ସାଜି ଅତିଥି ବିରାଜିଲେ ଶ୍ୟାମସୁନ୍ଦର,
କରି ପବିତ୍ର ଜନ୍ମାଷ୍ଟମୀରେ ମୋର ଘର।
ଯା'ର ଦର୍ଶନ ପିପାସୁ ଥିଲା ମୋ ନୟନ,
ପାଶେ ପାଇ ମୋ ମନ ବିବ୍ରତ,ଉଦବିଘ୍ନ ।
କି ଦେଇ ପୂଜିବି କି ଅବା ନ ଦେବି ବଡ ଦ୍ଵିଧା,
କିପରି ତୋଷିବି ଭାବି ପାରୁନାହିଁ ମୋର ମେଧା।
ସବୁ ଯେ ତୋ ସୃଷ୍ଟି, ଜଳ, ସ୍ଥଳ, ବିଶାଳ ଆକାଶ,
ଜନ, ଧନ, ଜୀବନ, ମରଣ, ଦୃଶ୍ୟ ଓ ଅଦୃଶ୍ୟ।
ସବୁ ଯା'ର, ତାକୁ ତା'ର ଦେବି ବା କିପରି ?
ପର ଧନ ଅତିଥିଙ୍କୁ ଅର୍ପିବି କି କରି ?
ନିଅ ହରି, କହିବାକୁ ଏତିକି ମୋ ଧନ
ଦୁଇ ବୁନ୍ଦ ଲୁହ ଆଉ ସ୍ନେହପୂର୍ଣ ମନ।
ପୂଜନ, ଅର୍ପଣ,ଭକ୍ତି ରୀତି ନ ଜାଣେ ତୋ ଦାସ
ମୂଢ, ଅକିଞ୍ଚନ ଜାଣି କ୍ଷମ ମମ ଦୋଷ ।
No comments:
Post a Comment