ରହି ପାଇଛି ମୁଁ ତାକୁ,
ଛଳପୂର୍ଣ ଏ ଜଗତେ,
ଏ ବେଳେ କହୁଛ ଚାଲି ଯାଅ ବୋଲି,
ବଞ୍ଚି ରହିବି କେମନ୍ତେ ।

ଭାଙ୍ଗି ଯିବି ସିନା ତୁଛା ଅଦିନରେ,
ମନ୍ଦ ହେବ ମୋର ଭାଗ୍ୟ,
ଯାଅ ନିଶ୍ଚିନ୍ତରେ କନ୍ଦାଇ ସାଥୀକୁ,
ଦେଉଛି ମୁହିଁ ସୁଯୋଗ ।

ଲିଭି ଯିବ ଦୀପ ହେଲେ ଶିଖା ଦୂର
ଘୋଟିବ ଘନ ଅନ୍ଧାର,
ଅଣ୍ଡାଳି ଚାଲିବି ଅନ୍ଧାରେ ମୁଁ ପଥ
ଯାହା ଭାଗ୍ୟେ ଥିବ ମୋର। 

କହିବିନି କିଛି କାହାକୁ କହିବି
ତୁମେ କଲ ନିର୍ବାସିତ,
ଆଶିଷ ଦେବି ମୁଁ ରହିବ ସୁଖରେ,
ମୋ ଠାରୁ ଦୂରେ ମୋ ମିତ। 
ତୁମେ....
ରହିବି କେମତି ନିଶ୍ଚିନ୍ତରେ କୁହ
ତୁମକୁ ମୁଁ ଲୁହ ଦେଇ,
ତୁମ ସହ ସାଥି ରହି ନ ଯୋଗାଇ,
ତୁମକୁ  ଛାଡି ନ ଯୋଗାଇ।   







Thursday 4 July 2019

ଗୁଣ୍ଡିଚା ଯାତ

ଭକ୍ତ ହୃଦ ଚାତକକୁ  କଳା ମେଘ କି ସେ,
ଉଦୟ ହୋଇଛି ନୀଳାଚଳର ଆକାଶେ। 

ଦୂର କରିବାକୁ ନିଆଶ୍ରୀ ପ୍ରାଣୀଙ୍କ ଦୁଃଖ,
କୃପାକୁ ଇଚ୍ଛୁକ ଆଜି ଅଛନ୍ତି ଶ୍ରୀମୁଖ। 

ଭାଇ ଭଉଣୀଙ୍କ ସହ ରଥାରୂଢ ହୋଇ,
ବଡ ଦାଣ୍ଡର ଶୋଭାକୁ ଅଛନ୍ତି ବଢାଇ। 

ଭକତେ ବିଭୋର ଦେଖି ସେ ଚକାନୟନ,
ଅଶ୍ରୁ ନେତ୍ରେ କରୁଛନ୍ତି  ନର୍ତନ କିର୍ତନ। 

ଦୃଷ୍ଟି ଫେରି ପାଇଛି କି କେହି ନେତ୍ରହୀନ,
ସ୍ଵର୍ଗ ସମ୍ପଦ କି ପାଇ ଗଲା କେ ନିର୍ଦ୍ଧନ।

ଘରହୁଡା  ପୁତ୍ର କାର ଘରକୁ ଫେରିଲା,
ଶୁଷ୍କ ଭୂମି ପରେ ଅବା ବୃଷ୍ଟି ବର୍ଷି ଗଲା। 

ଭିଡା ଭିଡି ଚଢା ଚଢି ନିକଟତା ପାଇଁ,
ଭକତେ ଆତୁର ଟିକେ ତାକୁ ଦେବେ ଛୁଇଁ।

ଛୁଇଁ ବାର ଇଚ୍ଛା କା'ର  ପୂର୍ଣ ହେବା ପରେ,
ଆଲିଙ୍ଗନ ଉଦ୍ୟମ ସେ ବଡ ଆଶେ କରେ।

କେ ଅବା ନ ପାରି ପ୍ରଭୁଙ୍କର କାୟା ଛୁଇଁ,
ରଥ ଦଉଡିକୁ  ମାଥେ ଦେଉଛି ଲଗାଇ। 

ରଥ ଯାତ ଦେଖିବାକୁ ମନ ହାଇଁପାଇଁ,
ହେଲେ ସେ ସୌଭାଗ୍ୟ ପ୍ରଭୁ ତୋ ଦାସର ନାହିଁ । 

କରବଦ୍ଧ ହୋଇ କହେ ଜଗନ୍ନାଥ ରଖ,
ଶରଣରକ୍ଷଣ ନାମ ହେଉ ତୋ ସାର୍ଥକ । 



ପହଣ୍ଡି ଲୀଳା

ପହଣ୍ଡି ଲୀଳା

ଛାଡି ରତ୍ନବେଦୀ ଚାଲିଲେ
ଓଡିଶାର ମଣିମା,
ପତିତପବନ କାରଣେ
ଏହା ତାଙ୍କ ମହିମା। 

ଭକତେ ଭାବରେ ନିଅନ୍ତି
ତାଙ୍କୁ ହାତେ ଉଠେଇ,
ଯାହା ସୁଖ ଦୁଃଖ ଦାୟିତ୍ଵ
ପ୍ରଭୁ ଅଛନ୍ତି ନେଇ। 

ହଲି ହଲି ଦେଖ ଯାଆନ୍ତି
ଆମ କାଳିଆ ସୁନା,
ଦୋହଲି ଦୋହଲି ଯାଉଛି,
ଟାହିଆଟା ଦେଖ ନା। 

ଭକତ ହୃଦୟ ସାଗରେ
ଉତ୍ସାହର ତରଙ୍ଗ,
ବରଷକେ ଥରେ ଆସିଛି
ବଡଦାଣ୍ଡେ ଏ ରଙ୍ଗ। 

ଶଶ୍ଵତ ଏଠି ଏକାକାର
ଭଙ୍ଗୁର ସହ ଦେଖ, 
ପରମ ଏଠି ଉପସ୍ଥିତ
ସାମାନ୍ୟର ସମ୍ମୁଖ ।

ଆତ୍ମା ପରମାତ୍ମା ଏକତ୍ର
ଏହା ଭବ ବୈକୁଣ୍ଠ,
ଭାବମୟ ଯେଣୁ ସର୍ବତ୍ର,
ତେଣୁ ଏ କ୍ଷେତ୍ର ଶ୍ରେଷ୍ଠ । 

ରଙ୍ଗ ଯେବେ ମିଶେ ଜଳରେ,
ଜଳ ହୁଏ ରଙ୍ଗୀନ,
ଜଗନ୍ନାଥମୟ ଏ ଦାଣ୍ଡ
କଲେ ଜଗମୋହନ ।

ସେ ମାଟି ସେ କ୍ଷେତ୍ର ପବିତ୍ର,
ଯହିଁ ବିଜେ ମୋ ନାଥ,
ଦୁରୁ ହେଉଛି ମୁଁ ଜୁହାର,
ଘେନ କମଳାକାନ୍ତ। 







Wednesday 3 July 2019

ଯଶୋଦାଙ୍କ ଚିନ୍ତା

ଭାଳନ୍ତି ଯଶୋଦା ପୁଅ ମୋର ଛୋଟ,
ନିରୀହ ଗୋପ କୁମାର,
ବାଳୁତ କାଳରେ ଭାଗ୍ୟ ଯୋଗ ବଳେ,
କଲା ଯେତେ ଚମତ୍କାର। 

କେଉଁ ଜନମର ଦାଉ ସାଧିବାକୁ,
ଆସୁଥିଲେ ନିଶାଚର,
ପୂର୍ବ ସୁକୃତରୁ ବିଭୁ କୃପା ଯୋଗୁଁ,
ପାଇଗଲା ସେ ନିସ୍ତାର। 

ବଡ ଅସହାୟ ଲବଣୀ କୋମଳ 
ତନୁ ତାର ସୁକୁମାର,
ଏହା ଭାଳି ମାତେ ବାତ୍ସଲ୍ୟ ପ୍ରେମରେ,
ଥିଲେ ଯତ୍ନରେ ତତ୍ପର ।

ଚିନ୍ତି ବାରେ ମାତେ, କୁହ ସତ୍ୟ କରି
ନିରୀହ କାହା ବେଭାର,
କିଏ କାହା ଯତ୍ନେ ବଞ୍ଚିଛି ସଂସାରେ
ତୁମେ କି ସେ ମାୟାଧର । 

ଯାହାକୁ ଭାବୁଛ ବାଳୁତ ମାଆ ଗୋ
କର୍ତା ସେ ଏହି ସୃଷ୍ଟିର,
ଶକ୍ତିର ସ୍ରୋତ ସେ ଅସହାୟ ନୁହେଁ,
ଭ୍ରମ ଏ ତୁମ ଦୃଷ୍ଟିର।

ଚିମୁଟ କାଟୁଛ ଯାହାର ଗାଳରେ,
ହୋଇ ତୁମେ କ୍ରୋଧଭର,
ପାଇବାକୁ ବୁନ୍ଦେ ତା ସ୍ନେହ ସାଗରୁ
ଭକ୍ତ ଛାଡେ ଘର ଦ୍ଵାର।

ଦଧି ମଥି ବସ ତାଙ୍କୁ ଖୁଣ୍ଟେ ବାନ୍ଧି
ଯା' ପ୍ରେମେ ବନ୍ଧା ସଂସାର 
କି ବାନ୍ଧିବ ମାତେ ସେ ଯେ ସଦା ମୁକ୍ତ,
ସେ ଯେ ବ୍ରହ୍ମ ନିରାକାର। 

ସେ ସକଳ କର୍ମ, କର୍ମର କାରଣ,
ସେ ହିଁ ଭାଗ୍ୟ, ଭାଗ୍ୟଧର
ନିଜ ଇଚ୍ଛା ମତେ, ତୁମ କୋଳେ ମାତେ,
ଖେଳୁଛନ୍ତି ଲୀଳାଧର। 

ଦେବେ ସ୍ଵର୍ଗପୁରେ ଯାହାର ନିର୍ଦେଶ
ପାଳୁଥାନ୍ତି ନିରନ୍ତର,
ଭୃକୁଟି କୁଞ୍ଚନେ କରେ ଦିବାରାତ୍ର
ଏ ସେହି ପରମେଶ୍ଵର।

ହରି ମାଆ ହୋଇ ହରିଙ୍କ ମାୟାରେ,
ତୁମର ଏ ବ୍ୟବହାର,
ମାୟାର ଘେରରେ ଭକ୍ତିର ପରୀକ୍ଷା
ଚାଲୁଥାଏ ନିରନ୍ତର ।

Monday 1 July 2019

କାଳିଆ ରତନ

ଧୀର ସଙ୍ଗତରେ ରହି ମୁଁ ପାଇବି
ହରି ଧୀମତ୍ତା ପ୍ରଭୂତ,
ଧୀ ରେ ଧରି ସେହି ଧରା ଅଧାରଙ୍କୁ
ହୋଇ ଯିବି ଶୁଦ୍ଧ ପୂତ ।

ଧୃବ ତରା ଭଳି ସ୍ଥିର ରହିଥିବି
ଚାହିଁ  ତାର ପଦ୍ମ ପଦ,
ଧ୍ୟାନ କରିବି ମୁଁ ବସି ଅହର୍ନିଶି
ସେ ଲୀଳାଧାର ଗୋବିନ୍ଦ ।

ଧରଣୀ ଉପରେ ଯେତେ ଦିନ ଥିବି
ତାଙ୍କୁ ଗୁଣି ଯିବ ଦିନ,
ଧରିବିନି ଚିତ୍ତେ ସୁଖ ଅବା ଦୁଃଖ
ଯାହା ଦେବେ ମୋ ମୋହନ।

ଧନ ମୋର ସେହି କାଳିଆ ରତନ
ଆଉ ସବୁ ଧନ ତୁଚ୍ଛ, 
ଧୃବ ଏକା ତାର ସ୍ନେହର ବନ୍ଧନ
ସଂସାର ବନ୍ଧନ ମିଛ। 



ତୋ ଭାବ ଅମୃତ

ଯେଉଁ ଅବଧିରେ,
ଦୁନିଆ ଚିନ୍ତାରେ,
ହୁଏ ମନ ଇତସ୍ତତଃ,
ସେହି ସମୟରେ,
ତୋ ଭାବରୁ ଦୂରେ,
ରହେ ଚିତ୍ତ ଜଗନ୍ନାଥ। 

ସେ ବିଷ ସମୟ,
ଆହେ ଲୀଳାମୟ,
ବେଳୁଁ ବେଳୁଁ ହେଉ କ୍ଷୟ,
ତୋ ଭାବ ଅମୃତ,
ଢାଳି ଅପ୍ରମିତ,
କର ତାକୁ ପୂଣ୍ୟମୟ। 

ଦୂର ହୋଇଯାଉ,
ଭଙ୍ଗୁରର ଚିନ୍ତା,
ଆସୁ ଶାଶ୍ଵତ ଭାବନା,
ସ୍ଥିର ହେଉ ଚିତ୍ତ,
ତୋ ପୂଣ୍ୟ ଚରଣେ,
ନ ହୁଏଁ ମୁଁ ଆନମନା ।

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...