Wednesday 27 February 2019

ପୁଲବାମା ନୃଶଂସତା

ଶାନ୍ତିକାମୀ ଭାରତ ମାଟିରେ
ଧର୍ମାନ୍ଧ ପଶୁର ନଗ୍ନ ଖେଳ,
କେତେ ଦିନ ଅବା ସହିବ ମା ମୋର
ନରପିଶାଚର ସରିଲା ବେଳ।

ହିଂସା ତାହାର ଚୟନୀତ ପଥ,
ପ୍ରିୟ ତାହାର ଲହୁ ଓ ଲୁହ,
ହେ ଦେଶ ମାତାର ବୀର ସନ୍ତାନ,
ତା ଭାଷାରେ ତାକୁ ଜବାବ ଦିଅ।

ବନ୍ଦକର ଏ ନିନ୍ଦା ଆଲୋଚନା,
ପଶୁ ସେ ଶୁଣିବ କି ତୁମ କଥା,
ତା କଫିନରେ ଏକ ଶକ୍ତ କଣ୍ଟା,
ମାରି ଦୂରକର ଦେଶର ବ୍ୟଥା।

ଦୁର୍ବଳ ନୁହେଁ ଦୁର୍ଦାନ୍ତ ତୁମେ, 
ପ୍ରମାଣିତ କର ରଣ ଆଶରେ,
କୋଟି କୋଟି ଦେଶ ସନ୍ତାନର ଆଖି
ଚାହିଁଛି ତୁମକୁ ବଡ ଆଶାରେ।

Tuesday 12 February 2019

माँ सरस्वती

नमस्ते माँ  सरस्वती विद्या प्रदायिनी,
वाकदेवी, वर्णेश्वरी माँ वरदा,  ब्रह्माणी।

त्रिदेवी मध्ये श्रेष्ठा माँ   कल्याणकारिणी,
ब्रह्मलोक  निवासिनी माँ  वीणावादिनी। 

ज्ञान, बुद्धि, कला, सुर की कृपाकारिणी,
पुस्तकहस्ता  माँ कविजिह्वाग्रवासिनी। 

चन्द्रोज्वल दुग्धफेनिल  शुभ्रा वस्त्र धारिणी,
कमल सुमन आसीना माँ  वरदायिनी।  

चौहस्ता, सौम्यदर्शना हे  मृदु भाषिनी,
विराजिए मेरे मन में, मेरी स्नेहमयी जननी।  

दिव्य शुक्ल प्रभा उद्भासितांग  स्मितहासिनी, 
विभुभाव  कृपा  करो माँ  मरालवाहिनी। 








Sunday 10 February 2019

ମା ସରସ୍ଵତୀ

ନମସ୍ତେ ମା ସରସ୍ଵତୀ, ବିଦ୍ୟା ପ୍ରଦାୟିନୀ,
ବାକଦେବୀ,ବର୍ନେଶ୍ଵରୀ,ବରଦା, ବ୍ରହ୍ମାଣୀ।

ଜ୍ଞାନ, ବୁଦ୍ଧି, କଳା, କଣ୍ଠର କୃପାକାରିଣୀ,
ପୁସ୍ତକହସ୍ତା ମା    କବିଜିହ୍ଵାଗ୍ରବାସିନୀ ।

ମା ଚନ୍ଦ୍ରୋଜ୍ଵଳ ଶୁଭ୍ରବସ୍ତ୍ର ପରିଧାରିଣୀ
ପଦ୍ମ ପୁଷ୍ପ ଆସୀନା ଶାରଦା ଠାକୁରାଣୀ।

ଶୁଭ୍ର ଜ୍ୟୋତ୍ସ୍ନା ଭାସିତାଙ୍ଗ ମା ସ୍ମିତହାସିନୀ,
ତ୍ରିଦେବୀ ମଧ୍ୟେ ଶ୍ରେଷ୍ଠା ମା କଲ୍ୟାଣକାରିଣୀ।

ବ୍ରହ୍ମଲୋକନିବାସିନୀ ମା ବୀଣାବାଦିନୀ,
କୃପା ରଖ ପୁତ୍ରଠାରେ ମା ହଂସବାହିନୀ।

ଚୌହସ୍ତା, ସୌମ୍ୟଦର୍ଶନା, ମା କଳକଣ୍ଠୀନୀ,
ସ୍ଥିତ ହୁଅ ମୋ ହୃଦେ  ମା କରୁଛି ଦଇନି।

Monday 4 February 2019

ହରି ନାମ ମହାଧନ

ବାଣ୍ଟି ଚାଲ ବନ୍ଧୁ ସାରା ସଂସାରରେ,
                             ହରି ନାମ ମହା ଧନ,
ଯେ ଦିବ୍ୟ ଦରବ ଆବରକୁ ଦେଲେ 
                       ହେବ ତୋ ଜୀବନ ଧନ୍ୟ। 
ଦାନ କରିବାରେ କମିଯାଏ ସିନା, 
                             ପାର୍ଥିବ ପଦାର୍ଥ ମାନ
ଏ ଦିବ୍ୟ ଦରବ ଫେରିଆସେ ହୋଇ,
                     ତୋ ପାଶେ ଅସୀମ ପୂଣ୍ୟ।
କେତେ ବାର ନେଲୁ ନ କର ହିସାବ,
                            ମାଳା ଗଡାଇ ନ ଗଣ,
ସୀମାହୀନ କଣ୍ଠି ସେ ନାମ ମାଳାର
                          ସସୀମ ତୋର ଜୀବନ।   
ଯେତେ ଦେଖି, ଲେଖି, ଗାଇ ଚାଲିଯିବୁ,
                              ସେତେ ରହିବୁ ପ୍ରସନ୍ନ,
ଛୁଇଁ ପାରିବନି ତୋ ମନକୁ ମାୟା,
                               ନ ଥିବ ଦୁଃଖର ଚିହ୍ନ।

ତୁମ ପ୍ରତି ଶୁଦ୍ଧ ଶ୍ରଦ୍ଧା

ଥାଏ ଯେବେ ତୁମ ପ୍ରତି,
                         ଶୁଦ୍ଧ ଶ୍ରଦ୍ଧା ମୋର,
ତୁମ ପ୍ରେମେ ପ୍ଲୂତ ଯେବେ,
                          ଥାଏ ମୋ ଅନ୍ତର,
ଭାବୁ ଯାହା ଏ ନଶ୍ଵର,
                           ପାର୍ଥିବ ସଂସାର,
ରହୁ କେହି ସାଥେ ଅବା,
                            କରି ଯାଉ ପର,
ଜାଣିଛି ମୁଁ ତୁମକୁ ହେ,
                       ମୋ ଜଗଦୀଶ୍ଵର
ଭାବର ଠାକୁର ତୁମେ,
                             କରିବନି ପର।




Sunday 3 February 2019

କିଆଁ ଅବା କାର୍ଯ୍ୟ କରିବି ମୁଁ ଗଡବଡ ?

ବୟସ ମୋର ଲୋଡିଲାଣି କାଠଗଡ,
କିଆଁ ଅବା କାର୍ଯ୍ୟ କରିବି ମୁଁ ଗଡବଡ ?

ସବୁ ରହିଯିବ ଏଠି ସାଥିରେ ନ ଯିବ କିଛି,
ଧନ,ସମ୍ପତ୍ତି, ଯାହା ବି ମୁଁ ସାଇତି ରଖିଛି,
ସାଙ୍ଗ-ସାଥି, ପ୍ରିୟା-ପ୍ରୀତି, ଯାହା ବି ଅର୍ଜିଛି,
ସମୟ ଠାରୁ ବଳିୟାର କି ଆଉ କିଛି ଅଛି?
କିସ ପାଇଁ  ଦେଖିବି ମୁଁ ସ୍ଵପ୍ନ ବଡ ବଡ,
କିଆଁ ଅବା କାର୍ଯ୍ୟ କରିବି ମୁଁ ଗଡବଡ ?

ଖୋଲା ଖୋଲି କରିବି ମୁଁ  ଯାହାବି କରିବି,
ଲୁଚା ଚୋରା କାମରେ ମୁଁ କାହିଁକି ରହିବି,
ଆଇନା ଦେଖି ମୁଁ କିଆଁ ଲଜ୍ଜିତ ହୋଇବି,
ହରିଙ୍କୁ ଦିନେ ନା ଦିନେ ଜବାବ ତ ଦେବି,
କିଆଁ ଯମକୁ କହିବି ଛାଡ ମୋତେ ଛାଡ
କିଆଁ ଅବା କାର୍ଯ୍ୟ କରିବି ମୁଁ ଗଡବଡ ? 

Friday 1 February 2019

ଅକିଞ୍ଚନ ଜୀବ ଧନ

କୈବଲ୍ୟଦାତା ହେ ଆରତ ତ୍ରାଣ,
ବୁଡିଲି ବୁଡିଲି ରଖ ପ୍ରାଣ।
ଟାଣୁଛି ମୋ ଗୋଡ ଧରି ଦୁଖ ନକ୍ର ,
ଛେଦ ଦେଇ ଦୃଷ୍ଟି ଚକ୍ର ହେ,
ପ୍ରାଣ ରଖ ନାରାୟଣ। 

ତୁଳା ତୁଲ୍ୟ ହରି ମୋର ଏ କଷଣ,
ତାକୁ ବାଡବାନଳ ଆପଣ,
ନ କରି ବିଳମ୍ବ ଦାସକୁ ଉଦ୍ଧାର,
ବଡ କୃପା ହେବ ତୋର ହେ, 
ଧରିଛି ତୁମ ଚରଣ।

ତ୍ରାଣ ବିଧି ଔଷଧି ତୁମେ ଜାଣ,
ବଡ କୁଶଳୀ ମୋ ଯଦୁରାଣ,
ତୁମ ବଡ ପଣେ କରିଛି ଭରସା,
ଫେଡ ମୋର ଏ ଦୁର୍ଦଶା ହେ,
କୃପା କରନ୍ତୁ ଆପଣ ।

ହାରିଲେ ହାରିବି ପଛେ ମୁଁ ଏ ପ୍ରାଣ,
ହଟିବିନି ତୁମ ଦ୍ଵାରରୁ ଜାଣ,
ନ ହେବି ମୁଁ ରୁଷ୍ଟ ଅବା ଆନ ପ୍ରାଣ
ନ କରିବି ଅଭିମାନ ହେ,
 ଅକିଞ୍ଚନ ଜୀବ ଧନ।








ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...