ସମୟ ନଦୀରେ ନେଇ ବିଭୁ ପ୍ରେମ ନାବ,
ଚାଲ ଆମେ ବାହି ଯିବା କୃଷ୍ଣଙ୍କର ଠାବ।
ନଶ୍ଵର ମାଟି ଶରୀର, ମାଟି ଧନ, ମାନ,
ମାଟି ସଂସାର ସମ୍ବନ୍ଧ, ଭବ କ୍ରୀଡାଙ୍ଗନ।
ମୂଢ ସମ ମାଟି ପାଇଁ ନ ରଖିବା ମାୟା,
ମାଟି ପ୍ରେମ ପାଇଁ ଆମେ ହେବା ନାହିଁ ବାୟା ।
ଯାହାଙ୍କର ତାକୁ ଦେଇ ଆତ୍ମା ଦିନେ ଯିବ,
ଏବେହୁଁ ଦେବାରେ କିଆଁ ଆପତ୍ତି କରିବ।
ଆତ୍ମା ସଙ୍ଗେ ନ ରଖିବା ଗର୍ବ ଅହଂକାର,
ବୁଡିଯିବ ଭକ୍ତି ନାବ ନ ସହିବ ଭାର।
ନ ଆସିବ ସେ ନାବରେ ମିଛ, ଶଙ୍କା, ମୋହ,
ଶତ୍ରୁତା, ଛଳ, କପଟ, ସ୍ଵାର୍ଥ ଓ ସନ୍ଦେହ ।
ଖାଲି ମାଠିଆରେ ସିନା ଭରେ ଭକ୍ତି ନିଧି,
ଭୌତିକରୁ ମୁକ୍ତ ମନେ ଆସିଥାନ୍ତି ବିଧି।
ନିତ୍ୟ ବୈକୁଣ୍ଠ ସେ ସାଥି ହରି ଦରବାର,
ତଲ୍ଲିନ ହେଲେ ଭକ୍ତିରେ ହେବା ଏକାକାର।
ଖୁସି ଅସୀମ ପାଇବା ପୂଜି ପ୍ରଭୁ ପାଦ,
ଯେ ପଦୁ ତୁଚ୍ଛ ଏ ସାରା ଭୁବନ ସମ୍ପଦ।
ଯେ ପଦ ପରମ,ପବିତ୍ର, ମହତ, ଶାଶ୍ଵତ,
ମୁନି, ଜ୍ଞାନୀଙ୍କର ଯାହା ସର୍ବଦା ବାଞ୍ଛିତ।
ଚାଲ ଆମେ ବାହି ଯିବା କୃଷ୍ଣଙ୍କର ଠାବ।
ନଶ୍ଵର ମାଟି ଶରୀର, ମାଟି ଧନ, ମାନ,
ମାଟି ସଂସାର ସମ୍ବନ୍ଧ, ଭବ କ୍ରୀଡାଙ୍ଗନ।
ମୂଢ ସମ ମାଟି ପାଇଁ ନ ରଖିବା ମାୟା,
ମାଟି ପ୍ରେମ ପାଇଁ ଆମେ ହେବା ନାହିଁ ବାୟା ।
ଯାହାଙ୍କର ତାକୁ ଦେଇ ଆତ୍ମା ଦିନେ ଯିବ,
ଏବେହୁଁ ଦେବାରେ କିଆଁ ଆପତ୍ତି କରିବ।
ଆତ୍ମା ସଙ୍ଗେ ନ ରଖିବା ଗର୍ବ ଅହଂକାର,
ବୁଡିଯିବ ଭକ୍ତି ନାବ ନ ସହିବ ଭାର।
ନ ଆସିବ ସେ ନାବରେ ମିଛ, ଶଙ୍କା, ମୋହ,
ଶତ୍ରୁତା, ଛଳ, କପଟ, ସ୍ଵାର୍ଥ ଓ ସନ୍ଦେହ ।
ଖାଲି ମାଠିଆରେ ସିନା ଭରେ ଭକ୍ତି ନିଧି,
ଭୌତିକରୁ ମୁକ୍ତ ମନେ ଆସିଥାନ୍ତି ବିଧି।
ନିତ୍ୟ ବୈକୁଣ୍ଠ ସେ ସାଥି ହରି ଦରବାର,
ତଲ୍ଲିନ ହେଲେ ଭକ୍ତିରେ ହେବା ଏକାକାର।
ଖୁସି ଅସୀମ ପାଇବା ପୂଜି ପ୍ରଭୁ ପାଦ,
ଯେ ପଦୁ ତୁଚ୍ଛ ଏ ସାରା ଭୁବନ ସମ୍ପଦ।
ଯେ ପଦ ପରମ,ପବିତ୍ର, ମହତ, ଶାଶ୍ଵତ,
ମୁନି, ଜ୍ଞାନୀଙ୍କର ଯାହା ସର୍ବଦା ବାଞ୍ଛିତ।
No comments:
Post a Comment