Wednesday 31 October 2018

ସେ ଘର

ଭାବିବନି ବନ୍ଧୁ ଏକାକୀ ନିଜକୁ,
                ପ୍ରଭୁ ଛନ୍ତି ତୋର ସାହା,
ଆଦେଖା ସିନା ସେ ଉପସ୍ଥିତ ସଦା,
                  ଦେଖାଉଅଛନ୍ତି ରାହା।

ରଖି ତୋର ଚିତ୍ତ ତାଙ୍କ ଚରଣରେ,
                   କାର୍ଯ୍ୟ କରୁଥାଅ ନିତ୍ୟ,
ପିତା ସେ ତୋହର ସଦା ହିତକାମୀ,
                ହୁଅ  ତାଙ୍କ ପ୍ରତି ସତ୍ୟ ।

ଯୋଡି ଚାଲୁ ଇଟା ଅସ୍ଥାୟୀ ବାସରେ,
                  ଲଗାଇ ବୁଦ୍ଧି କୌଶଳ,
ସେ ଘରକୁ ଖଣ୍ଡେ ଇଟା ଯୋଡିବାକୁ,
            ନାହିଁ ତୋ ପାଖରେ ବେଳ ।

ଚାରିଦିନ ପରେ ଘରକୁ ଫେରିବୁ,
                 ଚିନ୍ତ ସେ ଘରର କଥା
ପଡି ରହିଯିବ ପାର୍ଥିବ ସମ୍ପଦ,
             ସମ୍ବନ୍ଧ, ସୁଖ ଓ ବ୍ୟଥା ।

ମାଟି ସବୁ ଦିନେ ମାଟିରେ ମିଶିବ,
               ଛାଡ଼ିବୁ ଯେବେ ତୁ ଦେହ,
କର୍ମ ଏକା ଆତ୍ମା ସଙ୍ଗତରେ ଯିବ
                 ସେଥିକୁ ସତର୍କ ରହ। 

Thursday 18 October 2018

I committed.

My respect towards your person,
My honest approach towards our friendship,
My selfless wishes of your well-being,
The humbleness of my words,
And above all my soft feelings for you,
Will never change its course,
May you remain silent and indifferent,
May you close your eyes towards me,
And the storm of sorrow shatter me,
The flood of my eyes wash me away,
The fire of solitude burn me,
Or the wind of time blow me away.

I will stand undisturbed,
Because once I commit
I can't omit.

Tuesday 9 October 2018

ତୋ ପ୍ରୀତି ଧନ

ତୋ ପ୍ରୀତି ଧନର କି ଅବା ତୁଳନା,
ଅସରନ୍ତି ସୁଖ ଭଣ୍ଡାର,
ଦେଲେ ଭାବ କୁଞ୍ଜି ଅନ୍ତରର ପୁଞ୍ଜି
ଖୋଲିଯାଏ ଯାହାର ଦ୍ଵାର ।

ମହାଭାରତର ବିଶାଳ ସାଗରେ,
ଭୀଷ୍ମ, ଦ୍ରୋଣ ଭଳି ମଗର
ପାଣ୍ଡବେ କ୍ଷୁଦ୍ର ମୀନ ଅତି ନଗଣ୍ୟ
ଯା ବଳେ ଜିତିଲେ ସମର ।

ଯଜ୍ଞ ଭଙ୍ଗ ପରେ, ଇନ୍ଦ୍ର କୋପ ଭରେ, 
ସମ୍ବର୍ଦ୍ଧକ କଲା ପ୍ରେଷଣ,
ତୋଳି ଗୋବର୍ଦ୍ଧନ, ହେ ନନ୍ଦନନ୍ଦନ,
ଗୋପରୁ ହରିଲୁ କଷଣ ।

ଖୁଦଭଜା ମୁଠେ ଅବା ଭାବ ଧନ
ଗରିବ ସୁଦାମା କି ଦେଲା,
ପ୍ରଭୂତ ବିଭବ ଢାଳିଦେଲ ପ୍ରଭୁ,
ସଂସାର ଜଞ୍ଜାଳୁ ତରିଲା ।

ମୂଢ଼ ମୁଁ ଅଭକ୍ତ କି ଦେଇ ତୋଷିବି,
କିପରି ପାଇବି ତୋ ଚିତ୍ତ,
ତୋହ କୃପା ବିନା, ନିରର୍ଥକ ସିନା,
ଜୀବନ ବଞ୍ଚିଛି ପ୍ରଦୀପ୍ତ ।




Saturday 6 October 2018

ତୋ ଦୀପ୍ତ ଆନନ

ତୋ ଦୀପ୍ତ ଆନନ ହରି,
ସତେ ସେ କି ମନୋହାରୀ,
ଯେତେ ଦେଖୁଥାଇଁ, ମନ ନ ପୁରଇ,
ଆଖି ମୋର ଯାଏ ଭରି।

ଭକ୍ତ ତୃଷାର୍ତକୁ ଜଳ
ନ ଦେଖି ହୃଦ ବିକଳ,
ଦେଖି ଦେଲେ ବାରେ, ମନ ଆଇନାରେ,
ଆତ୍ମା ହୋଇଯାଏ ବିହ୍ଵଳ ।

ଅସାର ସଂସାର ସାର,
ସେ ଇନ୍ଦୁ ବଦନ ତୋର,
ଭବ ବନ୍ଧନରୁ ମୁକ୍ତି ହୁଏ ପ୍ରାପ୍ତି,
ସ୍ମରଣ ମାତ୍ରକେ ଯାର ।


Friday 5 October 2018

ଆଉ ନ ହୁଡିବି

ଥାଉ ଥାଉ ବିଧାତା ଦତ୍ତ ଜୀବନାବଧି,
ଆସି ପହଞ୍ଚିଲି ତୋ ପ୍ରୀତି ପଥରେ ବିଧି ।

ତୋ କୃପା ଓ ମୋ ଅଜ୍ଞାନ୍ତ ସୁକୃତି ବଳରେ,
ତୋ ପ୍ରେମ ପାଇଲି ହରି ଜୀବନ କାଳରେ ।

ଅଦୃଶ୍ୟ କିନ୍ତୁ ଅଦ୍ଭୁତ ସେହି ଭକ୍ତି ପଥ,
ନିତ୍ୟ, ସନାତନ, ସ୍ଥିର ସଦା ଆଲୋକିତ।

ଦିବ୍ୟ, ଭବ୍ୟ ସ୍ଵପ୍ନିଳ ସେ ମାର୍ଗଟି ଅମୃତ,
ପାରିଜାତେ ସୁଶୋଭିତ, ଚନ୍ଦ୍ରାର୍କେ ପ୍ରଦୀପ୍ତ।

ନା ଚିନ୍ତା, ନା ଚିତା ଚିନ୍ତା, ନା ଦ୍ଵିଧା, ନା ଦ୍ଵନ୍ଦ,
ନା ଦୁଃଖ ନା ଶୋକ ସେଠି ପରମ ଆନନ୍ଦ।

 ସିଦ୍ଧ, ସ୍ଵଛ, ସ୍ଵଛନ୍ଦ, ଶଂସିତ ଓ ଶାଶ୍ଵତ,
ନା ବାଧା, ନା ଦ୍ଵେଷ, କ୍ଲେସ ନାହିଁ  ଶତ୍ରୁ ମିତ୍ର ।

ନା ଲୋଭ, ନା ମୋହ ନା ସେ ପଥ ମାୟାଧୀନ,
ମୁକ୍ତ ଓ ଆଶ୍ଵସ୍ତ ଯହିଁ ସଦା ଭକ୍ତ ମନ।

ଆଉ ନ ହୁଡିବି କୃଷ୍ଣ ସେ ପ୍ରୀତି ପଥରୁ,
ତୋତେ ଧ୍ୟାୟୀ ପାରିହେବି ଭବ ସାଗରରୁ।



YOUR INSPIRING WORDS

Your inspiring words,
 Are very precious to me,
But you became silent,
Abruptly, God knows why.

The cool blitz,
That was soothing my soul,
Smoothing my journey,
Stopped suddenly to blow,
As it forgot the location
Of my dry  terrain.

The compassionate cloud,
Which was raining over my head,
Suddenly changed its direction,
Leave my field,
To face a feminine.

I feel helpless,
What can I do,
I begin crying,
I begin praying
God to convince you.

Wednesday 3 October 2018

କୃଷ୍ଣ ପ୍ରେମର ଦୁନିଆ

ଆନନ୍ଦପୂର୍ଣ ଏ କୃଷ୍ଣ ପ୍ରେମର ଦୁନିଆ,
ନାହିଁ ଏଠି ଦୁଃଖ, ଅବସାଦର ଛାୟା।ଘୋଷା।

ଏଠି  ସବୁ ଆତ୍ମାଭାବ ନାହିଁ ଦେହବୋଧ,
ନ ଥାଏ ଭକତଠାରେ ନର ନାରୀ ଭେଦ।

ଏକା ସେ ପୁରୁଷ ଆମେ ସକଳେ ପ୍ରକୃତି,
ତାର ଚିତ୍ତ ବିନୋଦନ ଆମର ପ୍ରବୃତି ।

ନାହିଁ ଈର୍ଷା, ନାହିଁ ଦ୍ଵେଷ, କେହି ନାହିଁ ଅରି,
ସଭିଏଁ ସମାନ ଆମ ବନ୍ଧୁ ସେ ମୁରାରୀ ।

ପ୍ରାପ୍ତି ଅପ୍ରାପ୍ତିର ଚିନ୍ତା ତୁଛା ସ୍ଵାର୍ଥ ମାୟା,
ସବୁ ପ୍ରାପ୍ତି ତାହାଠାରୁ ତାହାର ଯା ଦୟା।

ମନ ବଡ କଲେ ସିନା କଟରାରେ ଗଙ୍ଗା,
ଛୋଟ ମନକୁ ପବନ ପାଣି ବି ମହଙ୍ଗା।

ଆସ ଭେଦାଭେଦ ଭୁଲି ତା ପଦ ଧ୍ୟାଇବା,
ମନରେ ମନ ମିଳାଇ ତା ଗୁଣ ଗାଇବା।

ବିଶ୍ଵାସ ସୁଦୃଢ କରି ତାଠାରେ ସ୍ଥାପିବା,
ଜୟ ଶ୍ରୀକୃଷ୍ଣ ନାମକୁ ଆମେ ଗାଇ ଯିବା।

ପାର ହେବା ଭବ ବୈତରଣୀ ଏକ ନାବେ,
ଆହୁଲା ହରିପ୍ରେମର ବାହି ନେବା ଏବେ।

କରୁଣା ସାଗର

କରୁଣା ସାଗର କମଳାପତି ହେ କେଶବ,
କୃପା ବିନା ତୁମ ଗୁଣାବଳୀ କହି କି ହେବ।

କଳିତ ଲଳିତ ତୁମ ଅକଳିତ ଶୋଭାଶିରୀ,
କଳି କାଳ ବଶ ମନୁଷ୍ୟ ଅଚିନ୍ତ୍ୟ ହେ ମୁର ଅରି।

କବି କୋବିଦ ଚିତ୍ତକୁ ଅସରନ୍ତି କାମଧେନୁ 
କଳା ଲୀଳା ବଖାଣକୁ ଅନିନ୍ଦ୍ୟ ସୁନ୍ଦର ଇନ୍ଦ୍ରଧନୁ।

କଜ୍ଜଳ ନିନ୍ଦିତ ଇନ୍ଦ୍ରନୀଳ ସୌମ୍ୟ କଳେବର, 
କୃଷ୍ଣ ଘନେ ବିଦ୍ୟୁତ ପ୍ରବାହ କି ପୀତ ବାସ ତୋର।

କାନ୍ତି ମୁଖ ର ଶିଶିର ଧୌତ ସଦ୍ୟ ଇନ୍ଦିବର,
କ୍ରୀଡାରତ ସ୍ଵର୍ଣ୍ଣ ଭ୍ରମର ସେ ଅଦ୍ଭୁତ ହସ ତୋର।

କୋଟି କାମଦେବ ବିଜେତା  ତୋ ଇନ୍ଦୁନିଭାନନ,
କେହି ଗୋପିକାଚିତ୍ତଧାରୀକୁ ବଡ ଲୋଭ୍ୟମାନ।

କୃପା କଟାକ୍ଷପାତରେ  କ୍ଷୟ ସର୍ବ ପାପ କଳ୍ମଷ,
ଚିତ୍ତ ଚରିତ୍ରରୁ ଦୁରିତ ସମସ୍ତ ପାର୍ଥିବ ଗୁଣ ଦୋଷ ।

କାକୁସ୍ଥ ପ୍ରଦୀପ୍ତ ମାତ୍ର ତୋ ଭକ୍ତ ଜନଙ୍କ ଦାସ,
କି କରି କରିପାରେ ତୋର ଅମିତ ଗୁଣ ବିନ୍ୟାସ ।

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...