ବାଟମଙ୍ଗଳାଙ୍କୁ ସାକ୍ଷୀ କରି,
କାଳିଆ ମୁଁ ଆସିଥିଲି ପୁରୀ,
ଅଠରନଳାରେ ଗୋଡ଼ ଧୋଉ ଧୋଉ,
ପତିତପାବନ ଦେଲି ଚାହିଁ,
ଲୁହ ଦୁଇ ବୁନ୍ଦା ଗଲା ବହି।
କହିଲା ମତେ ସେ ସତ କରି,
ମୋ ଦୁଃଖ କଷଣ ନେବ ହରି,
କହିଲିନି କିଛି କିସ କହିଥାନ୍ତି,
ଗଳା ମୋ କୋହରେ ଗଲା ଭରି,
ଶରଧାରେ ଦେଲି ହାତ ଯୋଡ଼ି।
ଶରଧା ବାଲିକୁ ମୁଣ୍ଡେ ମାରି,
ବଡ ଦାଣ୍ଡେ ପାଦ ଦେଲି ଧରି,
ମାଉସୀମାଙ୍କୁ ଜୁହାର ମୁଁ ହୋଇ,
ତୋତେ କହିବାକୁ କହି ଗଲି,
ମା କୁହା ତୁ ମାନିବୁ ବୋଲି ।
ଅରୁଣ ସ୍ତମ୍ବକୁ କରି କୋଳ,
ତୋ ପ୍ରେମ ଅନନ୍ଦେ ହୋଇ ଭୋଳ,
ସିଂହଦୁଆରକୁ ପାର ହେଉ ହେଉ,
ପତିତପାବନ ଦେଲି ଚାହିଁ,
ଭବ ଚିନ୍ତା ଗଲା ପଛେ ରହି ।
ଏକ ନିଶ୍ଵାସେ ମୁଁ ମାଡିଗଲି,
ବାଇସିପାବଛ ପାର ହେଲି,
ଗରୁଡ ସ୍ତମ୍ବକୁ ଓଳଗି ହୋଇ ମୁଁ,
ଭିତର କାଠକୁ ଧରି ନେଲି,
ରତନ ବେଦୀକୁ ଚାହିଁ ଦେଲି।
ରତନ ବେଦୀରେ ତିନି ଦିଅଁ,
କେଡେ ଶୋଭାବନ ତାଙ୍କ ମୁହଁ,
ସାତ ଜନମର ପାପ ମୋ କଟିଲା,
କରି ସେହି ଅମୃତ ଦର୍ଶନ,
ଧନ୍ୟ ହେଲା ନିକୃଷ୍ଠ ଜୀବନ।
ସାକ୍ଷୀ ରଖି ସାକ୍ଷୀଗୋପୀନାଥ,
ଫେରିଲି ପୁରୀରୁ ଜଗନ୍ନାଥ,
ମୋ ଦୁଃଖ ଦରଦ ତୋର ହେଲା ଏବେ,
ଦୁରିତ କରିବୁ ତୁ ତୁରିତ,
ଭରସି ରହିଲା ତୋ ପ୍ରଦୀପ୍ତ।
କାଳିଆ ମୁଁ ଆସିଥିଲି ପୁରୀ,
ଅଠରନଳାରେ ଗୋଡ଼ ଧୋଉ ଧୋଉ,
ପତିତପାବନ ଦେଲି ଚାହିଁ,
ଲୁହ ଦୁଇ ବୁନ୍ଦା ଗଲା ବହି।
କହିଲା ମତେ ସେ ସତ କରି,
ମୋ ଦୁଃଖ କଷଣ ନେବ ହରି,
କହିଲିନି କିଛି କିସ କହିଥାନ୍ତି,
ଗଳା ମୋ କୋହରେ ଗଲା ଭରି,
ଶରଧାରେ ଦେଲି ହାତ ଯୋଡ଼ି।
ଶରଧା ବାଲିକୁ ମୁଣ୍ଡେ ମାରି,
ବଡ ଦାଣ୍ଡେ ପାଦ ଦେଲି ଧରି,
ମାଉସୀମାଙ୍କୁ ଜୁହାର ମୁଁ ହୋଇ,
ତୋତେ କହିବାକୁ କହି ଗଲି,
ମା କୁହା ତୁ ମାନିବୁ ବୋଲି ।
ଅରୁଣ ସ୍ତମ୍ବକୁ କରି କୋଳ,
ତୋ ପ୍ରେମ ଅନନ୍ଦେ ହୋଇ ଭୋଳ,
ସିଂହଦୁଆରକୁ ପାର ହେଉ ହେଉ,
ପତିତପାବନ ଦେଲି ଚାହିଁ,
ଭବ ଚିନ୍ତା ଗଲା ପଛେ ରହି ।
ଏକ ନିଶ୍ଵାସେ ମୁଁ ମାଡିଗଲି,
ବାଇସିପାବଛ ପାର ହେଲି,
ଗରୁଡ ସ୍ତମ୍ବକୁ ଓଳଗି ହୋଇ ମୁଁ,
ଭିତର କାଠକୁ ଧରି ନେଲି,
ରତନ ବେଦୀକୁ ଚାହିଁ ଦେଲି।
ରତନ ବେଦୀରେ ତିନି ଦିଅଁ,
କେଡେ ଶୋଭାବନ ତାଙ୍କ ମୁହଁ,
ସାତ ଜନମର ପାପ ମୋ କଟିଲା,
କରି ସେହି ଅମୃତ ଦର୍ଶନ,
ଧନ୍ୟ ହେଲା ନିକୃଷ୍ଠ ଜୀବନ।
ସାକ୍ଷୀ ରଖି ସାକ୍ଷୀଗୋପୀନାଥ,
ଫେରିଲି ପୁରୀରୁ ଜଗନ୍ନାଥ,
ମୋ ଦୁଃଖ ଦରଦ ତୋର ହେଲା ଏବେ,
ଦୁରିତ କରିବୁ ତୁ ତୁରିତ,
ଭରସି ରହିଲା ତୋ ପ୍ରଦୀପ୍ତ।
No comments:
Post a Comment