ଜଣା ଜଗା ମୋତେ ତୁମ,
ଚାତୁର୍ଯ୍ୟ କୃପାଳୁ ଗୁଣ,
ଯାହା ଠାରେ ଥାଅ ତୁଷ୍ଟ,
ଗୁପତେ ରଖି ଅଭୀଷ୍ଟ,
ଦେଇ ତୁଚ୍ଛ ଭବ ଦୁଃଖ,
ଦିଅ ତୁମ ଭକ୍ତି ଭାବ ଅନେକ।
ଅଛପା ନୁହଁଇ ତୁମ,
କରୁଣା କୃପଣ କର୍ମ,
ଯା ପରେ ତୋ ମନ ରୁକ୍ଷ,
ନ କରି ଭାବ ପ୍ରତ୍ୟକ୍ଷ,
ଦେଇ ବିଭବ ଅପାର,
ରଖୁ ତୋ ଭକ୍ତି ଭାବ ଠାରୁ ଦୂର।
ଭକ୍ତ ବିଦୂର ନିର୍ଧନ,
ଦୁର୍ଯୋଧନ ଧନବାନ,
ଏକ ତୋ ହୃଦ ସମ୍ଭାର,
ଆରେକ ଅରି ସତ୍ୟର,
ଏକେ କୃପା କାରବାର,
ଆନକୁ କୃପା କୃପଣତା ତୋର।
ମୁଁ ଛାର ମୂଢ ପ୍ରଦୀପ୍ତ,
ନୁହେଁ ମୋ ଜ୍ଞାନ ଉଦ୍ଦୀପ୍ତ,
କରିଛି ତୋ ଠାରେ ଆଶ,
ପାଇବାକୁ ତୋ ପ୍ରକାଶ,
ରହେଁ ଭବ ଧନୁ ଦୂର,
କର ତୋ ସେନେହ ଧନେ ନିଜର।
ଚାତୁର୍ଯ୍ୟ କୃପାଳୁ ଗୁଣ,
ଯାହା ଠାରେ ଥାଅ ତୁଷ୍ଟ,
ଗୁପତେ ରଖି ଅଭୀଷ୍ଟ,
ଦେଇ ତୁଚ୍ଛ ଭବ ଦୁଃଖ,
ଦିଅ ତୁମ ଭକ୍ତି ଭାବ ଅନେକ।
ଅଛପା ନୁହଁଇ ତୁମ,
କରୁଣା କୃପଣ କର୍ମ,
ଯା ପରେ ତୋ ମନ ରୁକ୍ଷ,
ନ କରି ଭାବ ପ୍ରତ୍ୟକ୍ଷ,
ଦେଇ ବିଭବ ଅପାର,
ରଖୁ ତୋ ଭକ୍ତି ଭାବ ଠାରୁ ଦୂର।
ଭକ୍ତ ବିଦୂର ନିର୍ଧନ,
ଦୁର୍ଯୋଧନ ଧନବାନ,
ଏକ ତୋ ହୃଦ ସମ୍ଭାର,
ଆରେକ ଅରି ସତ୍ୟର,
ଏକେ କୃପା କାରବାର,
ଆନକୁ କୃପା କୃପଣତା ତୋର।
ମୁଁ ଛାର ମୂଢ ପ୍ରଦୀପ୍ତ,
ନୁହେଁ ମୋ ଜ୍ଞାନ ଉଦ୍ଦୀପ୍ତ,
କରିଛି ତୋ ଠାରେ ଆଶ,
ପାଇବାକୁ ତୋ ପ୍ରକାଶ,
ରହେଁ ଭବ ଧନୁ ଦୂର,
କର ତୋ ସେନେହ ଧନେ ନିଜର।
No comments:
Post a Comment