Tuesday, 11 September 2018

ନୀଳାଦ୍ରିବିଜେ ୫

ଗଉଡ ଘରେ ଜାତ କି ରୀତି ଜାଣ,
ଗୋରୁ ଚରାଇ ତୁମ କଟିଛି ଦିନ।

ଗୁଣନିଧି ଶୁଣ ତୁମ ଲୋକାଚାର,
ଗାଇଲେ ନ ସରିବ ତୁମ ବେଭାର।

ଗଲ ଦୃଷ୍ଟି ପଥୁ ଭୁଲିଲ ଶ୍ରୀରାଧା,
ଗାରିମା ଭୁଲି ତାଙ୍କୁ ଦେଲ ପ୍ରୀତିବାଧା।

ଗୁପ୍ତେ ବାଳୀ ମାରି ସୁଗ୍ରିବେ ରଖିଲ,
ଗିର ଜନଙ୍କ ଶୁଣି ସୀତାଙ୍କୁ ତ୍ୟଜିଲ ।

ଗୋହି ଖୋଲିଲେ ହେବ ତୁମକୁ ମନ୍ଦ,
ଗାଇ ଗଲେ ତୁମ ଗୁଣ ହେବ ଦ୍ଵନ୍ଦ।

ଗତ ହେବ ଦ୍ଵନ୍ଦ ରହିଯିବ କଥା,
ଗଲା ଅଇଲା ବେଳେ ଦେବ ସେ ବ୍ୟଥା।

ଘରସାବି ନୁହେଁ ହରି ତୁମ କାର୍ଯ୍ୟ,
ଘୋର ପୀଡା ମୁଁ ମନେ ପାଇଲି ଆଜ।

ଘର ଗୃହସ୍ଥି ପାଇଁ ତୁମେ ଅଯୋଗ୍ୟ,
ଘରଣୀ ପ୍ରତି ତେଣୁ ତୁମ ବିରାଗ।

ଅଂଚଳ ଯାକ ଆଜି ପଡିଲା ହୁରି,
ଅଂଶୁମାଳୀ ସାକ୍ଷ ଏ କାର୍ଯ୍ୟ ତୁମରି।
ଦ୍ରଷ୍ଟବ୍ୟ... ନୀଳାଦ୍ରିବିଜେ୧,୨,୩, ୪ ଅ ଆଦ୍ୟ ଅକ୍ଷରରୁ ଖ ଆଦ୍ୟ ଅକ୍ଷର ପର୍ଯ୍ୟନ୍ତ ଯାଇଥିଲା । ନୀଳାଦ୍ରିବିଜେ୫ ଅଂ ଆଦ୍ୟ ଅକ୍ଷରରେ ସମାପ୍ତ କଲି । ତ୍ରୁଟି ଗୁଡିକ ଜଣାଇ ଦେଲେ ଉପକୃତ ହେବି ।ଯେ ରାମ, ସେ କୃଷ୍ଣ, ସେ ଜଗନ୍ନାଥ ।
ଲକ୍ଷ୍ମୀ ନାରାୟଣଙ୍କ ବିଷୟକୁ ଅଧିକ ମାନବୀୟ କରିବା ମୋର କାମ୍ୟ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...