ଅମାପ ନିରୁତା ସ୍ନେହ,
ନିସ୍ଵାର୍ଥ କଲ୍ୟାଣକାମନା ଦେଇ,
ମୋ ମନ କଣ ମାଗିଥିଲା,
ଥରେ ପଚାରି ଦେଖ ତ ନିଜ ମନକୁ ।
କଣ ଦେଲ ତୁମେ ମୋତେ,
ମୋ ନିରିହ ବିଶ୍ଵାସ,
ଅଲୌକିକ ଆବେଗ ବଦଳରେ,
ଥରେ ପଚାରି ଦେଖ ତ ନିଜ ବିବେକକୁ ।
ନା, ଜବାବ ଦେବା ଅନାବଶ୍ୟକ,
ନା, ମୁଁ କିଛି କହିବିନି,
ଆବେଗ ଯେଉଁଠି ଅସମର୍ଥ,
ସେଠି ଶବ୍ଦ ସମର୍ଥ ହେବ ବା କେମିତି ?
ସତ୍ୟ ଯେଉଁଠି ପରାହତ,
ସେଠି ଯୁକ୍ତିର ବା କି ଆବଶ୍ୟକତା ?
ମୁଁ ହାରିଗଲି ବନ୍ଧୁ ।
ମୁଁ ସରିଗଲି ।
କିନ୍ତୁ ମୁଁ କଣ ବନ୍ଦ କରିଦେବି,
ଯାହା ଥରେ ଦେଇଛି ?
ମୁଁ କଣ ଓହରି ଆସିବି,
ନିଜ ଜବାବରୁ ?
ନା,ମୁଁ ସତ୍ୟବଦ୍ଧ, ମୁଁ ବଚନବଦ୍ଧ
ଯାହା ଥରେ ଦେଇଛି,
ସବୁବେଳେ ଦେଇଚାଲିବି,
ଥରେ କଥା ଦେଇଛି,
କଥା ରଖିବି ।
No comments:
Post a Comment